ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…

ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍‌ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩୨ରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ୫ ବାଘ ଅଧିକ ବଢ଼ିଛନ୍ତି।

ଓଡ଼ିଶାରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହେବା ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସର ସଫଳତାକୁ ପ୍ରତିଫଳିତ କରୁଛି।

ଭାରତରେ ବାଘଙ୍କ ସଂଖ୍ୟା ୨୦୦୬ରୁ ୨୦୧୮ ମଧ୍ୟରେ ୩୦% ବୃଦ୍ଧି ପାଇଛି।  ଏହା ୭୫% ବିଶ୍ୱ ବାଘଙ୍କୁ ଧାରଣ କରୁଥିବା ଭାରତର ସଫଳତାର ଭାଗ।

Dharitri – Odisha’s No.1 Odia Daily

Share