ଶ୍ରୀକ୍ଷେତ୍ର ମାଟିରେ ମିଳନ: ମା’ଙ୍କୁ ପାଇଲେ ପୁଅ, ସ୍ବାମୀଙ୍କୁ ମିଳିଲା ସ୍ତ୍ରୀ

ପୁରୀ ଅଫିସ,୬ା୧୧: ଶେଷରେ ଶ୍ରୀକ୍ଷେତ୍ରର ପବିତ୍ର ମାଟିରେ ହୋଇଛି ମହାମିଳନ। ୧୦ ବର୍ଷ ପରେ ହଜିଲା ପରିବାରକୁ ଫେରିପାଇଛନ୍ତି ପଶ୍ଚିମବଙ୍ଗ ଶାନ୍ତିନିକେତନର ତାରା ଭଗତ। ଗୁରୁବାର ପଶ୍ଚିମବଙ୍ଗରୁ ତାରାଙ୍କ ସ୍ବାମୀ ଓ ପୁଅ ଆସି ତାଙ୍କୁ ସାଥୀରେ ନେଇଯାଇଛନ୍ତି। ମହାପ୍ରଭୁଙ୍କ ଯୋଗୁ ଆଜି ସେ ତାଙ୍କ ସ୍ତ୍ରୀଙ୍କୁ ଫେରିପାଇଲେ ବୋଲି ଭାବବିହ୍ବଳ କଣ୍ଠରେ ଶଙ୍କର ଭଗତ କହିଥିଲେ। ଏହି ମିଳନର ମାଧ୍ୟମ ସାଜିଥିଲା ସ୍ବେଚ୍ଛାସେବୀ ସଙ୍ଗଠନ ହୋପ୍‌ ଇଜ୍‌ ଲାଇଫ୍‌।
ପଶ୍ଚିମବଙ୍ଗ ବୀରଭୂମ୍‌ ଜିଲା ଶାନ୍ତିନିକେତନସ୍ଥିତ ବୋଲପୁରଠାରେ ତାରା ଭଗତଙ୍କ ପରିବାର ରହନ୍ତି। ସ୍ବାମୀ, ଦୁଇପୁଅ ଓ ଗୋଟିଏ ଝିଅକୁ ନେଇ ବେଶ୍‌ ଖୁସିଥିଲେ ତାରା। ମାତ୍ର ତାଙ୍କର ସାମାନ୍ୟ ମାନସିକ ଅସୁସ୍ଥତା ରହିଥିଲା। ଦିନେ ଔଷଧ କିଣିବା ପାଇଁ ଘରୁ ବାହାରି ଟ୍ରେନ୍‌ରେ ବସି ପୁରୀରେ ପହଞ୍ଚତ୍ଥିଲେ। ଏଠାରେ ପହଞ୍ଚତ୍ବା ପରେ ଅସହାୟ ତାରା ଜଣେ ବ୍ୟକ୍ତିଙ୍କ ଘରେ କାମ କଲେ। ୫ ବର୍ଷ ପରେ କାମ କରିବାର ଶକ୍ତିସାମର୍ଥ୍ୟ ହରାଇବାରୁ ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ବୃଦ୍ଧାଶ୍ରମରେ ରହିବାକୁ କହିଥିଲେ। ସେ ଏକ ଆଶ୍ରମ ଓ ପରେ ହୋପ୍‌ ଇଜ୍‌ ଲାଇଫ୍‌ର ବୃଦ୍ଧାଶ୍ରମରେ ରହୁଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କ ଫଟୋ ଓ ବିବରଣୀ ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଶେଷରେ ତାରାଙ୍କ ପରିବାର ସହ ଯୋଗାଯୋଗ ହୋଇପାରିଥିଲା। ଏକ ଗାଡ଼ିରେ ଆସି ଗୁରୁବାର ତାରାଙ୍କ ସ୍ବାମୀ ଶଙ୍କର ଏବଂ ପୁଅ ପୁରୀରେ ପହଞ୍ଚତ୍ଥିଲେ। ତାରାଙ୍କୁ ଦେଖି ତାଙ୍କ ପୁଅ କାନ୍ଦି ପକାଇ କୁଣ୍ଢାଇ ପ୍ରଣାମ କରିଥିଲେ। ଶଙ୍କରଙ୍କ ଆଖିରୁ ବି ଝରିପଡ଼ିିଥିଲା ଆନନ୍ଦାଶ୍ରୁ। ତାରା ବି ସ୍ବାମୀ ଓ ପୁଅକୁ ଦେଖି କୋହ ସମ୍ଭରଣ କରିପାରି ନ ଥିଲେ। ମହାପ୍ରଭୁଙ୍କ ଯୋଗୁ ପୂଣ୍ୟ ଶ୍ରୀକ୍ଷେତ୍ର ମାଟିରେ ଏହି ମିଳନ ହୋଇପାରିଛି ବୋଲି ତାରା କହିଥିଲେ। ସେ ହୋପ୍‌ ଇଜ୍‌ ଲାଇଫ୍‌ର ସଭାପତି ସୁରେଶ ନନ୍ଦ, ସମ୍ପାଦକ ଦୀନଭଞ୍ଜନ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପକ୍ଷରେ ତାରାଙ୍କ ଘରବାହୁଡ଼ା ଯୋଗୁ ଅନ୍ତେବାସୀ ମନ ଦୁଃଖ କରିଥିଲେ ବି ପରିବାର ସହ ମିଳନ ହୋଇଥିବାରୁ ଖୁସି ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri