ଆଗକୁ ବର୍ଷା, ନାଳ ସଫା କରୁନି ପୌର ପରିଷଦ

ନବରଙ୍ଗପୁର,୧୨।୫(ବି.ପ୍ର.): କିଛିଦିନ ମଧ୍ୟରେ ବର୍ଷା ଆରମ୍ଭ ହୋଇଯିବ। ନବରଙ୍ଗପୁର ସହରର ବିଭିନ୍ନ ଓ୍ବାର୍ଡରେ ନାଳ ସଫା କରାଯାଇନାହିଁ। ଫଳରେ ଅଳ୍ପ ବର୍ଷାରେ ମଧ୍ୟ ପାଣି ଜମି ରାସ୍ତାରେ ଭାସିବା ଆଶଙ୍କା ରହିଛି। ସଫେଇ ଦାୟିତ୍ୱ ପୌର ପ୍ରଶାସନ ଏକ ଘରୋଇ ସଂସ୍ଥାକୁ ଦେଇଥିବାବେଳେ କାମ ଠିକ୍‌ଭାବେ ହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। କାମ ଠିକ୍‌ଭାବେ ହେଉ ନ ଥିବାବେଳେ ପ୍ରାୟ ୧୫ ବର୍ଷ ହେବ ପୌର ସଂସ୍ଥା ଗୋଟିଏ ହିଁ ଠିକାସଂସ୍ଥାକୁ ସଫେଇ ଦାୟିତ୍ୱ ଦେଇ ହାତ ଟେକିବା ପଛରେ କାରଣ କ’ଣ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ନାଳ ସଫା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ନବରଙ୍ଗପୁର ସହର ୧୭ ୱାର୍ଡକୁ ନେଇ ଗଠିତ। ଓ୍ବାର୍ଡର ସଫେଇ ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ପୌର ପରିଷଦ ଠିକା ଭିତ୍ତିରେ ପ୍ରଦାନ କରିଛି। କିନ୍ତୁ କାମ ଠିକ୍‌ଭାବେ ହେଉନାହିଁ। ତେଣୁ ସହରର ସାହି ଗଳି ଆବର୍ଜନାପୂର୍ଣ୍ଣ ରହିଛି। ସହର ମଧ୍ୟ ଭାଗ ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଛି। କେବଳ ଏହି ରାସ୍ତା ଓ ଏହା ପାଖ ଦେଇ ଯାଇଥିବା ଡ୍ରେନ୍‌ ସଫା କରାଯାଉଛି। ଅନ୍ୟ ୱାର୍ଡଗୁଡିକରେ କୁଢ଼କୁଢ଼ ଆବର୍ଜନା ପଡ଼ିରହୁଛି। ଆଗକୁ ଆସୁଛି ବର୍ଷାଦିନ। କିନ୍ତୁ ଏବେସୁଦ୍ଧା ପୋତି ହୋଇଥିବା ଡ୍ରେନ୍‌ଗୁଡିକରୁ ମାଟି ଓ ପଙ୍କ ଉଠୁନାହିଁ। ଏହାବ୍ୟତୀତ ଷ୍ଟ୍ରିଟ୍‌ ଲାଇଟଗୁଡିକ ଅଧିକାଂଶ ସାହି ଗଳିରେ କାମ କରୁନାହିଁ। କେତେକ ସ୍ଥାନରେ ଲାଗିଥିବା ଲାଇଟ୍‌ଗୁଡିକ କାଢ଼ି ନିଆଯାଇଛି। ତେବେ ଖୁଣ୍ଟଗୁଡିକରୁ ଲାଇଟଗୁଡିକ ଚୋରି ଯୋଗୁ ଅଧା ସହର ଏବେ ଅନ୍ଧାରରେ ରହୁଛି। ସେହିଭଳି ଅବ୍ୟବହୃତ ମାଟି ଓ ଇଟା ଆଦି ବିଭିନ୍ନ ରାସ୍ତାରେ କଡ଼ିଥିବରୁ ରାସ୍ତା ସଂକୀର୍ଣ୍ଣ ହେଉଛି। ମଶାମାଛି ଦାଉରୁ ରକ୍ଷାପାଇବା ପାଇଁ ଧୂଆଁ ଛଡ଼ାଯାଉନାହିଁ। ହୋଲ୍‌ଡିଂ ଟ୍ୟାକ୍ସ ନାମରେ ଜନସାଧାରଣଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ ହେଉଛି। କିନ୍ତୁ ଲୋକଙ୍କୁ ସେବା ଠିକ୍‌ଭାବେ ମିଳୁନାହିଁ। କହିବାକୁଗଲେ ପୌରସଂସ୍ଥା ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ ସଫେଇ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦିଆଯାଉଛି। ଏବେ ସମସ୍ତ ଡ୍ରେନ୍‌ରୁ ମାଟି ଉଠାଯିବ ବୋଲି କହିଛନ୍ତି। ଜିଲାପାଳଙ୍କ ଅନୁମୋଦନ ପରେ ୧୬ ଶହ ଷ୍ଟ୍ରିଟ୍‌ ଲାଇଟ କିଣାଯିବ। ସମସ୍ତ ଖୁଣ୍ଟରେ ଲାଇଟ ଲାଗିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri