ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ଏନ୍‌ପିଏ ବଢ଼ିବ

ମୁମ୍ବାଇ: କରୋନା ମହାମାରୀ ଚାପ ବଜାର ଉପରେ ପଡିଛି। ବଜାର ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ସ୍ଥିତିକୁ ଫେରିନାହିଁ। ଭାରତୀୟ ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ଆଗାମୀ ୧୨ରୁ ୧୮ ମାସରେ ଅନାଦାୟ ଋଣ(ଏନ୍‌ପିଏ) ପରିମାଣ ଆହୁରି ବଢିବ ବୋଲି ଏସ୍‌ଆଣ୍ଡପି ଗ୍ଲୋବାଲ ରେଟିଂ ଏଜେନ୍ସି ମଙ୍ଗଳବାର ଅନୁମାନ ଲଗାଇଛି। ଏନ୍‌ପିଏ ପ୍ରାୟ ୧୧% ଛୁଇଁବା ନେଇ ଏହି ଏଜେନ୍ସି ଆଶଙ୍କା ପ୍ରକାଶ କରିଛି। ମୋରାଟୋରିୟମ ସମୟରେ କୌଣସି ଋଣ ଖାତାକୁ ଏନ୍‌ପିଏ ଘୋଷଣା ନ କରିବା ଲାଗି ସୁପ୍ରିମକୋର୍ଟ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦେଖିଲେ ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଆର୍ଥତ୍କ ଅନୁଷ୍ଠାନଗୁଡିକରେ ବେଶି ସଂଖ୍ୟକ ଆକାଉଣ୍ଟ ଏନ୍‌ପିଏ ପରିସରଭୁକ୍ତ ହେବ ନାହିଁ। ଅଗଷ୍ଟ ୩୧ରେ ଋଣ ମୋରାଟୋରିୟମ ଅବଧି ଶେଷ ହୋଇଛି।
ମୋଟ ଏନ୍‌ପିଏ କଥା ବିଚାରକୁ ନେଲେ ପ୍ରାୟ ୧୧%କୁ ବଢିବ ବୋଲି ଏହି ଏଜେନ୍ସି ରିପୋର୍ଟରେ ପ୍ରକାଶ କରିଛି। ଆସନ୍ତା ବର୍ଷ ସୁଦ୍ଧା କ୍ରେଡିଟ କଷ୍ଟ୍‌ ୨.୨%ରୁ ୨.୯% ବୃଦ୍ଧି ପାଇବା ନେଇ କୁହାଯାଉଛି। ଅର୍ଥ ବ୍ୟବସ୍ଥା ଉପରେ ରହିଥିବା ଚାପକୁ କମାଇବା ଲାଗି ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗଦାନ ରଖିବ। ଅର୍ଥ ବ୍ୟବସ୍ଥାକୁ ଖୋଲିବା, ଏମ୍‌ଏସ୍‌ଏମ୍‌ଇ ଲାଗି କ୍ରେଡିଟ ଗ୍ୟାରେଣ୍ଟି ଅର୍ଥ ବ୍ୟବସ୍ଥା ଲାଗି ଲାଭକାରୀ ହେବ। ୨୦୨୩ ସୁଦ୍ଧା ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଦକ୍ଷତା ଫେରିବା କଷ୍ଟକର ବୋଲି ରିପୋର୍ଟରେ କୁହାଯାଇଛି। ବ୍ୟାଙ୍କ ପ୍ରାୟ ୩ରୁ ୮% ଋଣ ପୁନର୍ଗଠନ କରିପାରନ୍ତି। ଇକ୍ୱିଟିକୁ ଉନ୍ନତ କରିବା ଲାଗି ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନଗୁଡିକ ସେମାନଙ୍କ ବାଲାନ୍ସ ସିଟ୍‌ରେ ଉନ୍ନତୀକରଣ କରିବେ। ସେହିଭଳି ପୁଞ୍ଜି ଗଚ୍ଛିିତ କରି ରଖିବା, କୋଭିଡ୍‌ ଯୋଗୁ ଉପୁଜିଥିବା ସ୍ଥିତିରେ କାରବାରକୁ ଉନ୍ନତ କରିବା ଲାଗି ପ୍ରସ୍ତୁତି କ୍ଷତିକୁ ହ୍ରାସ କରିବା ଦିଗରେ ସହାୟକ ହେବ। ଏନ୍‌ବିଏଫ୍‌ସିର ସ୍ଥିତିରେ ଉନ୍ନତି ଆସୁଥିବା ଏହା ମତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri