ମୋରାଟୋରିୟମ ୨ ବର୍ଷ ଯାଏ ବଢିପାରିବ; ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨।୯: କରୋନା ପାଇଁ ଋଣ କିସ୍ତି ପଇଠ କରିବାରେ ସମସ୍ୟା ଉପୁଜୁଛି। ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଥିବା ବେଳେ ଶୀଘ୍ର ସ୍ଥିତି ଟ୍ରାକ୍‌କୁ ଫେରିବା ଭଳି ପ୍ରତୀୟମାନ ହେଉନାହିଁ। ଏଭଳି ସମୟରେ କିସ୍ତି ପଇଠ ଲାଗି ରିଜର୍ଭ ବ୍ୟାଙ୍କ ପ୍ରଦାନ କରିଥିବା ମୋରାଟୋରିୟମ ବା କୋହଳ ସୀମା ୨ ବର୍ଷ ଯାଏ ବଢାଯାଇପାରିବ। କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ସୁପ୍ରିମକୋର୍ଟଙ୍କୁ ମଙ୍ଗଳବାର ଏ ସଂକ୍ରାନ୍ତ ସୂଚନା ପ୍ରଦାନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମୋରାଟୋରିୟମ ମାମଲାର ଶୁଣାଣି କରୁଛନ୍ତି। କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କର ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟା ମଙ୍ଗଳବାର କହିଛନ୍ତି ଯେ, ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାର ଜିଡିପି ୨୩% ଖସିଥିବା ବେଳେ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକ ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। କୋଭିଡ୍‌-୧୯ ପ୍ରଭାବିତ କ୍ଷେତ୍ରଗୁଡିକୁ ସହାୟତା କରିବା ଲାଗି ଚିହ୍ନଟ ପ୍ରକ୍ରିୟା ଜାରି କରାଯାଇଛି।
ମୋରାଟୋରିୟମ ସମୟ ଅବଧି ମଧ୍ୟରେ ବ୍ୟାଙ୍କଗୁଡିକ ଋଣ କିସ୍ତି ଉପରେ ନେଇଥିବା ସୁଧ ଏବଂ ସୁଧ ଉପରେ ଲାଗୁ ହେଉଥିବା ସୁଧ ମାମଲାର ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଶୁଣାଣି କରିବେ। ଋଣ ଗ୍ରହୀତାଙ୍କୁ କୋଭିଡ୍‌ ଚାପରୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଗଷ୍ଟ ୩୧ ଯାଏ ମୋରାଟୋରିୟମ ସୁବିଧା ଦେଇଥିଲେ। ଏହା ବର୍ତ୍ତମାନ ଶେଷ ହୋଇଛି। ମୋରାଟୋରିୟମ ଅବଧିରେ ଋଣ କିସ୍ତି ପ୍ରଦାନ ନ କରିଲେ ମଧ୍ୟ କୌଣସି କଟକଣା ଲାଗିବ ନାହିଁ ବୋଲି କୁହାଯାଇଥିଲା। ହେଲେ ବ୍ୟାଙ୍କଗୁଡିକ ସୁଧ ଉପରେ ସୁଧ ନେଉଥିବାରୁ ଏହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିଶନ ଫାଇଲ କରାଯାଇଛି। ଏହି ପ୍ରସଙ୍ଗ ଉପରେ ତର୍ଜମା କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ମୋରାଟୋରିୟମ ଅବଧିରେ କିସ୍ତି ବିଳମ୍ବରେ ପ୍ରଦାନ କରିଲେ ସୁଧ ଉପରେ ସୁଧ ଲାଗୁ କରାଯାଇ ପାରିବ ନାହିଁ ବୋଲି ନ୍ୟାୟାଳୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri