Posted inଜାତୀୟ

୯ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଭାରତରେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା

ନୂଆଦିଲ୍ଲୀ, ୧୪।୭: ଭାରତରେ କରୋନା ଧୀରେଧୀରେ ଅଣାୟତ୍ତ ହେଉଥିବା ଆଶଙ୍କା କରାଯାଉଛି। ଇତିମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୭୫୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର ୪୯୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୫୫୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ସୁଦ୍ଧା ୫ ଲକ୍ଷ ୭୧ ହଜାର ୪୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩ ଲକ୍ଷ ୧୧ ହଜାର ୫୬୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଦେଶରେ ଇତି ମଧ୍ୟରେ ୨୩ ହଜାର ୭୨୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ପ୍ରତି ଦୁଇ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହଜାରରୁ ଅଧିକ ରହୁଛି। ସ୍ଥିତିରେ ସୁଧାର ନ ଆସିଲେ ଆଗାମୀ ଦିନରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଛୁଇଁବାର ଆଶଙ୍କ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ଦ୍ୱାରା ହିନ୍ଦୁ ମୁସଲ୍‌ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛି ଭାଜପା: ଶିବସେନା

ମୁମ୍ବାଇ,୨୯।୧୨: ସିଏଏ ଦ୍ୱାରା ଭାଜପା ହିନ୍ଦୁ ଏବଂ ମୁସଲ୍‌ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବାର ପ୍ରୟାସ କରୁଛି। ଏନେଇ ଶିବସେନା ପକ୍ଷରୁ ଭାଜପାକୁ କଡ଼ା ସମାଲୋଚନା...

ଝାଡ଼ଖଣ୍ଡ ଫଳାଫଳ କହୁଛି ଆଗାମୀ ନିର୍ବାଚନରେ ଦିଲ୍ଲୀରୁ ସବୁ ଆସନ ପୋଛିନେବ ଏଏପି: ସଞ୍ଜୟ

ନୂଆଦିଲ୍ଲୀ,୨୬।୧୨: ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି ନିକଟରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ବାରି ହୋଇପଡୁଛି ଏଥର ଦ୍ୱିତୀୟ ଥର...

ଅଧା ରାତିରେ ଆସାମ ପହଞ୍ଚିଲେ ଶାହା

ଗୁଆହାଟୀ,୨୬ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଆସାମ ଗସ୍ତରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗୁଆହାଟୀ ପହଞ୍ଚିଛନ୍ତି । ଶାହାଙ୍କୁ ସ୍ୱାଗତ କରିବାକୁ ନିଜେ...

କେନ୍ଦ୍ର କଥାରେ ବିଜେଡିର ହଁ

ନୂଆଦିଲ୍ଲୀ,୯।୪: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ପେଟ୍ରୋଲ, ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଆକାଶଛୁଆଁ ଦର...

ଆଇଏଏଫ୍‌ ସ୍କ୍ବାଡ୍ରନ ଲିଡର ମିଣ୍ଟିଙ୍କୁ ଯୁଦ୍ଧ ସେବା ସମ୍ମାନ

ନୂଆଦିଲ୍ଲୀ,୧୫।୮- ଭାରତୀୟ ବାୟୁ ସେନା (ଆଇଏଏଫ୍‌) ସ୍କ୍ବଡ୍ରନ ଲିଡର ମିଣ୍ଟି ଅଗ୍ରଓ୍ବାଲଙ୍କୁ ଗୁରୁବାର ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯାଇଛି। ଏଭଳି ସମ୍ମାନ ପାଇବାରେ ସେ...

ଚନ୍ଦ୍ରାୟନ-୩ ଉତକ୍ଷେପଣ: ଗୁରୁବାର ଅପରାହ୍ନ ୧ଟାରୁ କାଉଣ୍ଟ ଡାଉନ ଆରମ୍ଭ…

ଶ୍ରୀହରିକୋଟା,୧୩।୭ : ଚନ୍ଦ୍ରାୟନ-୩ ମିଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅପରାହ୍ନ ୧ ଟାରୁ କାଉଣ୍ଟଡାଉନ ଆରମ୍ଭ ହେବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ)...

ବଳାତ୍କାର ପରେ ପୀଡିତାଙ୍କୁ ପିଲା ଜନ୍ମ କରିବାକୁ ବାଧ୍ୟ କରିବା ସାମ୍ବିଧାନିକ ଦର୍ଶନ ବିରୋଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୮: ଜଣେ ବଳାତ୍କାର ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ମାମଲାରେ ଜଣେ ମହିଳାଙ୍କୁ ସନ୍ତାନ ପ୍ରସବ କରିବାକୁ ଚାପ...

କିଏ ହେବେ ନୂଆ ରାଷ୍ଟ୍ରପତି ? ଦୌଡ଼ରେ ୪ ଜଣଙ୍କ ନାମ…

ନୂଆଦିଲ୍ଲୀ, ୨୭।୧ : ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୫ ଜୁଲାଇ ୨୦୨୨ରେ ଶେଷ ହେବାକୁ ଯାଉଛି। ପାଞ୍ଚ ମାସ ପରେ ରାଷ୍ଟ୍ରପତି ପଦ...

Advertisement
Archives

Model This Week