ଖୋଲୁଛି ପୁରୁଣା ପେଡ଼ି

ଢେଙ୍କାନାଳ,୨୫।୪: ବର୍ଷ ବର୍ଷ ଧରି ଥାନାରେ ଗଡୁଛି ମାମଲା। ଅଧିକାରୀ ବଦଳିଲେ ଥଣ୍ଡା ପଡ଼ିଯାଉଛି ତଦନ୍ତ। ନା ଅଭିଯୁକ୍ତ ଧରାପଡୁଛନ୍ତି ନା ପ୍ରସ୍ତୁତ ହୋଇପାରୁଛି ଫାଇନାଲ ରିପୋର୍ଟ। ଅପରାଧୀମାନେ ଖୋଲାଖୋଲି ବୁଲୁଛନ୍ତି। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ସେମାନେ ନୂଆ ଅପରାଧ ଘଟାଉଛନ୍ତି। ତେବେ ନିକଟରେ ଢେଙ୍କାନାଳ ଜିଲା ପୋଲିସର ନୂଆ ମୁଖିଆ ଭାବେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କାର୍ଯ୍ୟରେ ଯୋଗଦେବା ପରେ ଅପରାଧ ଜଗତର ପୁରୁଣା ପେଡ଼ି ଖୋଲିବା ଆରମ୍ଭ ହୋଇଛି। ସପ୍ତାହକ ମଧ୍ୟରେ ୨ଟି ମାମଲାର ରହସ୍ୟ ଉନ୍ମୋଚିତ ହୋଇଥିବାବେଳେ ତାଲିକାରେ ଆହୁରି ୧୨ରୁ ଊର୍ଦ୍ଧ୍ୱ କେସ୍‌ ରହିଥିବା ଜଣାପଡ଼ିଛି।
ଢେଙ୍କାନାଳ ଜିଲାର ବିଭିନ୍ନ ଥାନାରେ ୧୫ବର୍ଷ ପୁରୁଣା ବହୁ ଆପରାଧିକ ମାମଲା ସେମିତି ପଡ଼ିଛି। ଠିକ୍‌ ଭାବେ ତଦନ୍ତ ହେଉ ନ ଥିବାରୁ ଅଭିଯୋଗକାରୀ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏହାକୁ ନେଇ ପୋଲିସ ବିରୋଧୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ନିକଟରେ ଏସ୍‌ପି ମହାପାତ୍ର ଏହାର ସମୀକ୍ଷା କରିଛନ୍ତି। ଏଭଳି ଅବହେଳାକୁ ନେଇ ସେ ପ୍ରବଳ ବର୍ଷିବା ସହ ପୁରୁଣା ମାମଲାଗୁଡ଼ିକର ସମାଧାନ କରିବା ପାଇଁ ସେ ଥାନାଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ୨୦୧୬ ଏବଂ ୨୦୧୮ରେ ଘଟିଥିବା ଦୁଇଟି ମାମଲାର ଅଭିଯୁକ୍ତ ଧରାପଡ଼ିଛନ୍ତି। ସେହିପରି ଚୋରା ନିଶା କାରବାରର ଚେର ଖୋଜିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସଦର ଥାନା ଝାରଗାଡ଼ିଆ ଫାଣ୍ଡି ସଦରଦେଈପୁରରେ ୨୦୧୬ରେ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା କରି ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଥିଲେ। ଏଭଳି ନୃଶଂସ ହତ୍ୟାକାଣ୍ଡକୁ ଦୀର୍ଘ ୭ବର୍ଷ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ କୌଣସି ଆନ୍ତରିକତା ଦେଖାଇ ନ ଥିଲା। ଏହି ମାମଲାର ସମୀକ୍ଷା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜିଙ୍କଠାରୁ ଅନୁମତି ମିଳିବା ପରେ ଜିଲା ପୋଲିସର ଏକ ଟିମ୍‌ ଅଭିଯୁକ୍ତଙ୍କୁ ଧରିବାକୁ ମଧ୍ୟପ୍ରଦେଶ ଯାଇଥିଲା। ତେବେ ସେ ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନୁରୂପ ଭାବେ ପଦୋନ୍ନତି ପାଇଁ ସିସିଆର୍‌ରେ ଜିଲାପାଳଙ୍କ ଜାଲ ଦସ୍ତଖତ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଆର୍‌ଆଇଙ୍କୁ ଗିରଫ କରିଛି। ୨୦୧୮ରେ ଏହି ମାମଲା ହୋଇଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସକୁ ୫ବର୍ଷ ଲାଗିଯିବା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ଆସିବା ପରେ ଅଭିଯୁକ୍ତ ଆର୍‌ଆଇ ଜଣକ ଢେଙ୍କାନାଳ, ଗଁଦିଆ, କାମାକ୍ଷାନଗର ଆଦି ତହସିଲରେ କାର୍ଯ୍ୟ କରିସାରିଥିବାବେଳେ ତାଙ୍କୁ ସାମାନ୍ୟତମ ପଚରାଉଚରା ପାଇଁ ଥାନାକୁ ନ ଡାକିବା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଆହୁରି ଅନେକ ମାମଲା ବିଭିନ୍ନ ଥାନାରେ ପଡ଼ିଥିବାବେଳେ ସେସବୁର ସମାଧାନ କରିବା ଲାଗି ଉଦ୍ୟମ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri