ପୁରୁଣା ଚାକୁଣ୍ଡା ଗଛ ପାଲଟିଛି ମୂକସାକ୍ଷୀ

ମହାକାଳପଡ଼ା,୮ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ରାମନଗରଠାରେ ମା’ ରାମଚଣ୍ଡୀଙ୍କ ମନ୍ଦିର ପରିସରରେ ରହିଥିବା ପୁରୁଣା ଚାକୁଣ୍ଡା ଗଛ ମୂକସାକ୍ଷୀ ଭାବେ ଠିଆ ହୋଇଛି। ଇତିମଧ୍ୟରେ ଏହି ଗଛ ଅନେକ ବିପର୍ଯ୍ୟୟକୁ ସାମ୍ନା କରିଛି। ଭାଙ୍ଗି ଯାଇଛି ଶାଖା ପ୍ରଶାଖା, ତଥାପି ହାର ମାନିନି। ଅତୀତର କାହାଣୀ ଓ କିମ୍ବଦନ୍ତୀକୁ ଜାବୁଡ଼ି ଧରି ଅନେକ ଘଟଣା ଦେଖିଛି। ବହୁ ପୁରାତନ ଗଛଟିର ସୁରକ୍ଷା ଦେବା ପାଇଁ ମା’ ରାମଚଣ୍ଡୀ ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ, ସାମାଜିକ କର୍ମୀ ବିରଞ୍ଚତ୍ ନାରାୟଣ ଦାସ ପ୍ରମୁଖ କହିଛନ୍ତି।
ଦିନ ଥିଲା କୁଜଙ୍ଗ ଷଣ୍ଢ ବଂଶୀୟ ରାଜା ଘଞ୍ଚ ଅରଣ୍ୟରେ ଶିକାର କରିବାକୁ ଆସି ସଞ୍ଜ ହୋଇଯିବାରୁ ନିଜ ସନ୍ୟ ସାମନ୍ତଙ୍କ ସହ ରାତିରେ ଏହି ଗଛ ମୂଳେ ବିଶ୍ରାମ ନେଇଥିଲେ ବୋଲି ଲୋକେ କହୁଛନ୍ତି। କିନ୍ତୁ ଆଜିକା ଦିନରେ ରାଜା ନାହାନ୍ତି ସତ ହେଲେ ଗଛ ମୂକସାକ୍ଷୀ ହୋଇ ରହିଛି। ପୂର୍ବରୁ ସଞ୍ଜ ନଇଁଲେ ଏହି ଗଛ ମୂଳେ ବିଭିନ୍ନ ଜଙ୍ଗଲି ହିଂସ୍ର ଜୀବଜନ୍ତୁ ଠିକଣା ପାଲଟିଥିଲା। କେବେ କେବେ ଚିତା ବାଘ ଶିକାର କରିବା ପାଇଁ ଗଛ ମୂଳ ଉହାଡରେ ଲୁଚି ଛପି ଜଙ୍ଗଲି ଜୀବଜନ୍ତୁଙ୍କୁ ମାରି ଖାଉଥିଲା। ଅପରପକ୍ଷରେ ଏହି ଗଛର କୋରଡରେ ବିଭିନ୍ନ ବିରଳ ପ୍ରଜାତିର ପକ୍ଷୀ ବସବାସ କରୁଥିଲେ। ପରବର୍ତ୍ତୀ ସମୟରେ ରାଜାଙ୍କ ସ୍ବପା୍ନଦେଶ ପରେ ମହାକାଳପଡ଼ାର ବ୍ଲକ ରାମନଗରଠାରେ ଗଛ ନିକଟରେ ଆଜି ମା’ ରାମଚଣ୍ଡୀଙ୍କ ବିଜେସ୍ଥଳୀ ପାଲଟି ଯାଇଛି। ପୁରାଣ ବର୍ଣ୍ଣିତ ଜମ୍ବୁ ଦ୍ୱୀପର ବଙ୍ଗୋପସାଗର କୂଳ ଅନତି ଦୂର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ଶୋଭା ପାଉଛି। ଏହି ପୀଠ ମଧ୍ୟରେ ବିରାଜମାନ କରିଛି ଏହି ଚାଖୁଣ୍ଡା ଗଛ। ବିଭିନ୍ନ ଘାତ ପ୍ରତିଘାତ, ଦୁର୍ବିପାକରେ ନିଜର ଅସ୍ତିତ୍ୱ ହରାଇଥିବା ଏହି ଗଛ କୋରଡରେ ଶୁଆ ସାରି, ଧଳା ପେଚାଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ମା’ ରାମଚଣ୍ଡୀଙ୍କ ସେବାୟତ (ହୁରିଆ ସଙ୍କୀର୍ତ୍ତନ) କୋଚିଳା ଗଁାର ପୁରୁଖା ପୁରୁଖା ବାପା ଜେଜେ ବାପାଙ୍କଠାରୁ ଶୁଣିବାକୁ ମିଳେ ଏହି ଗଛଟି କାହିଁ କେଉଁ ଅନାଦି କାଳରୁ ରହି ଆସିଛି। ପୂର୍ବ ଓଡ଼ିଶାରେ ଘଟିଥିବା ଭୟଙ୍କର ସାମୁଦ୍ରିକ ଝଡ଼ ୧୮୮୫, ୧୯୨୨, ୧୯୭୧, ୧୯୮୨, ୧୯୯୯ ଆଦିରେ ଘଟି ଯାଇଥିଲେ ମଧ୍ୟ ଏହାକୁ ସାମ୍ନା କରି ଆଜି ବି ବଞ୍ଚତ୍ ରହିଛି ଚାକୁଣ୍ଡା ଗଛ। ସେ ଦିନର କଥା କାହାଣୀକୁ ଅତି ନିକଟରୁ ଦେଖିଥିବା ଏହି ଗଛ ହିଁ ବୟାନ କରୁଛି କିମ୍ବଦନ୍ତୀ। ସେ ଦିନର ଏହି ଗଛ କାହାଣୀକୁ ଜେଜେ ବାପା ଅଣଜେଜେ ବାପାଙ୍କଠାରୁ ଶୁଣିଥିବା ମିଳେ ବୋଲି କୋଚିଳା ଗ୍ରାମର ଦୀନବନ୍ଧୁ ରାଉତ(୯୦), ସନାତନ ସ୍ବାଇଁ (୮୦), ସରୁମୁହିଁ ଗଁାର ଶତାୟୁ ଗୋପୀନାଥ ସ୍ବାଇଁ (୧୧୨) କହିଛନ୍ତି, ତା’ ସହିତ ପିଲା ବେଳେ ବାପାଙ୍କ ସହ ମା’ଙ୍କ ଦର୍ଶନ କରିବାକୁ ଯାଇ ଏହି ଗଛକୁ ଦେଖି ଏହାର କାହାଣୀ ଶୁଣିଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଦୂର ହେବ ଚିନ୍ତା! LPG-Petrol ନେଇ ଭାରତ ଆସୁଛି ଆଉ ୩ ଜାହାଜ, ପାର କଲା Strait of Hormuz

ନୂଆଦିଲ୍ଲୀ,୨୪।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁ ଦେଖାଦେଇଥିବା ରୋଷେଇ ଗ୍ୟାସର ଅଭାବ ପାଇଁ ଏବେ ଆଶ୍ୱସ୍ତି ଆଶା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ଯୁଦ୍ଧରେ ରୁଷିଆର ଏଣ୍ଟ୍ରିକୁ ନେଇ ଏମିତି କହିଲା ୟୁକ୍ରେନ, ସଭିଏଁ ଚକିତ!

କ୍ୱିଭ,୨।୪୩: ପଶ୍ଚିମ ଏସିଆରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ପ୍ରମୁଖ ଦାବି କରିଛନ୍ତି। ମଙ୍ଗଳବାର, ଜେଲେନ୍ସକି କହିଛନ୍ତି…

ମିଛ କହୁଥିଲେ ଟ୍ରମ୍ପ! ଇରାନର ଦୁଇ ଏନର୍ଜି ପ୍ଲାଣ୍ଟ ଉପରେ ଏୟାରଷ୍ଟ୍ରାଇକ…..

ନୂଆଦିଲ୍ଲୀ,୨୪।୩:ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଘର୍ଷର ଅନ୍ତ ହେବାର ସଙ୍କେତ ଦେଉଛନ୍ତି । ଅନ୍ୟପଟେ, ଇରାନ ଆକ୍ରମଣ ସମ୍ପର୍କରେ ଏକ ବଡ଼ ଦାବି କରିଛି…

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri