ବଢ଼ିଲା ସଭ୍ୟ ସଂଖ୍ୟା, ମହିଳାଙ୍କୁ ଉପେକ୍ଷା

ସମ୍ବଲପୁର,୨୮ା୯(ଶୁଭାଶିଷ ପାଢ଼ୀ): ବିଧାୟକ ରୋହିତ ପୂଜାରୀ ସମ୍ବଲପୁର ଜିଲା ସଭାପତି ଭାବେ ଘୋଷଣା ହେବାର ଦିନକ ପରେ ବୁଧବାର ନୂତନ ଜିଲା କମିଟି ତାଲିକା ପ୍ରକାଶ ପାଇଛି। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସ୍ବୀକୃତି କ୍ରମେ କମିଟି ଗଠନ କରାଯାଇଛି। ନୂତନ ତାଲିକାରେ ନୂଆ ଚେହେରା ଓ କିଛି ପୁରୁଣା କର୍ମୀଙ୍କ ନାମ ରହିଛି। ଗତ ଜିଲା କମିଟି ତୁଳନାରେ ସଭ୍ୟ ସଂଖ୍ୟା ହାରାହାରି ୨ଗୁଣରୁ ଅଧିକ ବୃଦ୍ଧି ପାଇଛି। ହେଲେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇ ନାହିଁ। ପୂର୍ବ କମିଟିରେ ୩ ଜଣ ମହିଳା ସାମିଲ ହୋଇଥିବା ବେଳେ ଏବେ ମାତ୍ର ଜଣେ ମହିଳାଙ୍କୁ ସମ୍ପାଦକ ପଦରେ ନିଯୁକ୍ତ କରାଯାଇଛି। ବିଜେଡି ମହିଳାଙ୍କୁ ଅଗ୍ରାଧିକାର କଥା କହୁଥିବା ବେଳେ ଜିଲା କମିଟିରେ ଏହି ନିୟମ ପାଳନ କରାଯାଇ ନାହିଁ। ଏହାକୁ ନେଇ କେତେଜଣ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରକାଶ ପାଇଥିବା ତାଲିକାକୁ ଦେଖିଲେ ଜିଲା ଉପସଭାପତି ପଦରେ ଗତ ଥର ୭ ଜଣ ରହିଥିବା ବେଳେ ଏବେ ୧୨ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ସାଧାରଣ ସମ୍ପାଦକ ୧୦ ଜଣ ରହିଥିବା ବେଳେ ଏହା ୨୬ ଜଣଙ୍କୁ ବୃଦ୍ଧି ପାଇଛି। ସମ୍ପାଦକ ପଦରେ ଗତଥର ୧୪ ଜଣ ଥିବାବେଳେ ଚଳିତବର୍ଷ ଏହାକୁ ବୃଦ୍ଧିକରି ୩୧ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ହାରାହାରି ଦେଖିଲେ ଗତଥର ମୋଟ ୩୧ ଜଣ ଜିଲା କମିଟିର ବିଭିନ୍ନ ପଦରେ ଥିବା ବେଳେ ଏହି ସଂଖ୍ୟା ୬୯ ରହିଛି। ୩୮ ଜଣ ନୂତନ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି। ଏହି ତୁଳନାରେ ମହିଳା ସଦସ୍ୟ ସଂଖ୍ୟା ୧୦ ଜଣଙ୍କୁ ବୃଦ୍ଧି କରିଥିଲେ ଦଳ ପାଇଁ ଉଚିତ ହୋଇଥାନ୍ତା ବୋଲି କର୍ମୀ ମହଲରେ ମତ ପ୍ରକାଶ ପାଉଛି। ଅନ୍ୟପଟେ ଅନୁସୂଚତି ଜାତି ଓ ଜନଜାତି କର୍ମୀମାନଙ୍କୁ ମଧ୍ୟ ସଦସ୍ୟ ପଦରେ ସଂଖ୍ୟା ଅନୁପାତରେ ସାମିଲ କରାଯାଉ ନାହିଁ ବୋଲି ଆଲୋଚନା ହେଉଛି। ଯାହା ହେଉ ନା କାହିଁକି ୨୦୨୪ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଦଳରେ ସଭ୍ୟପଦକୁ ବୃଦ୍ଧି କରାଯାଇଛି ଓ ଏଥିରେ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଥିଡ଼ବା କୁହାଯାଉଛି। ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ରୋହିତ ପୂଜାରୀ କହିଛନ୍ତି, ମହିଳାଙ୍କୁ ଦଳରେ ଅଗ୍ରାଧିକାର ଦିଆଯାଉଛି। ମହିଳାଙ୍କ ସ୍ବତନ୍ତ୍ର ସଙ୍ଗଠନ ରହିଛି। ସେମାନେ ବିଭିନ୍ନ ପଦପଦବୀରେ ରହି ସକ୍ରିୟ ଭାବେ କାମ କରୁଛନ୍ତି। ତେଣୁ ନୂତନ ଟିମ୍‌ରେ ଯୁବବର୍ଗ ଅଧିକ ଅଛନ୍ତି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ…

ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି…

ଲୋକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାଷ୍ଟ୍ରପତି, କହିଲେ…

ବାରିପଦା,୭ା୨: ମୟୂରଭଞ୍ଜ ଜିଲା ଶିମିଳିପାଳବାସୀ ନିରନ୍ତର ଇଣ୍ଟରନେଟ୍‌ ସେବା ସହ ଯୋଡ଼ି ହୋଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଜାତୀୟ ଉଦ୍ୟାନ ଗୁଡୁଗୁଡ଼ିଆଠାରେ ବିଏସ୍‌ଏନ୍‌ଏଲ୍‌ର ୪-ଜି…

ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ ଦମ୍ପତି, ମୁଖ୍ୟସ୍ରୋତରେ ସାମିଲ ପାଇଁ ଚିଠି ଲେଖି…

ରାୟଗଡ଼ା,୭ା୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ ଓ ଶୀର୍ଷ ମାଓବାଦୀ ନେତା ନିଖିଲ ଓ ତାଙ୍କ ସ୍ତ୍ରୀ…

ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାରରେ କୀଟନାଶକ ପିଇଦେଲେ ପିଇଓ

ଚିକିଟି,୭ା୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ତହସିଲଦାର ଶାଶ୍ୱତୀ ଷଡ଼ଙ୍ଗୀଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ରାମଚନ୍ଦ୍ରପୁର ପଞ୍ଚାୟତ…

ଅଶାନ୍ତ ହୋଇପଡ଼ିଛି ବରଗଡ଼: ଜଳୁଛି କ୍ରୋଧର ନିଆଁ, ସହରବାସୀ ଅସୁରକ୍ଷିତ

ବରଗଡ଼,୭ା୨(ପ୍ରେମାନନ୍ଦ ଖମାରୀ): ବିଚ୍‌ ରାସ୍ତା ଉପରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ଯୁବକଙ୍କ ମୃତ୍ୟୁ ପରେ ବରଗଡ଼ ସହର ଅଶାନ୍ତ ହୋଇ ପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି…

ଜିଲାକୁ ରହିଛି ପ୍ରାକୃତିକ ବିପର୍ଯ୍ୟୟ ଭୟ: ସାମୁଦ୍ରିକ ପ୍ରାଚୀର, ହେନ୍ତାଳ ବଣ ପ୍ରସ୍ତାବରେ ସୀମିତ

କେନ୍ଦ୍ରାପଡ଼ା, ୭ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri