ବଜାରକୁ ଆସିଲା ନୂଆ ହୋଣ୍ଡା ଜାଜ୍‌

ନୂଆଦିଲ୍ଲୀ, ଭୁବନେଶ୍ୱର,୨୭।୮: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ବଜାରକୁ ନୂଆ ଜାଜ୍‌ ମଡେଲ ଆସିଛି। ପ୍ରିମିୟମ ହ୍ୟାଚ୍‌ ବ୍ୟାକ୍‌ ବର୍ଗରେ ଆସିଥିବା ଏହି ନୂଆ ଯାନଟି ସଦ୍ୟତମ ଲୁକ୍‌ସ, ପ୍ରିମିୟମ ଷ୍ଟାଇଲ, ନୂଆ ଫ୍ଲାଗଶିପ ଗ୍ରେଡ୍‌ ଜାଜ ଜେଡ୍‌ ଏକ୍ସ ସହ ଅନ୍ୟ ପ୍ରମୁଖ ଫିଚର ପ୍ରଦାନ କରୁଛି। ନୂଆଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମ୍ପାନୀର ସିଇଓ ଗାକୁ ନାକାନିସି ଏବଂ ମାର୍କେଟିଂ ଏବଂ ସେଲ୍‌ସ ବିଭାଗ ନିର୍ଦ୍ଦେଶକ ରାଜେଶ ଗୋୟଲ ଏହାର ବଜାର ପ୍ରବେଶ କରାଇଥିଲେ। ଭୁବନେଶ୍ୱରର ହାଇଓ୍ବେ ହୋଣ୍ଡା ଶୋ’ରୁମରେ ଆଦିତ୍ୟ ମୋଟର୍ସ ଏମ୍‌ଡି ଆଦିତ୍ୟ ପାତ୍ର ଏବଂ ସିଇଓ ରାଜୀବ ପଣ୍ଡା ମଡେଲଟିକୁ ଉନ୍ମୋଚନ କରିଥିଲେ। ନୂଆ ଯାନଟିରେ ଓ୍ବାନ ଟଚ୍‌ ଇଲେକଟ୍ରିକ ସନ୍‌ରୁଫ ନୂଆ କରି ସଂଯୋଗ କରାଯାଇଛି। ସେହିଭଳି ହାଇ ଗ୍ଲସ ବ୍ଲାକ ଗ୍ରୀଲ, ଅତ୍ୟାଧୁନିକ ଏଲ୍‌ଇଡି ପ୍ୟାକେଜ, ନୂଆ ଏଲ୍‌ଇଡି ହେଡ୍‌ ଲ୍ୟାମ୍ପ, ଏଲ୍‌ଇଡି ଫଗ୍‌ ଲ୍ୟାମ୍ପ, ରିୟର ଏଲ୍‌ଇଡି ଓ୍ବିଙ୍ଗ ଲାଇଟ, ନୂଆ କରି ଡିଜାଇନ ହୋଇଥିବା ଫ୍ରଣ୍ଟ ଏବଂ ରିୟର ବମ୍ପର, ସଫ୍ଟ ପ୍ୟାଡ ଡ୍ୟାସ ବୋର୍ଡ ଏଥିରେ ସାମିଲ ରହିଛି। ଏହାବାଦ ଓ୍ବେବଲିଙ୍କ ସ୍ମାର୍ଟଫୋନ ସଂଯୋଗ ସୁବିଧା, କ୍ରୁଜ କଣ୍ଟ୍ରୋଲ, ଫ୍ଲସ ଫିଟ୍‌ ପାର୍କିଂ ସେନ୍‌ସର, କ୍ରୋମ ରିଙ୍ଗ ଷ୍ଟିଅରିଂ ସୁଇଚ୍‌, ଓ୍ବାନ ପୁସ୍‌ ଷ୍ଟାର୍ଟ ବଟନ ଏବଂ ସ୍ମାର୍ଟ କି ସହ ଷ୍ଟପ୍‌ ବଟନ ଏଥିରେ ଗ୍ରାହକ ପାଇପାରିବେ। ଯାନଟିର ବଜାର ଦର ୭.୫୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ନୂଆ ମଡେଲରେ ପ୍ରଦାନ କରାଯାଇଥିବା ସଦ୍ୟତମ ଫିଚର ଗ୍ରାହକଙ୍କ ଦ୍ୱାରା ବେଶ ସହାୟକ ହେବ ବୋଲି ବୋଲି ହୋଣ୍ଡା କାର୍‌ସ ସିଇଓ ନାକାନିସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନ୍ଦାବସ୍ଥାକୁ ନେଇ କ୍ରେଡିଟ୍‌ ସୁଇସ୍‌ ରିପୋର୍ଟ: ସାଂଘାତିକ ହେବ ଏଫ୍‌ଏମ୍‌ସିଜି ସେକ୍ଟର ପ୍ରଦର୍ଶନ

ନୂଆଦିଲ୍ଲୀ,୨୦-୯: ମାନ୍ଦାବସ୍ଥାର ପ୍ରଭାବ ଦେଶର ଅର୍ଥନୀତିକୁ ଏଭଳି ଘେରିଛି ଯେ, ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ଼୍ସ(ଏଫ୍‌ଏମ୍‌ସିଜି) ସେକ୍ଟରର...

ବଜେଟ ଧାର୍ଯ୍ୟ ଲକ୍ଷ୍ୟ ଟପିଲା ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୧।୯: ସରକାର ସାରା ବର୍ଷ ଲାଗି ବଜେଟରେ ଧାର୍ଯ୍ୟ କରିଥିବା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ମାତ୍ର ୪ ମାସରେ ଟପିଯାଇଛି। ଜୁଲାଇ ଶେଷ ସୁଦ୍ଧା ବିତ୍ତୀୟ...

ଜିଓରେ କ୍ୱାଲ୍‌କମ୍‌ର ୭୩୦ କୋଟି ନିବେଶ

ନୂଆଦିଲ୍ଲୀ,୧୨।୭ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମରେ କ୍ୱାଲ୍‌କମ୍‌ ଭେଞ୍ଚରର ନିବେଶ ଫାର୍ମ କ୍ୱାଲ୍‌କମ୍‌ ଇନ୍‌କର୍ପୋରେଟେଡ ୭୩୦ କୋଟି ଟଙ୍କା ନିବେଶ କରିଛି। ୫ଜି ଏବଂ...

ରିଏଲ ଇଷ୍ଟେଟ, ରପ୍ତାନି ବୃଦ୍ଧିକୁ ପ୍ରୋତ୍ସାହନ; ମାନ୍ଦାବସ୍ଥା ଦୂର ପାଇଁ ୭୦ ହଜାର କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୫-୯: ଆର୍ଥିକ ମାନ୍ଦାବସ୍ଥାକୁ ଦୂରକରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ରିଏଲ ଇଷ୍ଟେଟ କ୍ଷେତ୍ରରେ ନିବେଶ ଓ ରପ୍ତାନି ବୃଦ୍ଧି ଲାଗି ୭୦ ହଜାର...

କୋହଳ ହେଲା କର୍ମଚାରୀଙ୍କ ଉପହାର ଗ୍ରହଣ ନୀତି

ନୂଆଦିଲ୍ଲୀ,୨୩-୧୦: କେନ୍ଦ୍ର କର୍ମଚାରୀଙ୍କ ଲାଗି ରହିଥିବା ଉପହାର ଗ୍ରହଣ ନୀତିକୁ ସରକାର ମଙ୍ଗଳବାର କୋହଳ କରିଥିବା ଜଣାପଡ଼ିଛି। ଏହା ଅନ୍ତର୍ଗତ ଉପହାର କ୍ଷେତ୍ରରେ ଅର୍ଥ ଗ୍ରହଣ...

ବଜାରରୁ ୧୦ ହଜାର କୋଟି ଋଣ କରିବେ ରାଜ୍ୟ

ନୂଆଦିଲ୍ଲୀ:ବଜାରରୁ ଅତିରିକ୍ତ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ଋଣ ଉଠାଣ କରିବା ଲାଗି କେନ୍ଦ୍ର ସରକାର ୫ ରାଜ୍ୟକୁ ଅନୁମତି ପ୍ରଦାନ କରିଛନ୍ତି।...

ଚାଇନା ଛାଡୁଥିବା କମ୍ପାନୀଙ୍କ ନେଇ ମତ ରଖିଲେ ଅଭିଜିତ

ନୂଆଦିଲ୍ଲୀ,୧୩।୫: ଚାଇନା ଛାଡୁଥିବା କମ୍ପାନୀ ଭାରତ ଆସିଲେ ଏହାର ଲାଭ ଭାରତକୁ ହେବ କି ନାହିଁ ସେ ନେଇ ନିଶ୍ଚିତ ନୁହେଁ ବୋଲି ନୋବେଲ ବିଜେତା...

ବାହାରୁ ଆମଦାନୀ ହେଉଥିବା ମଞ୍ଜି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଲା ଆମାଜନ

ଇ-କମର୍ସ ଜିଆଣ୍ଟ୍‌ ଶନିବାର ଏକ ବିବୃତ୍ତିରେ କହିଛନ୍ତି ଯେ ଆଗକୁ ବଢ଼଼ିବା। ଆମେ କେବଳ ଆମେରିକାରେ ରହୁଥିବା ବିକ୍ରେତାଙ୍କ ଦ୍ୱାରା ମଞ୍ଜି ବିକ୍ରିକୁ ଅନୁମତି ଦେଇଛୁ।...

Coronavirus Update

Archives

Model This Week

Why Dharitri