ଅଭିନେତ୍ରୀଙ୍କ ପରଲୋକ ଖବର ମିଥ୍ୟା, ଅସନ୍ତୋଷ ବ୍ୟକ୍ତ କଲେ ପୁଅ

ମୁମ୍ବାଇ: ବଲିଉଡ୍‌ର ଆଇକନ୍‌ ବୈଜୟନ୍ତୀ ମାଲାଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଚକିତ ହୋଇଥିଲେ। କାରଣ ଏହି ଖବର ସିନେମାପ୍ରେମୀଙ୍କ ସହ ଭାରତନାଟ୍ୟମ କଳାକୁ ଭଲପାଉଥିବା ବ୍ୟକ୍ତିବିଶେଷଙ୍କ ହୃଦୟ ଭାଙ୍ଗିଥିଲା। କିଛି ସମୟ ମଧ୍ୟରେ ଭେଟେରାନ କଳାକାରଙ୍କୁ ଲୋକେ ଶ୍ରଦ୍ଧାଞ୍ଜଳି ଜଣାଇବା ଆରମ୍ଭ କରିଥିଲେ। ହେଲେ ଏବେ ତାଙ୍କ ପୁଅ ନିଜର ଅସନ୍ତୋଷ ବ୍ୟକ୍ତ କରି ଖବରଟି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛନ୍ତି।

ପୁଅ ସୁଚିତ୍ର ବାଲି ମା’ଙ୍କ ପରଲୋକ ଖବର ଦେଖିବା ପରେ ଫେସବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଡା. ବୈଜୟନ୍ତୀ ମାଳାଙ୍କ ସ୍ବାସ୍ଥ୍ୟ ଭଲ ଅଛି, ଯାହାବି ଖବର ଚାଲୁଛି ତାହା ମିଥ୍ୟା ଏବଂ ଭୁଲ୍‌। ଏଭଳି ଖବର ଶେୟାର କରିବା ପୂର୍ବରୁ ସୋର୍ସ ଜାଣିନିଅନ୍ତୁ ବୋଲି ସେ କହିଛନ୍ତି।

ତେବେ ବୈଜୟନ୍ତୀ ମାଲାଙ୍କ ନାମ ଭେଟେରାନ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଅଛି। ସେ ଅଭିନୟ ସହ ଶାସ୍ତ୍ରୀୟ ନୃତ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ହିନ୍ଦୀ ସହ ତାମିଲ ଏବଂ ତେଲୁଗୁ ଫିଲ୍ମରେ ସେ କାମ କରିଛନ୍ତି। ବଡ଼ ପରଦାରେ ସୁଇମ୍‌ସୁଟ୍‌ ପିନ୍ଧିଥିବା ପ୍ରଥମ ଅଭିନେତ୍ରୀ ସେ ଥିଲେ। ସେ ଡା. ଚମନଲାଲ ବାଲିଙ୍କୁ ବିବାହ କରିଥିଲେ। ଗତ ଜାନୁଆରୀରେ ବୈଜୟନ୍ତୀ ମାଳା ଚେନ୍ନାଇରେ ଭାରତନାଟ୍ୟମର ଶୋ’ କରିଥିଲେ। ସେଠାରେ ୯୧ ବର୍ଷରେ ତାଙ୍କ ନୃତ୍ୟ ଦେଖି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri