ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ପଞ୍ଚାୟତରେ ହେବ…

ଭୁବନେଶ୍ୱର,୨୨।୧: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।

୬୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ହେବ ବୋଲି କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଯେଉଁଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ପାଠ ପଢି ପାରିବେ । ଆସନ୍ତା ୪ ବର୍ଷ ମଧ୍ୟରେ ଆଦର୍ଶ ବିଦ୍ୟାଳୟ କାମ ସରିବ । ହାଇସ୍କୁଲର ଫିଡର ସ୍କୁଲ ଭାବରେ ଏହା କାର୍ଯ୍ୟ କରିବ । ପ୍ରତି ବିଦ୍ୟାଳୟ ପିଛା ମୋଟ ୪-୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । 5T ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ ନ ଥିଲା। ଡିପିଆର ପ୍ରସ୍ତୁତ ହୋଇ ନ ଥିଲା କି ଏଷ୍ଟିମେଟ ହୋଇ ନ ଥିଲା। ପିଲାମାନଙ୍କ ଭବିଷ୍ୟତ ପ୍ରତି ଏହା ଧୋକ୍କା ହୋଇଥିଲା। ତେଣୁ ଆଜି ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମ ଏପିରି) ଯୋଜନା ଅଧୀନରେ ଗୋଟିଏ ଗ୍ରାମ ପଞ୍ଚାୟତରେ ଗୋଟିଏ ଆବର୍ଶ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅର୍ଥାତ୍ ରାଜ୍ୟରେ ୬,୭୯୪ଟି ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ଓ ସୁଦୃଢ଼ୀକରଣ ପ୍ରସ୍ତାବ ।

ଓଡ଼ିଶା ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏଏପିଲି) ଯୋଜନା ଅନ୍ତର୍ଗତ ରାଜ୍ୟର ୬.୭୯୪ଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଆବର୍ଶ ବିଦ୍ୟାଳୟ ଭାବେ ରନ୍ନତ ଓ ସୁଦୃଢ଼ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଗୋଦାବରୀଶ ମିଶ୍ର ଆବର୍ଷ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତରେ ଏକ ଆଦର୍ଶ (ମଡେଲ) ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଅବହେଳିତ ସମୁଦାୟଙ୍କ ନିମନ୍ତେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବା ସହ ଶିକ୍ଷା ଅଧିକାର ଆଇନ- ୨୦୦୯ର ମୂଳ ଲକ୍ଷ୍ୟ ସହ ସମନ୍ୱୟ ରଖାଯାଇଛି । ଭିରିଭୂମିର ବିକାଶ, ଆଧୁନିକ ଶିକ୍ଷାପଦ୍ଧତିକୁ ଆପଣେଇବା ଏବଂ ଏଥିରେ ସାମଗ୍ରିକ ଭାବରେ ସମସ୍ତେ କିଭଳି ଭାଗନେବେ ତାହା ସୁନିଶ୍ଚିତ କରିବା ଦ୍ବାରା ‘ଜିଏମ ଏପିଭି’ ଯୋଜନା ସାମଗ୍ରିକ ଭାବରେ ବିଦ୍ୟାର୍ଥୀମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିବ, ଏଥୁସହ ଜାତୀୟ ଶିକ୍ଷାନୀତି-2020ର ଲକ୍ଷ୍ୟକୁ ବଳିଷ୍ଠ ଭାବରେ ଉପସ୍ଥାପନ କରିବା ସହ ବିଦ୍ୟାର୍ଥୀମାନଙ୍କୁ ରଭୟ ସାମାଜିକ ଏବଂ ଶୈକ୍ଷିକ ସ୍ତରରେ ସମୃଦ୍ଧ କରିବ ।

୬,୭୯୪ଟି ମଡେଲ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ସରକାରଙ୍କ ଉପରେ ୫ (ପାଞ୍ଚ) ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୧୧,୯୩୯,୪୧ କୋଟି ଟଙ୍କା ଆର୍ଥିକ ବୋଝ, ପଢ଼ିବା ସାଧାରଣତଃ, ବିଦ୍ୟାଳୟରେ ନାମଲେଖା ସଂଖ୍ୟା ଉପରେ ନିର୍ଭର କରି ପ୍ରତି ବିଦ୍ୟାଳୟ ପିଛା ମୋଟାମୋଟି ଖର୍ଚ ଆକଳନ ୧ କୋଟିରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ତେବେ ପ୍ରକୃତ ଖର୍ବ ପ୍ରତ୍ୟେକ ସ୍କୁଲର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ଆଧାରରେ ହେବ ।

