ଶ୍ରୀଦୁର୍ଗାରୁ ‘ଯେତେ କିଣିବେ ସେତେ ଜିତିବେ’

ଭୁବନେଶ୍ୱର,୨୦।୯: ରାଜ୍ୟର ସର୍ବବୃହତ୍‌ ଶାଢ଼ି ଏବଂ ଗାର୍ମେଣ୍ଟ୍‌ସ ଷ୍ଟୋର ‘ଶ୍ରୀଦୁର୍ଗା’ରୁ ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ଏକ ଅଭିନବ ଅଫର‘ଯେତେ କିଣିବେ ସେତେ ଜିତିବେ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଫାମିଲି ଷ୍ଟୋରରୁ ଗ୍ରାହକ ଯେତେ ସାମଗ୍ରୀ କ୍ରୟ କରିବେ ସେତେ ପରିମାଣର ପୁରସ୍କାର ମଧ୍ୟ ପାଇବାର ସୁଯୋଗ ରହିଛି। ଚଳିତ ପୂଜାରେ ଗ୍ରାହକମାନଙ୍କୁ ଅଧିକ ଆକର୍ଷଣ କରିବା ଲକ୍ଷ୍ୟରେ ଷ୍ଟୋରରେ ସମସ୍ତ ପ୍ରକାର ମନୋଲୋଭା ଶାଢ଼ି, ବ୍ରାଣ୍ଡେଡ ପୋଷାକ, ମହିଳା ଓ ପୁରୁଷଙ୍କ ନିମନ୍ତେ ଡିଜାଇନର ପରିଧାନ ଉପଲବ୍ଧ ରହିଛି। ସେହିଭଳି ଲକି ଡ୍ର ମାଧ୍ୟମରେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜିତିବାର ଏକ ଅଭୂତପୂର୍ବ ସୁଯୋଗ ମଧ୍ୟ ରହିଛି। ଏହି ଅଫର୍‌ ଜରିଆରେ ପ୍ରତ୍ୟେକ ୯୯୯ ଟଙ୍କାର କ୍ରୟ ଉପରେ ଲକି ଡ୍ର’ କୁପନ ରହିଛି। ଏପରିକି ସାପ୍ତାହିକ ଲକି ଡ୍ର’ ଏବଂ ମେଗା ଲକି ଡ୍ର’ରେ ଗ୍ରାହକଙ୍କ ପାଇଁ ସୁଜୁକି ଆକ୍ସେସ୍‌, ବ୍ରାଣ୍ଡେଡ୍‌ ରେଫ୍ରିଜରେଟର, ୱାଶିଂ ମେଶିିନ, ଇଣ୍ଡକ୍ସନ ଚୁଲା, ୱେଟ୍‌ ଗ୍ରାଇଣ୍ଡର୍‌ ଭଳି ପୁରସ୍କାର ରହିଛି। ଏତଦ୍‌ବ୍ୟତୀତ ଷ୍ଟୋରରେ ଆହୁରି ଅନେକ ଆକର୍ଷଣୀୟ ଅଫର ୩,୪୯୯ ଟଙ୍କାର କ୍ରୟ ଉପରେ ଅଧିକ ୪୯ଟଙ୍କା ଦେଲେ ଗ୍ରାହକ ପାଇବେ ୪୨୨ଟଙ୍କାର ହଟ୍‌ପଟ୍‌ । ସେହିଭଳି ୮,୯୯୯ ଟଙ୍କାର କ୍ରୟ ଉପରେ ଅଧିକ ୯୯ ଟଙ୍କା ଦେଲେ ୧୨୯୯ ଟଙ୍କାର କିଙ୍ଗ୍‌ ସାଇଜ୍‌ ବେଡ୍‌ସିଟ୍‌, ୧୩,୯୯୯ ଟଙ୍କାର କ୍ରୟ ଉପରେ ୯୯ ଟଙ୍କା ଦେଲେ ୧୪୭୫ ଟଙ୍କାର ମବ୍‌ (ଘରପୋଛା), ୨୧,୯୯୯ ଟଙ୍କାର କ୍ରୟ ଉପରେ ୯୯ଟଙ୍କା ଦେଲେ ୩୪୯୫ ଟଙ୍କାର ମିକ୍ସର ଗ୍ରାଇଣ୍ଡରର ଅଫର୍‌ ରହିଛି । ଏହି ଅଫର୍‌ ଅକ୍ଟୋବର ୧୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଅଶୋକନଗର ଏବଂ ପାତ୍ରପଡ଼ା ସମେତ ବ୍ରହ୍ମପୁର ବିଗ୍‌ବଜାର ଷ୍ଟୋରରୁମରେ ମଧ୍ୟ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ସି ଜମାକାରୀଙ୍କ ଉଠାଣସୀମା ୫୦ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ,୬-୧୧: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ(ପିଏମ୍‌ସି) ଜମାକାରୀଙ୍କ ଲାଗି ଖୁସି ଖବର। ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ପିଏମ୍‌ସି ଜମାକାରୀଙ୍କ ଉଠାଣ ସୀମା ୫୦ ହଜାର...

୬ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ଆଦାୟ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ର ସରକାର ଅକ୍ଟୋବର ସୁଦ୍ଧା ୬ ଲକ୍ଷ କୋଟି ଟଙ୍କାର ନେଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ କରିବାକୁ ସକ୍ଷମ ହୋଇଛନ୍ତି। ସେହିଭଳି ଚଳିତ ଆର୍ଥତ୍କ...

ଭିଜିଲାନ୍ସ ସଚେତନତା ସପ୍ତାହ ଉଦ୍‌ଯାପିତ

ନୂଆଦିଲ୍ଲୀ,୧୦।୧୧: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି)ର ଗୁଜରାଟ ଆଞ୍ଚଳିକ କାର୍ଯ୍ୟାଳୟ ଅହମଦାବାଦ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଇଏସ୍‌ଆଇସି...

ନୀତି ଆୟୋଗକୁ ୬ ବର୍ଷ

ନୂଆଦିଲ୍ଲୀ,୩।୧: ୨୦୧୪-୧୫ ଆର୍ଥିକ ବର୍ଷ ସମୟରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିର ପ୍ରଥମ ବର୍ଷରେ ଦୀର୍ଘ ୬ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ଯୋଜନା ଆୟୋଗକୁ...

୭୩% ହ୍ରାସ ପାଇଛି ସୁନା ଆମଦାନୀ

ନୂଆଦିଲ୍ଲୀ,୫ା୯: ଭାରତର ସୁନା ଆମଦାନୀ ୭୩% ହ୍ରାସ ପାଇଛି। ସୁନା ଦର ରେକର୍ଡ ସ୍ତରରେ ପହଞ୍ଚତ୍ୟିବାରୁ ଲୋକେ ଏହାକୁ କିଣିବାରୁ ଦୂରେଇ ରହୁଛନ୍ତି। ଗତ ୩...

ସେନ୍‌ସେକ୍ସର ନୂଆ ରେକର୍ଡ; ନିବେଶକଙ୍କୁ ଲାଭ ୧.୭୬ ଲକ୍ଷ କୋଟି

ମୁମ୍ବାଇ,୪-୬: ମୋଦି ସରକାର କ୍ଷମତାକୁ ଫେରିବା ପରେ ନିବେଶକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ସୋମବାର କାରବାର ବନ୍ଦ ହେବା ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ବିଏସ୍‌ଇ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା...

ହୋଣ୍ଡା ଟୁହ୍ବିଲର୍ସର ନୂଆ ହର୍ନେଟ ୨.୦

ନୂଆଦିଲ୍ଲୀ,୨୮।୮: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଭାରତ ବଜାରରେ ଏହାର ନୂଆ ହର୍ନେଟ ୨.୦ ମଡେଲଟିକୁ ଶୁଭାରମ୍ଭ କରିଛି। ନୂଆ ଯାନଟିରେ...

Advertisement
Archives

Model This Week