ଶ୍ରୀକ୍ଷେତ୍ର ମାଟିରେ ମିଳନ: ମା’ଙ୍କୁ ପାଇଲେ ପୁଅ, ସ୍ବାମୀଙ୍କୁ ମିଳିଲା ସ୍ତ୍ରୀ

ପୁରୀ ଅଫିସ,୬ା୧୧: ଶେଷରେ ଶ୍ରୀକ୍ଷେତ୍ରର ପବିତ୍ର ମାଟିରେ ହୋଇଛି ମହାମିଳନ। ୧୦ ବର୍ଷ ପରେ ହଜିଲା ପରିବାରକୁ ଫେରିପାଇଛନ୍ତି ପଶ୍ଚିମବଙ୍ଗ ଶାନ୍ତିନିକେତନର ତାରା ଭଗତ। ଗୁରୁବାର ପଶ୍ଚିମବଙ୍ଗରୁ ତାରାଙ୍କ ସ୍ବାମୀ ଓ ପୁଅ ଆସି ତାଙ୍କୁ ସାଥୀରେ ନେଇଯାଇଛନ୍ତି। ମହାପ୍ରଭୁଙ୍କ ଯୋଗୁ ଆଜି ସେ ତାଙ୍କ ସ୍ତ୍ରୀଙ୍କୁ ଫେରିପାଇଲେ ବୋଲି ଭାବବିହ୍ବଳ କଣ୍ଠରେ ଶଙ୍କର ଭଗତ କହିଥିଲେ। ଏହି ମିଳନର ମାଧ୍ୟମ ସାଜିଥିଲା ସ୍ବେଚ୍ଛାସେବୀ ସଙ୍ଗଠନ ହୋପ୍‌ ଇଜ୍‌ ଲାଇଫ୍‌।
ପଶ୍ଚିମବଙ୍ଗ ବୀରଭୂମ୍‌ ଜିଲା ଶାନ୍ତିନିକେତନସ୍ଥିତ ବୋଲପୁରଠାରେ ତାରା ଭଗତଙ୍କ ପରିବାର ରହନ୍ତି। ସ୍ବାମୀ, ଦୁଇପୁଅ ଓ ଗୋଟିଏ ଝିଅକୁ ନେଇ ବେଶ୍‌ ଖୁସିଥିଲେ ତାରା। ମାତ୍ର ତାଙ୍କର ସାମାନ୍ୟ ମାନସିକ ଅସୁସ୍ଥତା ରହିଥିଲା। ଦିନେ ଔଷଧ କିଣିବା ପାଇଁ ଘରୁ ବାହାରି ଟ୍ରେନ୍‌ରେ ବସି ପୁରୀରେ ପହଞ୍ଚତ୍ଥିଲେ। ଏଠାରେ ପହଞ୍ଚତ୍ବା ପରେ ଅସହାୟ ତାରା ଜଣେ ବ୍ୟକ୍ତିଙ୍କ ଘରେ କାମ କଲେ। ୫ ବର୍ଷ ପରେ କାମ କରିବାର ଶକ୍ତିସାମର୍ଥ୍ୟ ହରାଇବାରୁ ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ବୃଦ୍ଧାଶ୍ରମରେ ରହିବାକୁ କହିଥିଲେ। ସେ ଏକ ଆଶ୍ରମ ଓ ପରେ ହୋପ୍‌ ଇଜ୍‌ ଲାଇଫ୍‌ର ବୃଦ୍ଧାଶ୍ରମରେ ରହୁଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କ ଫଟୋ ଓ ବିବରଣୀ ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଶେଷରେ ତାରାଙ୍କ ପରିବାର ସହ ଯୋଗାଯୋଗ ହୋଇପାରିଥିଲା। ଏକ ଗାଡ଼ିରେ ଆସି ଗୁରୁବାର ତାରାଙ୍କ ସ୍ବାମୀ ଶଙ୍କର ଏବଂ ପୁଅ ପୁରୀରେ ପହଞ୍ଚତ୍ଥିଲେ। ତାରାଙ୍କୁ ଦେଖି ତାଙ୍କ ପୁଅ କାନ୍ଦି ପକାଇ କୁଣ୍ଢାଇ ପ୍ରଣାମ କରିଥିଲେ। ଶଙ୍କରଙ୍କ ଆଖିରୁ ବି ଝରିପଡ଼ିିଥିଲା ଆନନ୍ଦାଶ୍ରୁ। ତାରା ବି ସ୍ବାମୀ ଓ ପୁଅକୁ ଦେଖି କୋହ ସମ୍ଭରଣ କରିପାରି ନ ଥିଲେ। ମହାପ୍ରଭୁଙ୍କ ଯୋଗୁ ପୂଣ୍ୟ ଶ୍ରୀକ୍ଷେତ୍ର ମାଟିରେ ଏହି ମିଳନ ହୋଇପାରିଛି ବୋଲି ତାରା କହିଥିଲେ। ସେ ହୋପ୍‌ ଇଜ୍‌ ଲାଇଫ୍‌ର ସଭାପତି ସୁରେଶ ନନ୍ଦ, ସମ୍ପାଦକ ଦୀନଭଞ୍ଜନ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପକ୍ଷରେ ତାରାଙ୍କ ଘରବାହୁଡ଼ା ଯୋଗୁ ଅନ୍ତେବାସୀ ମନ ଦୁଃଖ କରିଥିଲେ ବି ପରିବାର ସହ ମିଳନ ହୋଇଥିବାରୁ ଖୁସି ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri