ନେଗେଟିଭ ଜୋନ୍‌ରେ ରହିବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୭।୮: ଦେଶ ମଧ୍ୟରେ କରୋନା ମାମଲା ବୃଦ୍ଧି ହେଉଥିବାରୁ ଏହା ଘରୋଇ ବଜାରକୁ କ୍ଷତିଗ୍ରସ୍ତ କରୁଛି। ଏଥିଯୋଗୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିମ୍ନଗାମୀ ହେଉଥିବା ନଜରକୁ ଆସିଛି। ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ନେଗେଟିଭ ଜୋନ୍‌ରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଗୁରୁବାର ପୂର୍ବାନୁମାନ କରିଛି। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ମହାମାରୀକୁ ଯଦି ଶୀଘ୍ର ନିୟନ୍ତ୍ରଣାଧୀନ କରାଯିବ ତେବେ ଅର୍ଥନୈତିକ ଅଭିବୃଦ୍ଧିକୁ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇବ। ଅଭିବୃଦ୍ଧି ପୂର୍ବାନୁମାନରେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି(ଏମ୍‌ପିସି) କହିଛି ଯେ, ଗ୍ରାମାଞ୍ଚଳ ଅର୍ଥ ବ୍ୟବସ୍ଥା ଶୀଘ୍ର ଟ୍ରାକ୍‌କୁ ଫେରିବ। ଖରିଫ ଚାଷ ଉନ୍ନତ ହୋଇଥିବାରୁ ଏହା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଦ୍ୱିତୀୟ ତ୍ରୈମାସରେ ଘରୋଇ ଚାହିଦା ଫେରିବା ନେଇ ମାନୁଫାକଚରିଂ ଫାର୍ମଗୁଡିକ ଆଶାବାଦୀ ରହିଛନ୍ତି। ୨୦୨୧-୨୨ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଚାହିଦା ଉନ୍ନତ ସ୍ତରକୁ ଫେରିବା ନେଇ ଆଶାକରାଯାଉଛି।
ଜୁଲାଇ ମାସରେ ଖାଉଟି ଆତ୍ମବିଶ୍ୱାସ ଏକ ନିରାଶାଜନକ ସ୍ଥିତିରେ ରହିଥିବା କେନ୍ଦ୍ରୀୟ ବ୍ୟାଙ୍କ ଏହାର ରିପୋର୍ଟରେ ପ୍ରକାଶ କରିଛି। ବିଶ୍ୱ ମାନ୍ଦାବସ୍ଥା ଏବଂ ବାଣିଜ୍ୟରେ ହ୍ରାସ ହେବା ଯୋଗୁ ଏହା ବାହ୍ୟ ଚାହିଦାକୁ ମଧ୍ୟ ପ୍ରଭାବିତ କରି ରଖିବ ବୋଲି ଆଶଙ୍କା କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ଦେଶର ରିୟଲ ଜିଡିପି ଋଣାତ୍ମକ ରହିବ। ସେହିଭଳି ୨୦୨୦-୨୧ କଥା ବିଚାରକଲେ ସାରା ବର୍ଷ ଅର୍ଥ ବ୍ୟବସ୍ଥା ଏକ ନେଗେଟିଭ ଜୋନରେ ରହିବ ବୋଲି ଶକ୍ତିକାନ୍ତ କହିଛନ୍ତି। ସେହିଭଳି ୨୦୨୦ର ପ୍ରଥମ ୬ ମାସ ବିଶ୍ୱ ବଜାରର ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇ ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri