ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି ଅଧ୍ୟକ୍ଷ ଥିବାବେଳେ ତାଙ୍କ ସହ ୭ ଜଣଙ୍କୁ ସଦସ୍ୟ ରଖାଯାଇଛି। ଏନେଇ ଘୋଷଣା ହେବାପରେ ଗୁରୁବାର ଆଗତ ବଜେଟକୁ ଅନୁମୋଦନ ପାଇଁ ପଠାଯାଇଥଲା। ଅପରାହ୍ନ ୪ଟା୦୫ରୁ ଗୃହରେ ସଦସ୍ୟମାନଙ୍କ ନିବେଦନ ଶୁଣାଯାଇଥିଲା। ୧୬ ବିଧାୟକ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ନିଜର ମତ ରଖିଥିଲେ। ସେଥିମଧ୍ୟରୁ ଏକାଧିକ ପ୍ରଥମ ଥର ପାଇଁ ଗୃହକୁ ଆସିଥିବା କଥା କହି ନିଜ ଅଞ୍ଚଳର ସମସ୍ୟା ବିଷୟରେ ଜଣାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟ ତାଙ୍କ ଅଞ୍ଚଳରେ ଥିବା କୃଷି ସମସ୍ୟା କଥା ବଖାଣିଥିଲେ। ପରଜଙ୍ଗ ସଦସ୍ୟ ବିଭୂତି ଭୂଷଣ ପ୍ରଧାନ ତାଙ୍କ ଅଞ୍ଚଳରେ ଓପିଟିସିଏଲ୍‌ ପକ୍ଷରୁ ଯେଉଁ ପାଓ୍ବାର ପ୍ଲାଣ୍ଟ ବସିବାର ଥିଲା, ସେ ସମ୍ପର୍କରେ କହିଥିଲେ। ସେ କହିଥିଲେ, ଏହି ପ୍ଲାଣ୍ଟ ବସିବ ବୋଲି ୧୩୧ ପରିବାରକୁ ବିସ୍ଥାପିତ କରାଗଲା। ପରବର୍ତ୍ତୀ ସମୟରେ ସେହି ପ୍ଲାଣ୍ଟ ବସିବନାହିଁ ବୋଲି କୁହାଗଲା। ଏବେ ସେହି ପ୍ଲାଣ୍ଟ ବସାଇବା ଦିଗରେ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ଉକ୍ତ ବିସ୍ଥାପିତ ଲୋକଙ୍କ ସମସ୍ୟାର ସମାଧାନ କରାଯାଉ। ବିସ୍ଥାପିତ ଲୋକମାନଙ୍କୁ କୌଣସି ସରକାରୀ ସୁବିଧା ମଧ୍ୟ ମିଳୁନାହିଁ ବୋଲି ସେ କହିଛନ୍ତି। ସେହିପରି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବୋଡେନ ଏବଂ ସିନାପାଲି ଅଞ୍ଚଳରେ ସବୁ ରେଜିଷ୍ଟାର ଅଫିସ୍‌ ପ୍ରତିଷ୍ଠା ଲାଗି ଦାବି କରିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ତାଙ୍କ ଅଞ୍ଚଳରେ ଥିବା ବିଭିନ୍ନ ପ୍ଲାଣ୍ଟରେ ସ୍ଥାନୀୟ ଯୁବପିଢ଼ିଙ୍କୁ ଶତ ପ୍ରତିଶତ ନିଯୁକ୍ତି ଦେବା ବାବଦରେ ଯୁକ୍ତି ରଖିଛନ୍ତି। ପ୍ଲାଣ୍ଟ ପ୍ରତିଷ୍ଠା ସମୟରେ ଲୋକଙ୍କୁ ବିସ୍ଥାପିତ କରିବା ଲାଗି ଯେଉଁ ବ୍ୟବସ୍ଥା ରହିଛି ସେଥିରେ ପରିବର୍ତ୍ତନ କରିବାକୁ ଦାବି ରଖିଛନ୍ତି। ଏହାସହ ତାଙ୍କ ନିର୍ବାଚନମଣ୍ଡଳୀରେ ୯୨ଟି ଚକବନ୍ଦୀ ଜମି ନେଇ ଯେଉଁ ସମସ୍ୟା ରହିଛି ତା’ର ସମାଧାନ ପାଇଁ ଗୁରୁତ୍ୱ ଦେବା ସକାଶେ ନିବେଦନ କରିଛନ୍ତି। କାକଟପୁର ବିଧାୟକ ତାଙ୍କ ଅଞ୍ଚଳରେ ନିକଟରେ ଦେବୀ ନଦୀରୁ ଚୋରା ବାଲି ଚାଲଣ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ସରକାର ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉପସ୍ଥିତ ନ ଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପର୍ଯ୍ୟାୟକ୍ରମେ ସାଧାରଣ ପ୍ରଶାସନ ବିଭାଗର ୨ ଏବଂ ଅର୍ଥ ବିଭାଗର ମୋଟ ୫୩ଟି କାଗଜ ଉପସ୍ଥାପନ କରିଛନ୍ତି। ଶେଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ପର୍ଯ୍ୟଟନ ନିଗମ(ଓଟିଡିସି)ର ୨୦୨୨-୨୩ର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ଶ୍ରମ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାପରେ ଗୃହ ପରିଚାଳନା ଦାୟିତ୍ୱ ନେଇଥିବା ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ୪ଟା ୫୦ରୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri