ଆଧୁନିକ ସାହିତ୍ୟର ସର୍ବୋକୃଷ୍ଟ ଲୋକପ୍ରିୟ କଳା ହେଉଛି କଥା ସାହିତ୍ୟ

ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ସମାଜ ଓ ମାନବ ଜୀବନର ଯଥାର୍ଥ ପ୍ରତିଲିପି ହେଉଛି କଥା ସାହିତ୍ୟ । ଏହା ଆଧୁନିକ ସାହିତ୍ୟର ଏକ ସର୍ବୋକୃଷ୍ଟ ଲୋକପ୍ରିୟ କଳା। ଉପଯୁକ୍ତ କୌଶଳ ଏବଂ ଦକ୍ଷତା ବଳରେ କଥାକାର ଏହି କଳାର ସଫଳ ରୂପାୟନ କରେ। କଥାବସ୍ତୁ, ଚରିତ୍ର, ପରିବେଶ, ଭାଷାଶୈଳୀ ଏବଂ ମର୍ମବାଣୀର ପରିମିତ ପ୍ରୟୋଗରେ ସଫଳ ହୁଏ କଥାସୃଷ୍ଟି । ଆନନ୍ଦ ଦାନ ଓ ଶିକ୍ଷା ପ୍ରଦାନର ଏକ ମହତ୍ତର ବିଭାଗ କଥା ସାହିତ୍ୟ ବୋଲି ପଞ୍ଚାୟତ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବକ୍ତାମାନେ କହିଛନ୍ତି। ସମ୍ପାନଟିରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃନକୁଳ ସେଠ ଯୋଗଦାନ କରି ମା ବାଗଦେବୀ ସରସ୍ବତୀ ଓ ସଭାବକବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ଡଃ ଶେଷନ ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରର ଶୀର୍ଷକ ଥିଲା କଥା ସାହିତ୍ୟର କଳା ଓ କାରିଗରୀ। ବରପାଲି ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡଃ ବିଶନାଥ ସାହୁ ବିଷୟ ବିଶେଷଜ୍ଞ ଭାବେ ଯୋଗଦାନ କରି ଓଡ଼ିଆ କଥା ସାହିତ୍ୟର କଳା ଓ କାରିଗରୀ ଉପରେ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ନାତକୋତ୍ତର ଚତୁର୍ଥ ପର୍ଯ୍ୟାୟର ଛାତ୍ରୀ ପୂଜା ମେହେର ଇତିହାସର ଜୀର୍ଣ୍ଣ କଙ୍କାଳ ମଧ୍ୟରେ ଜାତୀୟତାର ମୃଦୁ ର୍ନିଝର: ଦୟାନିଧି ମିଶ୍ରଙ୍କ କ୍ଷୁଦ୍ରଗଳ୍ପ, ଛାତ୍ରୀ ନେହା ମାହାଣା ଗାଳ୍ପିକା ଗାୟତ୍ରୀ ସରାଫଙ୍କ ଗଳ୍ପରେ ଦାଦନଙ୍କ ଅନ୍ତର୍ବେଦନାର ସ୍ବର ଏବଂ ଛାତ୍ର ସନ୍ତୋଷ କାଲସାଏ ଓଡ଼ିଶାର ଦୁଇଶହ ବର୍ଷର ଇତିହାସ ‘ଫକୀରମୋହନଙ୍କ ଉପନ୍ୟାସ ନାମଧେୟ ତିନୋଟି ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ସଭାପତି ଡ. ଶେଷନ ବିଶି ଭଲ ଗଳ୍ପ ଓ ଉପନ୍ୟାସ ରଚନା କରିବାର କୌଶଳ ଓ ବିଭିନ୍ନ ମାର୍ଗ ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧିତ କରିଥିଲେ। ଡଃ ସ୍ମିତା ପାଣିଗ୍ରାହୀ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଚିରନ୍ତନ ଦାଶ। ଅତିଥିଙ୍କ ପରିଚୟ ଜ୍ଞାପନ କରିଥିଲେ ଡଃ ଅନନ୍ତ ମେହେର। ଆଲୋଚନାଚକ୍ର ସମ୍ପର୍କିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମ୍ପାନର ସମ୍ମାନ ବୃଦ୍ଧି କରିଥିବାବେଳେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ପାଠଚକ୍ର ସହ- ସମ୍ପାଦିକା କସ୍ତୁରୀ ସାହୁ। ଆଲୋଚନାଚକ୍ରରେ ଅଧ୍ୟାପିକା ଡଃ ସୁନୀତା ବେହେରା, ଛନ୍ଦାରାଣୀ ବେସେନ, ନିରୂପମା ଭୁଏ, ଡ. ସୁରେଶ ମାଝୀ ସକ୍ରିୟ ଭୂମିକା ନିର୍ବାହ କରିଥିବାବେଳେ ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଶତାଧିକ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri