ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାର ମହିଳା ୱାର୍ଡର ଜରା ରୋଗୀ ୱାର୍ଡରେ କେହି ଜଣେ ମହିଳା ବାଥରୁମ୍‌ରେ ଶିଶୁ ଜନ୍ମ କରି ଛାଡ଼ି ପଳାଇଯାଇଛନ୍ତି। ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ବାଥରୁମ୍‌ ଯାଇଥିବା ବେଳେ ନବଜାତ ଶିଶୁକୁ ଦେଖି ମେଡିକାଲ କର୍ମଚାରୀଙ୍କୁ ଅବଗତ କରିଥିଲେ । ପରେ ଏହି ଶିଶୁଟି ଶିଶୁ କନ୍ୟା ବୋଲି ଜଣାପଡ଼ିଥିବା ବେଳେ ମୃତ୍ୟୁ ହୋଇଯାଇଛି। ତେବେ ଶିଶୁର ମା’ଙ୍କୁ ଠାବ କରାଯାଇନଥିବା ବେଳେ ଡ୍ୟୁଟିରେ ଥିବା କର୍ମଚାରୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ କିଏ କେଉଁ ପରିସ୍ଥିତିରେ ନବଜାତକୁ ଛାଡି ପଳାଇଛନ୍ତି, ସେ ନେଇ ମେଡିକାଲ କତ୍ତୃପକ୍ଷ ଖୋଳତାଡ଼ ଆରମ୍ଭ କରିଛି ।

Dharitri – The Largest & Most Trusted Odia Daily