୫ ପଞ୍ଚାୟତକୁ ଆସୁନି ନେଟ୍‌ୱର୍କ

ଫୁଲବାଣୀ ଅଫିସ/ଚକାପାଦ,୩୦।୧: କେନ୍ଦ୍ର ଏବଂ ରାଜ୍ୟ ସରକାର ଡିଜିଟାଲାଇଜେଶନକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ କନ୍ଧମାଳ ଜିଲାର ପ୍ରାୟ ସମସ୍ତ ବ୍ଲକରେ ରହିଛି ନେଟୱାର୍କ ସମସ୍ୟା। ଚକାପାଦ ବ୍ଲକର ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଲୋକେ ନେଟୱାର୍କ ପାଇଁ ହଇରାଣ ହେଉଛନ୍ତି।
ଚକାପାଦ ବ୍ଲକର ପ୍ରାୟ ୫ ପଞ୍ଚାୟତବାସୀ କୌଣସି ମୋବାଇଲ ନେଟୱାର୍କ ପାଉନାହାନ୍ତି। ଫଳରେ ସେମାନେ ଜରୁରୀକାଳୀନ ଯୋଗଯୋଗ ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘବର୍ଷ ହେଲା ଅଞ୍ଚଳବାସୀ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ପ୍ରଶାସନ ସବୁ ଜାଣି ନୀରବ ରହୁଥିବା ବେଳେ ଲୋକ ପ୍ରତିନିଧି ବି କିଛି ପଦକ୍ଷେପ ନେଉନାହାନ୍ତି। ଏଥିପାଇଁ ଅସନ୍ତୋଷ ବଢ଼ିବାରେ ଲାଗିଛି। ନେଟୱାର୍କ ନ ଥିବାରୁ ଏବେ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ ପାଠ ପଢ଼ିବାରେ ହଇରାଣ ହେଉଛନ୍ତି। କେତେଜଣ ମେଧାବୀ ଛାତ୍ର ଅନ୍ୟ ଉପାୟ ନ ପାଇ ଗଛ ଉପରେ ନେଟୱାର୍କ ଖୋଜିବାକୁ ପ୍ରୟାସ କରୁଛନ୍ତି। ଚକାପାଦରେ ଏକ ଟାୱାର ଥିଲେ ମଧ୍ୟ ଅଧିକାଂଶ ସମୟ ନେଟୱାର୍କ ରହୁନାହିଁ। ୧୬ କି.ମି. ଦୂର ଟିକାବାଲିରେ ଓ ୨୦ କି.ମି ଦୂର ଗଞ୍ଜାମ ଜିଲାର ବଦାଙ୍ଗିରେ ଟାୱାର ରହିଛି। ଠିକ୍‌ ନେଟଓ୍ବାର୍କ ପାଇଁ ଚକାପାଦ ବ୍ଲକର ବିଭିନ୍ନ ଅଞ୍ଚଳରେ ମୋବାଇଲ ଟାୱାର ବସାଇବାକୁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। କଖାରୁଝୋଲା ପଞ୍ଚାୟତର ଘାଟିଗୁଡା, ବନ୍ଧଖମଣ, ବୁଦୁକାଖୋଲ, ଟୋକେଇଝୋଳ, ମହାଗୁଡା, ଚାହାଳୀ ପଞ୍ଚାୟତର ଅଣ୍ଡିରୀଗଡ, ଗସମା, ନିଧିଆବେରେନା, ପସରା ପଂଚାୟତର ନନ୍ଦିନୀ, ବୁରୁପୋଲି, ଗୋଚ୍ଛାବାଡି, ବ୍ରହ୍ମଣପାଦର ଶୁବଳୀୟା, ତାଟଗୁଡା, ଅର୍ଚାଙ୍ଗି, ଚକାପାଦ ପଂଚାୟତର ରଣଗାଁ, ରୂପାଗାଁ, ରଙ୍ଗମାଟିଆ ଗ୍ରାମରେ ନେଟୱାର୍କ ସମସ୍ୟା ଥିବାରୁ ଲୋକଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri