ଧସିଲା ପାହାଡ଼, ରାସ୍ତାରେ ଗଡ଼ିଲା ବଡ଼ବଡ଼ ପଥରଖଣ୍ଡ

ଗଜପତି,୪ା୯(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକଠାରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବୁଧବାର ସନ୍ଧ୍ୟାରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଗୁମ୍ମା ବ୍ଲକର ନାମନଗଡ଼ଠାରୁ ଅଜୟଗଡ଼ ଯିବା ରାସ୍ତା ଘାଟିରେ ଗୋଟିଏ ବୁଲାଣି ନିକଟରେ ପାହାଡ଼ ଧସି ହୋଇ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଯଦି ଓ ଏହି ରାସ୍ତାଟି ଜିଲାର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ରାସ୍ତାଟି ଅଧିକ ଗାଡ଼ିମୋଟର ଚଳାଚଳ ନାହିଁ ଗ୍ରାମୀଣ ରାସ୍ତା ତଥାପି ପାହାଡ଼ ଧସି ହୋଇ ବଡ଼ବଡ଼ ପଥର ରାସ୍ତା ଉପରକୁ ଚାଲି ଆସିଛି। ଯାହା ଫଳରେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବର୍ତ୍ତମାନ ଘଟଣାସ୍ଥଳରେ ରାସ୍ତା ଖୋଲିବା ପାଇଁ କୌଣସି ବ୍ୟବସ୍ଥା ହୋଇପାରିନାହିଁ। ଗୁମ୍ମା ବିଡିଓ ତୁଲେରାମ ମାରାଣ୍ଡିଙ୍କ କହିବା ଅନୁସାରେ ବର୍ତ୍ତମାନ ପାରଳାଖେମୁଣ୍ଡିରୁ ଜେସିବି ମଗାଯାଇଛି ପହଞ୍ଚିବା ପରେ ରାସ୍ତା ସଫା କରାଯିବ।