ଭତ୍ତା ଆଣିବାକୁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ ଅଫିସ୍‌ ଗଲେ ବୃଦ୍ଧା

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ):ସାମାଜିକ ସୁରକ୍ଷା ଭତ୍ତା ଟଙ୍କା ପାଇବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଦୁଇ କିଲୋମିଟର ପଞ୍ଚାୟତକୁ ଗଲେ ବୃଦ୍ଧା। ଏମିତି ଏକ ଦୃଶ୍ୟ ଦେଖୁବାକୁ ମିଳିଛି ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତର ରାଇସୁଆଁ ଗ୍ରାମରେ ଦେଖିବାକୁ ମିଳିଛି।

ରାଇସୁଆଁ ଗାଁ ଫରେଷ୍ଟ ଚେକ ଗେଟ ପାଖ ସାହିର ପଥୁରୀ ଦେହୁରୀ (୭୦) ସରକାରଙ୍କ ସାମାଜିକ ସୁରକ୍ଷା ଭତ୍ତାର ଜଣେ ହିତାଧିକାରୀ। ତାଙ୍କୁ ପଞ୍ଚାୟତରୁ ଭତ୍ତା ମିଳେ, ତେବେ ଭତ୍ତା ଟଙ୍କା ପାଇଁ ତାଙ୍କୁ ଦୁଇ କିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ। ବାର୍ଦ୍ଧକ୍ୟ ଯୋଗୁ ପଥୁରୀ ଚାଲି ପାରନ୍ତି ନାହିଁ । ତେଣୁ ତାଙ୍କୁ ହାତ, ପାଦରେ ଗୁରୁଣ୍ଡୁ ଗୁରୁଣ୍ଡି ପଞ୍ଚାୟତକୁ ଯିବାକୁ ପଡିଥାଏ। ଖାଲ ଖମା, କାଦୁଆ ରାସ୍ତାରେ ଯିବାକୁ ପଡିଥାଏ। ତେବେ ପଞ୍ଚାୟତ ପକ୍ଷରୁ ତାଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚା ଯାଉ ନ ଥିବାରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।

ସରକାରଙ୍କ ନିର୍ଦେଶ ରହିଛି ଯେ, ଭିନ୍ନକ୍ଷମ, ଅକ୍ଷମ ବୃଦ୍ଧାବୃଦ୍ଧଙ୍କୁ ଘରେ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ। କିନ୍ତୁ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ବାବୁ ପରି ପଞ୍ଚାୟତରେ ବସୁଛନ୍ତି ଓ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ବହୁ କଷ୍ଟରେ ଯାଇ ଭତ୍ତା ଅର୍ଥ ପାଉଛନ୍ତି।

କେନ୍ଦୁଝର ଜିଲାରେ ପଞ୍ଚାୟତ ଗୁଡିକର ଭୌଗୋଳିକ ସ୍ଥିତି ଏମିତି ଯେ, ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡିକର ଦୂରତା ଅଧିକ ରହିଛି । ଅନେକ ଏପରିସ୍ଥଳେ ୮ ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଭତ୍ତା ହିତାଧିକାରୀ ଚାଲି ଚାଲି ଯାଇ ଭତ୍ତା ଅର୍ଥ ପଞ୍ଚାୟତରୁ ପାଉଛନ୍ତି। ଅନ୍ୟପଟେ ଯେଉଁ ହିତାଧିକାରୀ ଜାତୀୟ ଭତ୍ତାରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ଦିଆଯିବାର ବ୍ୟବସ୍ଥା ହୋଇଛି। ବ୍ୟାଙ୍କକୁ ଯାଇ ଭତ୍ତା ଅର୍ଥ ଉଠାଇବା ବୃଦ୍ଧାବୃଦ୍ଧାଙ୍କ ପକ୍ଷରେ ଯନ୍ତ୍ରଣାଦାୟକ ହେଉଛି। ବ୍ୟାଙ୍କ ମିତ୍ରମାନେ ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଉଠାଇବାର ବ୍ୟବସ୍ଥା ଥିଲେ ମଧ୍ୟ ବ୍ୟାଙ୍କ ମିତ୍ରମାନେ ମିନି ବ୍ୟାଙ୍କ ଖୋଲି ତାଙ୍କ ବେପାର ଚଳାଉଛନ୍ତି। ଏସବୁ ସମସ୍ୟାର ସମାଧାନ ସରକାର ନ କଲେ ଭତ୍ତା ହିତାଧିକାରୀ ଏମିତି ଯନ୍ତ୍ରଣା ଭୋଗୁଥିବେ।

ଏନେଇ ବିଡ଼ିଓ ତେଲକୋଇ ଗୀତା ମୁର୍ମୁ କହିଛନ୍ତି, ଏହା ନିଶ୍ଚିତ ଦୁଃଖଦ ଘଟଣା। ଆଗରୁ ତାଙ୍କ ପାଇଁ ଅନ୍ୟମାନେ ନେଇ ଯାଉଥିଲେ। ତେବେ ଯାହା ହେଉନା କାହିଁକି ସମସ୍ତ ପିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଏଭଳି ହିତାଧିକାରୀଙ୍କୁ ଘରେ ଯାଇ ଭତ୍ତା ଟଙ୍କା ଦେବାକୁ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲାରେ ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ଭିନ୍ନକ୍ଷମ ବା ବୃଦ୍ଧାବୃଦ୍ଧ ଭତ୍ତା ପାଇଁ ବହୁ କଷ୍ଟରେ ଯିବା ଆସିବା କରିଥାନ୍ତି। ଅନେକ ମଧ୍ୟ ଯିବା ଆସିବା କରି ପାରୁ ନ ଥିବାରୁ ଆଣି ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ଏଣୁ ଏନେଇ ପଦକ୍ଷେପ ନେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri