ଶ୍ରୀମନ୍ଦିର ସୁରକ୍ଷା ପରଖିଲା ଏନ୍‌ଏସ୍‌ଜି ଟିମ୍‌

ପୁରୀ ଅଫିସ,୧୮।୩:ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ୩ ଜଣିଆ ଟିମ୍‌ ବୁଧବାର ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛି। ଏହି ଟିମ୍‌ର ସଦସ୍ୟମାନେ ପ୍ରଥମେ ଉତ୍ତର ଦ୍ୱାର ଓ ପରେ ଶ୍ରୀମନ୍ଦିର ଚାରିପାଖ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ଶ୍ରୀମନ୍ଦିର ନକ୍ସା ଦେଖିଛନ୍ତି। ଆସିଷ୍ଟାଣ୍ଟ କମାଣ୍ଡର କୌଶିକ ନାୟକ ଏହି ଟିମ୍‌ର ସଦସ୍ୟମାନଙ୍କୁ ଶ୍ରୀମନ୍ଦିର ଚାରିପାଖ ବୁଲାଇ ଦେଖାଇଥିଲେ। ପରେ ସେମାନେ ଶ୍ରୀମନ୍ଦିର ବ୍ୟାରିକେଡ୍‌ ଓ ଦକ୍ଷିଣ ଦ୍ୱାରକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ୭୫ ମିଟର ସ୍ବତନ୍ତ୍ର କରିଡର ବୁଲିବା ପରେ ଏନ୍‌ଏସ୍‌ଜି ଟିମ୍‌ ଫେରିଯାଇଛି। ଏହି ଯାଞ୍ଚ ଅବସରରେ ଏସ୍‌ପି କନୱର ବିଶାଲ ସିଂ ଉପସ୍ଥିତ ଥିଲେ। ଏ ନେଇ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଏନ୍‌ଏସ୍‌ଜି ଟିମ୍‌ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛି। ଏ ସଂକ୍ରାନ୍ତ ଇଣ୍ଟରନାଲ୍‌ ରିପୋର୍ଟ ଗୃହ ବିଭାଗକୁ ଦେବ। ସୁରକ୍ଷା ବ୍ୟବସ୍ଥାରେ କୌଣସି ସମସ୍ୟା ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଲେ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବ। ଏଥିଲାଗି ଆମେ ସର୍ବଦା ସଜାଗ ଓ ପ୍ରସ୍ତୁତ ରହିଛୁ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri