ସୁଖ ସମୃଦ୍ଧି ଆଣିବ ନୂତନ ବର୍ଷ

ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ ନୂଆବର୍ଷଟି ଯେମିତି ସୁଖ ଓ ସମୃଦ୍ଧିମୟ ହେଉ। ସେଥିପାଇଁ ବାସ୍ତୁଶାସ୍ତ୍ରରେ କିଛିଟା ସହଜ ଉପାୟ କୁହାଯାଇଛି; ଯାହାକୁ ଆପଣାଇଲେ ନୂଆବର୍ଷଟି ସମସ୍ତଙ୍କ ପାଇଁ ସୁଖମୟ ହେବ…

* ନୂଆବର୍ଷ ପାଇଁ ଘରେ ନୂଆ କ୍ୟାଲେଣ୍ଡର ଲଗାଇବା ଏକ ସାଧାରଣ କଥା। କିନ୍ତୁ କ୍ୟାଲେଣ୍ଡରକୁ ଘରର ପୂର୍ବ ଦିଗରେ ଲଗାଇଲେ ଶୁଭଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ବିଶେଷକରି ସୂର୍ଯ୍ୟୋଦୟର ଫଟୋ ଲାଗିଥିବା କ୍ୟାଲେଣ୍ଡରକୁ ଏହି ଦିଗରେ ଲଗାଇଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।

* ଘରର ଉନ୍ନତି ପାଇଁ ଅନେକେ ନୂଆବର୍ଷ ଅବସରରେ ଘରକୁ ଭଗବାନ ଗଣେଶଙ୍କର ମୂର୍ତ୍ତି ହେଉ କି ଲାଫିଙ୍ଗ୍‌ ବୁଦ୍ଧ ଅବା କଇଁଛର ପ୍ରତିମା ଆଣିଥାନ୍ତି। ତେବେ ଗଣେଶଙ୍କ ପ୍ରତିମା ରଖିବା ପାଇଁ ଘରର ଉତ୍ତର, ଉତ୍ତର-ପୂର୍ବ ତଥା ପଶ୍ଚିମ ଦିଗ ସର୍ବୋତ୍ତମ ହୋଇଥିବାବେଳେ ଲାଫିଙ୍ଗ୍‌ ବୁଦ୍ଧ ପାଇଁ ଦକ୍ଷିଣ-ପୂର୍ବ ଦିଗ ଏବଂ କଇଁଛ ପ୍ରତିମା ପାଇଁ ଉତ୍ତର ଦିଗ ସବୁଠୁ ଭଲ ହୋଇଥାଏ।

* ସେହିପରି ନୂଆବର୍ଷ ଦିନ ସକାଳୁ ଉଠି ପାଣିରେ ଲୁଣ ପକାଇ ଘରକୁ ଭଲ ଭାବେ ପୋଛିଦେଲେ ଘରେ ଥିବା ନକାରାତ୍ମକ ଊର୍ଜା ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

* ଅନ୍ୟପକ୍ଷେ ନୂଆବର୍ଷ ଦିନ ଘରେ ସୂର୍ଯ୍ୟୋଦୟର ଫଟୋ ହେଉ ଅବା ଫୁଲଭରା ବଗିଚାର ଫଟୋ ଲଗାଇବା ବି ଘର ପାଇଁ ସୁଖଶାନ୍ତି ଆଣିଥାଏ ବୋଲି ବିଶ୍ୱାସ ରହିଛି।