୬,୭୯୪ଟି ଆଦର୍ଶ (ମଡେଲ୍) ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେଲେ ଶିକ୍ଷାଗତ ସୁବିଧା ବୃଦ୍ଧି ପାଇବା ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ହେବ । ତତ୍ ସହିତ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କ ସାମଗ୍ରିକ ବିକାଶ ବୃଦ୍ଧି ପାଇବ। ସେମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍‌ଏନ୍) ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଅଧିକାର ଆଇନ-୨୦୦୯, ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ନିପୁଣ ଓଡ଼ିଶାର ଉଦ୍ଦେଶ୍ୟ ପୂରଣ କରିବାକୁ ମାନକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବା

ସେହିପରି ଷୋଡ଼ଶ ଅର୍ଥ କମିଶନଙ୍କ ପାଖରେ ୧୨,୫୬,୧୪୮ କୋଟି ଦାବି କରିବୁ। ଏନେଇ ଆଜି କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଏହି ଅର୍ଥ ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ କରାଯିବ। ନୂଆ ଶୀତଳ ଭଣ୍ଡାର ପାଇଁ ପ୍ରୋତ୍ସାହନ ଯୋଗାଇ ଦେବେ ସରକାର। ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ବିନିଯୋଗ ପୁଞ୍ଜିର ୬୦% ଛାଡ଼ କରାଯାଇଛି। ଏପରିକି ସର୍ବାଧିକ ୬ କୋଟି ୫୦ ଲକ୍ଷ ପର୍ଯ୍ୟନ୍ତ ରିହାତି ଦେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାଧାରଣ ବର୍ଗଙ୍କୁ ମଧ୍ୟ ୫୦% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିବୁ। ଶୀତଳ ଭଣ୍ଡାର ପାଇଁ ପ୍ରଥମ ଦିନରୁ ବିଜୁଳି ବିଲ୍‌ ରିହାତିରେ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୮।୨: ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି ସମ୍ପର୍କରେ...

ମେଳା ଦେଖି ଫେରିବାବେଳେ ବାଇକ୍‌କୁ ପିଟିଲା ଅଜଣାଗାଡ଼ି, ଚାଲିଗଲା ୩ ଜୀବନ

ମୋରଡ଼ା,୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ...

ମଦ୍ୟପଙ୍କୁ ମାରି ପୋତିଦେଲେ ସ୍ତ୍ରୀ-ପୁଅ-ଜ୍ୱାଇଁ, ମାଟିତଳୁ ବାହାରିଲା…

କୋକସରା,୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ...

ପାହାଡ଼ ଉପରୁ ମିଳିଲା ହାତ, ଗୋଡ଼ ନ ଥିବା ଦହିବରା ବିକାଳିଙ୍କ ମୃତଦେହ

ବାଲିଗୁଡ଼ା,୮।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ଟାଉନସ୍ଥିତ ଦଧିବାମନ ସାହିର ଦହିବରା ବିକାଳୀ ଦାଶରଥି ସାହୁଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ...

Uttam Mohanty Hospitalized: ଏହି ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି, ଖୁବ୍‌ଶୀଘ୍ର ଦିଲ୍ଲୀକୁ ହେବେ ଏୟାରଲିଫ୍ଟ

ଭୁବନେଶ୍ୱର,୮।୨: ଭେଟେରାନ ଓଲିଉଡ୍‌ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ସେ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏବେ ରାଜଧାନରର ଏକ ଘରୋଇ ହସ୍ପିଟାଲର...

ଗ୍ରାମସଭାର ବିନା ଅନୁମୋଦନରେ ଖଣି ସର୍ଭେ, ବନ୍ଦ ପାଇଁ ଅଡ଼ିବସିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ଖଣି ସର୍ଭେକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କୁ କୌଣସି...

Unified Pension Scheme: ପେନସନକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୨: ଏକୀକୃତ ପେନସନ ଯୋଜନା ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ମୋହନ ସରକାର ଗତ ୨୦୨୪ ଅଗଷ୍ଟ ୨୪ରେ ଏକୀକୃତ ପେନସନ ଯୋଜନାକୁ ମଞ୍ଜୁରି ପ୍ରଦାନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ମୋ ବସ୍‌ ଡ୍ରାଇଭରଙ୍କ ଆଖି ଲାଗିଗଲେ , ବାଜିବ

ଭୁବନେଶ୍ୱର,୮।୨: ମୋ ବସର ନାଁ ପରିବର୍ତ୍ତନ ହୋଇ ଆମ ବସ ହେବ। ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri