ସନ୍ଥଙ୍କ ରହସ୍ୟମୟ ମୃତ୍ୟୁ

ଦ୍ୱାଦଶ ଶତାବ୍ଦୀରେ ଗୁଜରାଟ ଓ ମହାରାଷ୍ଟ୍ରରେ ଚକ୍ରଧର ସ୍ବାମୀ ନାମକ ଜଣେ ବ୍ୟକ୍ତି ଥିଲେ। ସେ କୃଷ୍ଣଙ୍କ ଭକ୍ତି ବାଣୀ ପ୍ରଚାର କରୁଥିଲେ। ତାଙ୍କ କୃଷ୍ଣ ଭକ୍ତିରେ ରାଧାଙ୍କୁ ସେ ସମିଲକରି ନ ଥିଲେ। ତାଙ୍କ ଭକ୍ତି ଥିଲା ଅଦ୍ୱୈତ ଅର୍ଥାତ୍‌ ପରମେଶ୍ୱର କୃଷ୍ଣ ହିଁ ଏକ। ଏହି ଭକ୍ତି ପବିତ୍ରତା ଓ ବ୍ରହ୍ମଚର୍ଯ୍ୟ ଉପରେ ଆଧାରିତ ଥିଲା। ତେବେ ଜଣେ ଉଚ୍ଚ ଖ୍ୟାତିସମ୍ପନ୍ନ ପଣ୍ଡିତଙ୍କ ମତରେ, ସେ ସ୍ଥାନୀୟ ବ୍ରାହ୍ମଣ ସମୁଦାୟଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ ଏବଂ ଏମାନଙ୍କ ପ୍ରଭାବରେ ଯାଦବ ରାଜା ତାଙ୍କ ମୁଣ୍ଡ କାଟ ପାଇଁ ସୈନ୍ୟମାନଙ୍କୁ ପଠାଇଲେ। ଚକ୍ରଧର ସ୍ବାମୀ କୌଣସି ପ୍ରକାରେ ସେହି ଆକ୍ରମଣରୁ ନିଜ ଜୀବନ ରକ୍ଷା କରିବା ପାଇଁ ସକ୍ଷମ ହୋଇଥିଲେ। ମୁଣ୍ଡଠାରୁ ଅଲଗା ହୋଇଥିବା ତାଙ୍କ ଶରୀର ପୁଣି ମୁଣ୍ଡକୁ ଉଠାଇ ଆଣି ତାଙ୍କ ବେକରେ ଲଗାଇଦେଇଥିଲେ। ସେ ପୁନର୍ଜୀବନ ପ୍ରାପ୍ତ ହୋଇ ଜଣେ ଯୋଗୀ ହେବା ପାଇଁ ହିମାଳୟ ଅଭିମୁଖ୍ୟେ ଯାତ୍ରା କରିଥିଲେ। ଏହିପରି ଭାବେ ଭକ୍ତି ମାର୍ଗର ସନ୍ନ୍ୟାସୀଙ୍କ ସହ ଲଢ଼େଇ ଭାରତର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳେ।
ପଞ୍ଚଦଶ ଶତାବ୍ଦୀର ସନ୍ଥ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ ପଶ୍ଚିମବଙ୍ଗ। ଓଡ଼ିଶାର ପୁରୀରେ ତାଙ୍କର ବହୁ ଭକ୍ତ ଥିଲେ। ସେ ସର୍ବସାଧାରଣ ସ୍ଥାନରେ ନାମ ଓ ଭକ୍ତି ସଙ୍ଗୀତ ଗାନ କରୁଥିଲେ। ତାଙ୍କର ଭକ୍ତି ମାର୍ଗକୁ ସ୍ଥାନୀୟ ପୂଜକମାନେ ସହଜରେ ଗ୍ରହଣ କରିପାରୁ ନ ଥିଲେ, ଯେଉଁମାନେ ସାଖ୍ୟ ଭାବ (ବନ୍ଧୁତ୍ୱ) ମାର୍ଗରେ ଦେବତ୍ୱ ପ୍ରାପ୍ତି ହୋଇଥାଏ ବୋଲି ଭାବୁଥିଲେ। କୁହାଯାଏ, ଚୈତନ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ସହ ନିମଗ୍ନ ହୋଇଯାଇଥିଲେ। ତେବେ ଅନେକ ଶତାବ୍ଦୀ ପରେ ତାଙ୍କ ଉପରେ ଲିଖିତ ଜୀବନୀ ଚରିତରେ ଅନେକ ପ୍ରକାର କଥା ଉଲ୍ଲେଖ ରହିଛି। ଅନେକେ ଦାବି କରନ୍ତି, ସେ ସମୁଦ୍ର ମଧ୍ୟକୁ ଚାଲିଯାଇ ଅଦୃଶ୍ୟ ହୋଇଯାଇଥିଲେ। ଆଉ କେହି ଦର୍ଶାଇଛନ୍ତି, ତାଙ୍କ ମନ୍ଦିର ବାହାରେ ଦେଖିବାକୁ ମିଳିଥିଲା। ଏପରିକି ଏକ ଲେଖାରେ କୁହାଯାଇଛି, ତାଙ୍କୁ ସ୍ଥାନୀୟ ବ୍ରାହ୍ମଣମାନେ ଆକ୍ରମଣ କରିଥିଲେ। କିନ୍ତୁ ଏହିସବୁ ଲେଖା ବା ସିଦ୍ଧାନ୍ତଗୁଡ଼ିକର କୌଣସି ପ୍ରମାଣ ନାହିଁ। କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ମୃତ୍ୟୁ ଅଦ୍ୟାବଧି ରହସ୍ୟମୟ ତଥା କଳ୍ପନାର ଉତ୍ସ ହୋଇ ରହିଯାଇଛି।
ମରାଠୀ ସନ୍ଥ ତୁକାରାମ ପଣ୍ଡରପୁରଙ୍କ ପାଇଁ ତାଙ୍କ ଭକ୍ତି ସଙ୍ଗୀତ ସକାଶେ ବିଖ୍ୟାତ। ମହାରାଷ୍ଟ୍ରରେ କୃଷ୍ଣଙ୍କ ସ୍ଥାନୀୟ ରୂପ ହେଉଛି ପଣ୍ଡରପୁର। ସେ ସଶରୀରରେ ବୈକୁଣ୍ଠ ଯାଇଛନ୍ତି ବୋଲି କୁହାଯାଏ। ଏଭଳି ଧାରଣାକୁ ଅନେକ ଲେଖା ଏବଂ ଚଳଚ୍ଚିତ୍ରରେ ମଧ୍ୟ ଦର୍ଶାଯାଇଛି। ସ୍ଥାନୀୟ ଭାଷାରେ ରଚିତ ତାଙ୍କ କାବ୍ୟକୁ ଭୌତିକ ସୁଖକୁ ଭୁଲ୍‌ ବୁଝୁଥିବା ଶୁଦ୍ଧାଚାରୀବାଦୀମାନେ ବିରୋଧ କରିଥିଲେ। ସେମାନେ ବିଶ୍ୱାସ କରୁଥିଲେ, ଭଗବାନ୍‌ଙ୍କ କଥା କେବଳ ସଂସ୍କୃତରେ ଉପସ୍ଥାପିତ ହେବା ଉଚିତ। ଏହିି କଥାକୁ ବିଚାରକୁ ନେଲେ ତାଙ୍କର ଏହା ଏକ ପ୍ରାକୃତିକ ନା ହିଂସାତ୍ମକ ମୃତ୍ୟୁ, ତାହାକୁ ନେଇ ପ୍ରଶ୍ନ ଉଠେ।
ରାଜପୁତ ରାଜକୁମାରୀ ମୀରାବାଈ ସବୁ ସ୍ଥାନରେ ବୁଲି ବୁଲି ଭକ୍ତିସଙ୍ଗୀତ ଗାନ କରୁଥିଲେ ଏବଂ ତାଙ୍କ ରାଜପୁତ ପରିବାର ସହଜରେ ଏହାକୁ ଗ୍ରହଣ କରିପାରୁ ନ ଥିଲେ। କୁହାଯାଇଛି, ସେ ଦ୍ୱାରକାରେ ପ୍ରଭୁ କୃଷ୍ଣଙ୍କ ମୂର୍ତ୍ତିରେ ଲୀନ ହୋଇଯାଇଥିଲେ। ଏଥିରୁ କ’ଣ ବୁଝାପଡ଼ୁଛି? ଏହା ଅନର କିଲିଂ ବା ସମ୍ମାନ ପାଇଁ ମୃତ୍ୟୁ ହୋଇପାରେ ବୋଲି ନାରୀବାଦୀମାନେ ଦାବି କରନ୍ତି। କିନ୍ତୁ ଭକ୍ତିମାର୍ଗୀମାନେ ସୂଚିତ କରନ୍ତି,ଏହା ଏକ ଆଧ୍ୟାତ୍ମିକ, ଅଲୌକିକି ତଥା ଚମତ୍କାର ଘଟଣା ଥିଲା। ତାମିଲନାଡୁରେ ଅଷ୍ଟମ ଓ ନବମ ଶତାବ୍ଦୀରେ ନାୟନାର ସନ୍ଥ ନନ୍ଦନାର ସକ୍ରିୟ ଥିଲେ। ସେ ଥିଲେ ନୀଚବର୍ଗର ଏବଂ ଜଣେ ଶିବଭକ୍ତ। ସେ ଶିବ ସ୍ତୁତି ଗାନ କରୁଥିଲେ ଏବଂ ଶିବ ମନ୍ଦିରରେ ପ୍ରବେଶ କରିବାକୁ ଚାହଁୁଥିଲେ। ନିଜକୁ ଅଗ୍ନିରେ ଶୁଦ୍ଧକଲେ ମନ୍ଦିରରେ ପ୍ରବେଶ କରିପାରିବେ ବୋଲି ତାଙ୍କୁ କୁହାଯାଇଥିଲା ଏବଂ ସେ ତାହା କରିଥିଲେ। ନିଆଁରେ ଝାସ ଦେଇ ବଞ୍ଚିବାର ଏହା ଏକ କାଳ୍ପନିକ କଥା ନା ତାଙ୍କ ଜାତି ପରିବର୍ତ୍ତନ ସମ୍ପର୍କିତ ରୀତିନୀତିର ଏକ ବର୍ଣ୍ଣନା କିମ୍ବା ଉଚ୍ଚଜାତିର କ୍ଷେତ୍ରକୁ ଗ୍ରହଣ କରିବାର ବିଷୟ, ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଋଢ଼ିବାଦକୁ ଯେଉଁ ସନ୍ଥମାନେ ବିରୋଧ କରିଥିଲେ ସେମାନଙ୍କର ମୃତ୍ୟୁ ରହସ୍ୟଜନକ ଭାବେ ଘଟିଛି କିମ୍ବା ନିଜେ ସମାଧି ନେଇଥିବା (ଜ୍ଞାନଦେବ ଯୁବାବସ୍ଥାରେ ନିଜେ ସମାଧି ନେଇଛନ୍ତି) କଥା କୁହାଯାଇଛି, ଯାହାକୁ ନେଇ ପ୍ରଶ୍ନ ଉଠୁଛି। ଏହିସବୁ କାହାଣୀରେ ସେସମୟର ପ୍ରାୟୋଜିତ କିଛି ବାଧ୍ୟବାଧକତାକୁ ସୂଚିତ କରିବାକୁ ଚେଷ୍ଟା କରାଯାଇଛି କି?
ଏପରିକି ଏବେ ମଧ୍ୟ ଧର୍ମରେ ପ୍ରାଧାନ୍ୟ ବଢ଼ାଇବା ପାଇଁ ବିଭିନ୍ନ ଧର୍ମୀୟ ବିଚାର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ସନାତନୀ ସାତ୍ତ୍ୱିକ ଧର୍ମ ଏବେ ନିଜକୁ ଶ୍ରେଷ୍ଠ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି, ଏପରିକ ଅନେକ ସମୟରେ ସରକାରୀ ସହଯୋଗରେ ଏହା କରାଯାଉଛି। ଇତିହାସରେ ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ମହାକାବ୍ୟର କାହାଣୀ, ଭକ୍ତି କାବ୍ୟ କିମ୍ବା ବେଦାନ୍ତ ଦର୍ଶନ ବଦଳରେ ମନୁସ୍ମୃତି ମାଧ୍ୟମରେ ହିନ୍ଦୁଧର୍ମ ସମ୍ପର୍କରେ ଶିକ୍ଷା ଦିଆଯାଉଛି। ବୈଷ୍ଣବ ଗ୍ରନ୍ଥ ଭଗବଦ୍‌ ଗୀତା ହିନ୍ଦୁଧର୍ମର ସବୁଠୁ ପବିତ୍ର ଗ୍ରନ୍ଥ ବୋଲି ଆମକୁ କୁହାଯାଉଛି, ଯାହା ଅଦ୍ୱୈତ ଧର୍ମର ପବିତ୍ର ଗ୍ରନ୍ଥର ସିଦ୍ଧାନ୍ତକୁ ପରିହାସ କରେ। କିନ୍ତୁ ଶ୍ରୀରଙ୍ଗମର ବୈଷ୍ଣବ ବ୍ରାହ୍ମଣମାନେ ବିଷ୍ଣୁ ପୁରାଣକୁ ସ୍ବୀକାର କରନ୍ତି ଏବଂ ଗରୁଡ଼କୁ ପୂଜା କରୁଥିବାବେଳେ ଉଡୁପିର ମହାଦେବ ବ୍ରାହ୍ମଣମାନେ ଭାଗବତ ପୁରାଣକୁ ଗ୍ରହଣ କରନ୍ତି ଓ ହନୁମାନଙ୍କୁ ପୂଜା କରିଥାନ୍ତି। ଗୁଜରାଟର ପୃଷ୍ଟିମାର୍ଗୀମାନେ ଏକ ହିନ୍ଦୁଧର୍ମକୁ ଅନୁସରଣ କରିଥାନ୍ତି ଯାହା ସେହି ରାଜ୍ୟରେ ଜଣାଶୁଣା ସ୍ବାମୀନାରାୟଣମାର୍ଗୀଙ୍କଠାରୁ ସମ୍ପର୍ଣ୍ଣ ଭିନ୍ନ। ହିନ୍ଦୁଧର୍ମ କେବେ ବି ଏକ ରୂପରେ ପରିପ୍ରକାଶ ହୋଇନାହିଁ। ତେବେ ଭକ୍ତି ଇତିହାସରୁ ଜଣାପଡ଼େ, ଯେ, ହିନ୍ଦୁଧର୍ମର ବିକଳ୍ପ ବିଚାରଗୁଡ଼ିକୁ ଧ୍ୱଂସ କରାଯାଇଛି ଏବଂ ଧର୍ମରେ ଥିବା ଉଚ୍ଚବର୍ଗର ବ୍ୟକ୍ତିମାନେ ସେମାନଙ୍କ ମାର୍ଗକୁ ଅନୁସରଣ କରିବା ପାଇଁ ବାଧ୍ୟ କରିଛନ୍ତି।
ଏହା କେବଳ ହିନ୍ଦୁଧର୍ମରେ ସୀମିତ ନାହିଁ। ରୋମ୍‌ରେ କ୍ୟାଥ୍‌ଲିକମାନେ ପୋପ୍‌ଙ୍କୁ ଅନୁସରଣ କରନ୍ତି। ଋଢ଼ିବାଦୀ ଖ୍ରୀଷ୍ଟିଆନମାନେ ରୁଷିଆ ଓ ଗ୍ରୀସ୍‌ର ନେତାମାନଙ୍କୁ ଅନୁସରଣ କରନ୍ତି। ପ୍ରୋଟେଷ୍ଟାଣ୍ଟଙ୍କର ନିଜସ୍ବ ଚର୍ଚ୍ଚ ଅଛି। କେତେକ ଚର୍ଚ୍ଚରେ ଧର୍ମଯାଜକଙ୍କୁ ବିବାହ କରିବା ପାଇଁ ଅନୁମତି ରହିଛି। କେତେକଙ୍କ ସମଲିଙ୍ଗୀ ବିବାହ ପାଇଁ ଅନୁମତି ଦିଆଯାଏ। ଇସ୍‌ଲାମ ସମ୍ପୂର୍ଣ୍ଣ ଭାବେ ବିରୋଧୀ ବିଚାରରେ ପରିପୂର୍ଣ୍ଣ। ଶିୟା, ସୁନ୍ନି ଏବଂ ସୁଫିମାନେ ଅନେକ ବିଷୟରେ ଏକମତ ନୁହନ୍ତି, ଯେଉଁଥିପାଇଁ ହିଂସକ ଲଢ଼େଇ ଜାରି ରହିଛି। ବୌଦ୍ଧଧର୍ମାବଲମ୍ବୀଙ୍କ ବିଚାରକୁ ନେଇ ସବୁବେଳେ ଝଗଡ଼ା ଦେଖିବାକୁ ମିଳେ। ଏପରିକି ମୌର୍ଯ୍ୟ ସମ୍ରାଟ ଅଶୋକ ସେମାନଙ୍କ ସହ ଏକମତ ହୋଇପାରି ନ ଥିଲେ।
ଧର୍ମ କହିଲେ ଆଧ୍ୟତ୍ମିକତାକୁ ବୁଝାଏ ଏବଂ ଆମକୁ ଉଚ୍ଚସ୍ତରକୁ ନେଇଯାଏ। କିନ୍ତୁ ଏହାକୁ ଏକ ରାଜନୈତିକ ସାଧନ ଭାବେ ଦେଖିଲେ ତାହା ଶେଷ ହୋଇଯାଏ। ଏଠାରେ ସ୍ବାଧୀନ ଚିନ୍ତାଶୀଳ ବ୍ୟକ୍ତିମାନେ ସବୁଠୁ ଭୟଭୀତ ରହିଛନ୍ତି। ଭକ୍ତି ହିନ୍ଦୁ ସନ୍ଥମାନେ ସହସୀ ଭାବେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ନିଜସ୍ବ ପଥରେ ଆଗକୁ ବଢ଼ିଛନ୍ତି । ହେଲେ ହିନ୍ଦୁଧର୍ମରେ ଥିବା ପୁରୋଧାମାନେ ସେମାନଙ୍କୁ ସେହି ଦୃଷ୍ଟିରେ ନ ଦେଖିନାହାନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri