Technicians carry out a diagnostic test for coronavirus in a lab at the Rambam Hospital in Haifa, on March 30, 2020. Photo by Yossi Aloni/Flash90 *** Local Caption *** ????? ?????? ????? ?????? ?????? ???"? ?????? ???? ????? ?????? ??? ?????
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ରାଜ୍ୟରେ କରୋନା ଟେଷ୍ଟ ସଂଖ୍ୟା ବଢୁଛି। ବୁଧବାର ୩୨୦୦୦ ଟେଷ୍ଟ ହୋଇଥିବା ବେଳେ ଚଳିତମାସ ୨୦ ତାରିଖରୁ ପ୍ରତିଦିନ ୫୦୦୦୦ ଟେଷ୍ଟ କରାଯିବାର ଲକ୍ଷ୍ୟ ରହିଛି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା ସୂଚନା ଦେଇଛନ୍ତି।
୬ଟି ଜିଲାରେ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରତ୍ୟେକ ଜିଲାକୁ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ପଠାଯିବ। ଫଳରେ ତୁରନ୍ତ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଦ୍ରୁତ ଆଣ୍ଟିଜେନ୍ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି। ଭୁବନେଶ୍ୱରର ବିଭିନ୍ନ କର୍ପୋରେଶନରେ ଏହି ଟେଷ୍ଟ କରାଯିବ। ତୁରନ୍ତ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ୍ କରାଯିବ।