ହ୍ବାଟ୍ସଆପ୍‌ର ନୂଆ ନିୟମ ଇଚ୍ଛାଧୀନ

ନୂଆଦିଲ୍ଲୀ: ସୋସିଆଲ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ନିୟମ ଇଚ୍ଛାଧୀନ। ଏହାକୁ ଗ୍ରହଣ କରିବା ନ କରିବା ୟୁଜରଙ୍କ ଇଚ୍ଛା ଉପରେ ନିର୍ଭର କରୁଛି। ଯଦି ଜଣେ କମ୍ପାନୀର ନୂଆ ନିୟମରେ ରହିଥିବା ସର୍ତ୍ତକୁ ନ ଗ୍ରହଣ କରନ୍ତି ତେବେ ଏହି ପ୍ଲାଟ୍‌ଫର୍ମ ଛାଡ଼ି ନୂଆ ଆପ୍‌ ବ୍ୟବହାର କରିପାରିବେ ବୋଲି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସୋମବାର କହିଛନ୍ତି।
ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସିକୁ ନେଇ ଜଣେ ଆଇନଜୀବୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି କରି ଜଷ୍ଟିସ ସନ୍ଦୀପ ସଚ୍ଚଦେବା କହିଛନ୍ତି, ହ୍ବାଟ୍ସଆପ୍‌ ଏକ ଘରୋଇ ଆପ୍‌। ଏଥିରେ ଜଣେ ଯୋଗଦେବେ କି ନାହିଁ ତାହା ସ୍ବେଚ୍ଛାକୃତ। ଏହି ଆପ୍‌କୁ ବ୍ୟବହାର ନ କରି ଅନ୍ୟ ଆପ୍ଳିକେଶନକୁ ମଧ୍ୟ ଜଣେ ବ୍ୟବହାର କରିପାରିବେ। ଫେବୃୟାରୀରୁ ହ୍ବାଟ୍ସଆପ୍‌ ଏହାର ନୂଆ ପ୍ରିଭେସି ପଲିସି ଲାଗୁ କରିବାର ଥିଲା। ମାତ୍ର ଏହାକୁ ନେଇ ୟୁଜରଙ୍କ ପକ୍ଷରୁ ବିରୋଧ କରାଯିବାରୁ ନୂଆ ନିୟମ ଲାଗୁ କରିବା ଅବଧିକୁ କମ୍ପାନୀ ମେ ମାସ ୧୫ ଯାଏ ବଢାଇଛି। କୋର୍ଟ ପୁଣି କହିଛନ୍ତି, ମୋବାଇଲ ଆପ୍ଲିକେଶନଗୁଡିକର ସର୍ତ୍ତକୁ ଯଦି ୟୁଜର ପଢନ୍ତି ତେବେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗ ସାମ୍ନାକୁ ଆସିବ। ସର୍ତ୍ତକୁ ୟୁଜର ସହଜରେ ଗ୍ରହଣ କରି ନେଉଛନ୍ତି। ଏପରିକି ଗୁଗଲ ମ୍ୟାପ୍‌ ୟୁଜରଙ୍କ ସବୁ ଡାଟା ସଂଗ୍ରହ କରୁଥିବା ବେଳେ ଏହାକୁ ଷ୍ଟୋର ମଧ୍ୟ କରୁଥିବା କୋର୍ଟ ପ୍ରକାଶ କରିଛନ୍ତି।
କେଉଁ ଡାଟା ପ୍ରଘଟ କଥା ଆବେଦନକାରୀ ଉଠାଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ନ୍ୟାୟାଳୟଙ୍କ ସହ ଏହି ପ୍ରସଙ୍ଗରେ ସହମତ ହୋଇଛନ୍ତି। ପ୍ରସଙ୍ଗକୁ ଭଲ ଭାବେ ତର୍ଜମା କରାଯିବାର ଆବଶ୍ୟକତା ରହିଛି। ଫେସ୍‌ବୁକ ଏବଂ ହ୍ବାଟ୍ସଆପ୍‌ ପକ୍ଷରୁ ବରିଷ୍ଟ ଓକିଲ କପିଲ ସିବଲ ଏବଂ ମୁକୁଲ ରୋହତାଗୀ ହାଜର ହୋଇ କୋର୍ଟଙ୍କୁ କହିଛନ୍ତି, ଏହା ଉପରେ ଅନେକ ଅଭିଯୋଗ ଉଠୁଛି ଯାହାର କି କୌଣସି ଭିତ୍ତି ନାହିଁ। ଏପରିକି ପରିବାର ଏବଂ ସାଙ୍ଗସାଥୀଙ୍କ ମଧ୍ୟରେ ହେଉଥିବା ଚାଟ୍‌ ଏନ୍‌କ୍ରିପଶନ ହୋଇ ରହୁଛି। ଏହାଦ୍ୱାରା ହ୍ବାଟ୍ସଆପ ମଧ୍ୟ ଡାଟାକୁ ଷ୍ଟୋର କରି ରଖିବା କଷ୍ଟକର। ନୂଆ ନିୟମରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଓକିଲ ଜଣକ ତାଙ୍କ ଆବେଦନରେ କହିଛନ୍ତି, ହ୍ବାଟ୍ସଆପର ନୂଆ ନିୟମ ସମ୍ବିଧାନର ପ୍ରିଭେସି ଅଧିକାରକୁ ବିପନ୍ନ କରୁଛି। ୟୁଜରଙ୍କ ଅନ୍‌ଲାଇନ କାର୍ଯ୍ୟକଳାପକୁ ହ୍ବାଟ୍ସଆପ୍‌ ଆକ୍‌ସେସ୍‌ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri