୮ ମାସରେ ସୁଧୁରିପାରେ ଏମ୍‌ଏସ୍‌ଏମ୍‌ଇ ସ୍ଥିତି

ନୂଆଦିଲ୍ଲୀ,୧୨।୮: କୋଭିଡ୍‌ ଯୋଗୁ ବର୍ତ୍ତମାନ ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କ୍ଷୁଦ୍ରଶିଳ୍ପର ସ୍ଥିତିରେ ସୁଧାର ଆସିବା ଲାଗି ଅନ୍ତତଃ ପକ୍ଷେ ୭ରୁ୮ ମାସ ସମୟ ଲାଗିପାରେ। ସଂସ୍ଥାଗୁଡିକର ପରିଚାଳାନ ଏବଂ ଡିଜିଟାଇଜେଶନ ସେମାନଙ୍କ ଟ୍ରାକ୍‌କୁ ଫେରିବା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଡୁନ୍‌ ଆଣ୍ଡ ବ୍ରାଡ୍‌ଷ୍ଟ୍ରିଟର ଗ୍ଲୋବାଲ ଚିଫ୍‌ ଇକୋନୋମିଷ୍ଟ ଅରୁଣ ମିଶ୍ର କହିଛନ୍ତି। ଭାରତର ମୋଟ ଜିଡିପିକୁ ଏମ୍‌ଏସ୍‌ଏମ୍‌ଇ ୨୯% ଯୋଗଦାନ ରଖୁଛନ୍ତି। ମହାମାରୀ ଯୋଗୁ ସଂସ୍ଥାଗୁଡିକର ଅଣ୍ଟା ଭାଙ୍ଗିଯାଇଛି। ଏକ ଓ୍ବେବିନାରରେ ଯୋଗଦେଇ ସିଂ କହିଛନ୍ତି ଯେ, ଯେଉଁ କ୍ଷେତ୍ରଗୁଡିକ ବର୍ତ୍ତମାନ ପରିଚାଳିତ ହେଉଛି ଉକ୍ତ କ୍ଷେତ୍ର ସହ ଏମ୍‌ଏସ୍‌ଏମ୍‌ଇଗୁଡିକ ଜଡିତ ହୋଇ କାମ କରିପାରିବେ। ଅନ୍‌ଲାଇନ ଗେମିଂ, ଟେଲିକମ୍‌, ଇ-ଏଜୁକେଶନ ଅପରେଶନ ଭଳି ଅନ୍ୟ କିଛି କ୍ଷେତ୍ରରେ ବର୍ତ୍ତମାନ ନୂଆ ସୁଯୋଗ ସୃଷ୍ଟି ହେଉଛି। ସେହିଭଳି ଖାଦ୍ୟ, ଔଷଧ, ଫାର୍ମାସ୍ୟୁଟିକାଲ, ଆଇଟି ଭିତ୍ତିକ ସେବା, ବ୍ୟାଙ୍କିଙ୍ଗ୍‌, ରିଟେଲ, ଅଟୋମୋଟିଭ, ରିୟଲ ଇଷ୍ଟେଟ ଏବଂ ଜୁଏଲେରି ଭଳି କ୍ଷେତ୍ରରେ ପ୍ରଭାବ ସାମାନ୍ୟଠାରୁ ଗୁରୁତର ରହିଛି। ଏହାବାଦ ଲଜିଷ୍ଟିକ,ଓ୍ବେରହାଉସିଂ, ମେଟାଲ,ମିଡିଆ ଏବଂ ମନୋରଞ୍ଜନ ଭଳି କ୍ଷେତ୍ର ଟ୍ରାକ୍‌କୁ ଫେରିବା ଲାଗି ଗୋଟିଏ ବର୍ଷ ଲାଗିପାରେ ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସ୍‌ବୁକ୍‌ ଛାଡ଼ିଲେ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ

ବାଙ୍ଗାଲୋର: ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ର ବଜାର ଲାଗି ନିଯୁକ୍ତ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ କମ୍ପାନୀ ଛାଡ଼ିଛନ୍ତି। ଏହି ସୋସିଆଲ ମିଡିଆ...

ୟୁନିୟନ ବ୍ୟାଙ୍କ ପକ୍ଷରୁ ଋଣ ମୁକ୍ତି ଶିବିର

ଭୁବନେଶ୍ୱର : ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣ ମୁକ୍ତି ଶିବିର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଶିବିର ଚଳିତ ମାସ ୧ ତାରିଖରୁ...

ଇଜ୍‌ ଅଫ୍‌ ଡୁଇଁ ବିଜନେସ ଲାଗି ଆସିବ ପଦକ୍ଷେପ

ନୂଆଦିଲ୍ଲୀ,୩୦।୮: ବୋର୍ଡ ରିପୋର୍ଟରେ ଅସଙ୍ଗତି କିମ୍ବା ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ବିଳମ୍ବ ହେଲେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ ନ ପାରେ। ଜିଏସ୍‌ଟିର ବିଭିନ୍ନ ଆଇନକୁ...

ହୋଣ୍ଡା ପକ୍ଷରୁ ୨ଲକ୍ଷ ଲୋକଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା

ଭୁବନେଶ୍ୱର,୪।୧୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ସାରା ଦେଶରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ...

୭ମାସ ପୂର୍ବରୁ ଲକ୍ଷ୍ୟ ହାସଲ;ମୋଦି ପ୍ରଦାନ କଲେ ୮ କୋଟି ତମ ସିଲିଣ୍ଡର ସଂଯୋଗ

ନୂଆଦିଲ୍ଲୀ,୮-୯: ମୋଦି ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ଧାର୍ଯ୍ୟ ସମୟ ପୂର୍ବରୁ ୮ କୋଟି ଏଲ୍‌ପିଜି ସଂଯୋଗ ଲକ୍ଷ୍ୟ ପୂରଣ କରିଛି। ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ...

ବ୍ୟାଙ୍କ ପ୍ରମୋଟର ହୋଇପାରନ୍ତି ବଡ଼ କର୍ପୋରେଟ ହାଉସ

ମୁମ୍ବାଇ: ବଡ଼ ବଡ଼ କର୍ପୋରେଟ୍‌ ହାଉସ ଦେଶରେ ଥିବା ବ୍ୟାଙ୍କଗୁଡିକର ପ୍ରମୋଟର ଭାବେ ସ୍ଥାନ ପାଇବା ନେଇ ସମ୍ଭାବନା ଉପୁଜିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ...

ଏଟିଏମ୍‌ ଲାଗି କାନାରା ବ୍ୟାଙ୍କର ଅଭିନବ ଓଟିପି ସୁରକ୍ଷା

ଭୁବନେଶ୍ୱର, ୨୯-୮: ଏଟିଏମ୍‌ ବ୍ୟବହାରକୁ ସୁରକ୍ଷିତ କରିବା ଲାଗି କାନାରା ବ୍ୟାଙ୍କ ପକ୍ଷରୁ ଅଭିନବ ଓ୍ବାନ ଟାଇମ ପାସଓ୍ବାର୍ଡ(ଓଟିପି) ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣିକି...

ଚାଇନିଜ ଆପ୍‌ ଓ୍ବିଚାର୍ଟକୁ ଟକ୍କର ଦେବାକୁ ପ୍ରସ୍ତୁତି; ଏକାଠି ହେବେ ରିଲାଏନ୍ସ, ଫେସବୁକ

ନୂଆଦିଲ୍ଲୀ,୧୭।୪ : ଚାଇନାର ସୁପର ଆପ୍ଲିକେଶନ ଓ୍ବିଚାର୍ଟକୁ ଟକ୍କରଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଭଳି ନୂଆ ମଲ୍ଟିପରପସ ଆପ୍‌ ପ୍ରସ୍ତୁତି କରିବା ଲାଗି ଏବେ ମୁକେଶ...

Advertisement


Archives

Model This Week