ଆଧୁନିକ ସାହିତ୍ୟର ସର୍ବୋକୃଷ୍ଟ ଲୋକପ୍ରିୟ କଳା ହେଉଛି କଥା ସାହିତ୍ୟ

ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ସମାଜ ଓ ମାନବ ଜୀବନର ଯଥାର୍ଥ ପ୍ରତିଲିପି ହେଉଛି କଥା ସାହିତ୍ୟ । ଏହା ଆଧୁନିକ ସାହିତ୍ୟର ଏକ ସର୍ବୋକୃଷ୍ଟ ଲୋକପ୍ରିୟ କଳା। ଉପଯୁକ୍ତ କୌଶଳ ଏବଂ ଦକ୍ଷତା ବଳରେ କଥାକାର ଏହି କଳାର ସଫଳ ରୂପାୟନ କରେ। କଥାବସ୍ତୁ, ଚରିତ୍ର, ପରିବେଶ, ଭାଷାଶୈଳୀ ଏବଂ ମର୍ମବାଣୀର ପରିମିତ ପ୍ରୟୋଗରେ ସଫଳ ହୁଏ କଥାସୃଷ୍ଟି । ଆନନ୍ଦ ଦାନ ଓ ଶିକ୍ଷା ପ୍ରଦାନର ଏକ ମହତ୍ତର ବିଭାଗ କଥା ସାହିତ୍ୟ ବୋଲି ପଞ୍ଚାୟତ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବକ୍ତାମାନେ କହିଛନ୍ତି। ସମ୍ପାନଟିରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃନକୁଳ ସେଠ ଯୋଗଦାନ କରି ମା ବାଗଦେବୀ ସରସ୍ବତୀ ଓ ସଭାବକବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ଡଃ ଶେଷନ ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରର ଶୀର୍ଷକ ଥିଲା କଥା ସାହିତ୍ୟର କଳା ଓ କାରିଗରୀ। ବରପାଲି ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡଃ ବିଶନାଥ ସାହୁ ବିଷୟ ବିଶେଷଜ୍ଞ ଭାବେ ଯୋଗଦାନ କରି ଓଡ଼ିଆ କଥା ସାହିତ୍ୟର କଳା ଓ କାରିଗରୀ ଉପରେ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ନାତକୋତ୍ତର ଚତୁର୍ଥ ପର୍ଯ୍ୟାୟର ଛାତ୍ରୀ ପୂଜା ମେହେର ଇତିହାସର ଜୀର୍ଣ୍ଣ କଙ୍କାଳ ମଧ୍ୟରେ ଜାତୀୟତାର ମୃଦୁ ର୍ନିଝର: ଦୟାନିଧି ମିଶ୍ରଙ୍କ କ୍ଷୁଦ୍ରଗଳ୍ପ, ଛାତ୍ରୀ ନେହା ମାହାଣା ଗାଳ୍ପିକା ଗାୟତ୍ରୀ ସରାଫଙ୍କ ଗଳ୍ପରେ ଦାଦନଙ୍କ ଅନ୍ତର୍ବେଦନାର ସ୍ବର ଏବଂ ଛାତ୍ର ସନ୍ତୋଷ କାଲସାଏ ଓଡ଼ିଶାର ଦୁଇଶହ ବର୍ଷର ଇତିହାସ ‘ଫକୀରମୋହନଙ୍କ ଉପନ୍ୟାସ ନାମଧେୟ ତିନୋଟି ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ସଭାପତି ଡ. ଶେଷନ ବିଶି ଭଲ ଗଳ୍ପ ଓ ଉପନ୍ୟାସ ରଚନା କରିବାର କୌଶଳ ଓ ବିଭିନ୍ନ ମାର୍ଗ ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧିତ କରିଥିଲେ। ଡଃ ସ୍ମିତା ପାଣିଗ୍ରାହୀ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଚିରନ୍ତନ ଦାଶ। ଅତିଥିଙ୍କ ପରିଚୟ ଜ୍ଞାପନ କରିଥିଲେ ଡଃ ଅନନ୍ତ ମେହେର। ଆଲୋଚନାଚକ୍ର ସମ୍ପର୍କିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମ୍ପାନର ସମ୍ମାନ ବୃଦ୍ଧି କରିଥିବାବେଳେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ପାଠଚକ୍ର ସହ- ସମ୍ପାଦିକା କସ୍ତୁରୀ ସାହୁ। ଆଲୋଚନାଚକ୍ରରେ ଅଧ୍ୟାପିକା ଡଃ ସୁନୀତା ବେହେରା, ଛନ୍ଦାରାଣୀ ବେସେନ, ନିରୂପମା ଭୁଏ, ଡ. ସୁରେଶ ମାଝୀ ସକ୍ରିୟ ଭୂମିକା ନିର୍ବାହ କରିଥିବାବେଳେ ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଶତାଧିକ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୨୫ ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୦ା୩: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ…

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ଯୁଦ୍ଧ ଭିତରେ ଖସିଲା ସୁନାଦର; ଦେଢଲକ୍ଷରୁ ତଳକୁ ଖସିଲା ଭରିଏ ସୁନାର ମୂଲ୍ୟ!

ନୂଆଦିଲ୍‌ଲୀ,୨୦।୩: ଖସିଲା ସୁନା, ରୁପା ଦର । ସପ୍ତାହକ ମଧ୍ୟରେ ୨୦ ହଜାର ଟଙ୍କା ଖସିଲାଣି ସୁନା ଦର । ଦେଢ଼ ଲକ୍ଷରୁ ତଳକୁ ଖସିଲା ଭରିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri