Posted inଫୁରସତ

ମା’ଙ୍କୁ କାମୁଡ଼ିଲା ସାପ, ପାଟିରେ ବିଷ ଟାଣିଲେ ଝିଅ

ଆପଣ ଫିଲ୍ମରେ ନିଶ୍ଚିତ ଦେଖିଥିବେ ଜଣଙ୍କୁ ସାପ କାମୁଡ଼ିଲେ ଆଉ ଜଣେ ପାଟିରେ ବିଷ ଟାଣିଥାନ୍ତି। ମାତ୍ର ବାସ୍ତବ ଜୀବନରେ ମଧ୍ୟ ସେମିତି ଘଟିଛି। ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କ ଝିଅ ପାଟିରେ ବିଷ ଟାଣି ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀଙ୍କ ନାମ ଶ୍ରମ୍ୟା ରାୟ। ସାପଟି ତାଙ୍କ ମା’ଙ୍କ ଗୋଡକୁ କାମୁଡ଼ି ଦେଇଥିଲା। ଏହି ଘଟଣା କର୍ନାଟକର ଡାକସିନା କନ୍ନଡ଼ ଜିଲାର ପୁତୁରରୁ ଆସିଛି। ଶ୍ରୀରାମ ପୁତୁରର ବିବେକାନନ୍ଦ ଡିଗ୍ରୀ କଲେଜର ଛାତ୍ରୀ ଶ୍ରମ୍ୟା ତାଙ୍କ ମା’ ମମତା ରାୟ ପୁତୁରର କିୟୁର ପଞ୍ଚାୟତ ସଦସ୍ୟ ଅଟନ୍ତି।

ମମତା ଫାର୍ମରେ ଓ୍ବାଟର ପମ୍ପ୍‌ ସୁଇଚ ଅନ୍‌ କରିବାକୁ ଯାଇଥିଲେ। ସେ କ୍ଷେତରୁ ଫେରୁଥିବାବେଳେ ହଠାତ୍‌ ତାଙ୍କ ପାଦ ଏକ ବିଷାକ୍ତ ସାପ ଉପରେ ପଡ଼ିଯାଇଥିଲା। ଫଳରେ ସାପଟି ତାଙ୍କ ଗୋଡ଼ରେ କାମୁଡ଼ି ଦେଇଥିଲା। ଏକ ବିଷାକ୍ତ ସାପ ଗୋଡ଼କୁ କାମୁଡ଼ି ଦେବା ଜାଣି ଶୁଖିଲା ଘାସରେ ଗୋଡ଼କୁ ବାନ୍ଧି ଦେଇଥିଲେ। ଫଳରେ ସାପର ବିଷ ଶରୀର ଅନ୍ୟ ଅଂଶରେ ପ୍ରବେଶ କରିପାରିବ ନାହିଁ। ମମତା ଘରେ ପହଞ୍ଚିବା ପରେ ଶ୍ରମ୍ୟା ହୃଦୟଙ୍ଗମ କଲେ ଯେ, ଯେଉଁ ଘାସରେ ତାଙ୍କ ମା’ ଗୋଡ଼ ବାନ୍ଧିଛନ୍ତି, ତାହା ଶରୀରକୁ ବ୍ୟାପିବାରେ ରୋକିବ ନାହିଁ ।

ମା’ଙ୍କ ଜୀବନ ବଞ୍ଚାଇବା ପାଇଁ ଶ୍ରମ୍ୟା ଡାକ୍ତରଖାନା ନେବା ପୂର୍ବରୁ ତୁରନ୍ତ ମା’ଙ୍କଗୋଡ଼ରୁ ବିଷ ଟାଣିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର କହିଥିଲେ ଶ୍ରମ୍ୟା ଠିକ୍‌ ସାହସ କରିଛନ୍ତି। ଫଳରେ ତାଙ୍କ ମା’ଙ୍କ ଜୀବନ ରକ୍ଷା ହୋଇପାରିଛି।

ଶ୍ରମ୍ୟା ମଧ୍ୟ ତାଙ୍କ କଲେଜରେ ଜଣେ ସ୍କାଉଟ ଏବଂ ଗାଇଡ ରେଞ୍ଜର। ଏହି ଉପାୟରେ ତାଙ୍କ ମା’ଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି। ଶ୍ରମ୍ୟା କହିଛନ୍ତି, ଏହି କୌଶଳ ବିଷୟରେ ପଢ଼ିଛନ୍ତି। ଯାହା ଦ୍ୱାରା ବିଷ ପାଟିକୁ ଯିବ ନାହିଁ ମାତ୍ର ଲୋକର ଜୀବନ ବଞ୍ଚିବ।

ଗରିବ ଏବଂ ସ୍ବଳ୍ପ ଆୟକାରୀ ଦେଶମାନଙ୍କରେ ସାପ କାମୁଡ଼ାରୁ ମୃତ୍ୟୁ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା। ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ସାପ କାମୁଡ଼ିବା ହେତୁ ମୋଟ୍‌ ୭୮,୬୦୦ ଲୋକ ମୃତ୍ୟୁବରଣ କରିସାରିଲେଣି। ସେଥିମଧ୍ୟରୁ କେବଳ ଭାରତରେ ସାପ କାମୁଡ଼ିବା କାରଣରୁ ୬୪, ୧୦୦ଲୋକ ମୃତ୍ୟୁବରଣ କରୁଛନ୍ତି।

ସ୍ବାସ୍ଥ୍ୟ ଅବସ୍ଥା ଭଲ ହେବା ପରେ ମମତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ମମତାଙ୍କୁ ଗୋଟିଏ ଦିନ ଡାକ୍ତରଖାନାରେ ରଖାଯାଇଥିଲା। ମମତାଙ୍କୁ କାମୁଡ଼ୁଥିବା ସାପଟି ମାଲାବାର ପିଟ୍‌ ଓ୍ବାଇପର ପ୍ରଜାତିର।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

ଯୁଦ୍ଧ ଭିତରେ ଭାରତ ବଢାଇଲା ସାହାଯ୍ୟର ହାତ, ଏହି ଦେଶକୁ ଦେଲା ୩୮ହଜାର ମେଟ୍ରିକ ଟନର ପେଟ୍ରୋଲ

ନୂଆଦିଲ୍ଲୀ,୨୯।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଏବଂ ଫଳସୱରୂପ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ମଧ୍ୟରେ, ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri