ମୋରାଟୋରିୟମ ୨ ବର୍ଷ ଯାଏ ବଢିପାରିବ; ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨।୯: କରୋନା ପାଇଁ ଋଣ କିସ୍ତି ପଇଠ କରିବାରେ ସମସ୍ୟା ଉପୁଜୁଛି। ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଥିବା ବେଳେ ଶୀଘ୍ର ସ୍ଥିତି ଟ୍ରାକ୍‌କୁ ଫେରିବା ଭଳି ପ୍ରତୀୟମାନ ହେଉନାହିଁ। ଏଭଳି ସମୟରେ କିସ୍ତି ପଇଠ ଲାଗି ରିଜର୍ଭ ବ୍ୟାଙ୍କ ପ୍ରଦାନ କରିଥିବା ମୋରାଟୋରିୟମ ବା କୋହଳ ସୀମା ୨ ବର୍ଷ ଯାଏ ବଢାଯାଇପାରିବ। କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ସୁପ୍ରିମକୋର୍ଟଙ୍କୁ ମଙ୍ଗଳବାର ଏ ସଂକ୍ରାନ୍ତ ସୂଚନା ପ୍ରଦାନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମୋରାଟୋରିୟମ ମାମଲାର ଶୁଣାଣି କରୁଛନ୍ତି। କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କର ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟା ମଙ୍ଗଳବାର କହିଛନ୍ତି ଯେ, ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାର ଜିଡିପି ୨୩% ଖସିଥିବା ବେଳେ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକ ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। କୋଭିଡ୍‌-୧୯ ପ୍ରଭାବିତ କ୍ଷେତ୍ରଗୁଡିକୁ ସହାୟତା କରିବା ଲାଗି ଚିହ୍ନଟ ପ୍ରକ୍ରିୟା ଜାରି କରାଯାଇଛି।
ମୋରାଟୋରିୟମ ସମୟ ଅବଧି ମଧ୍ୟରେ ବ୍ୟାଙ୍କଗୁଡିକ ଋଣ କିସ୍ତି ଉପରେ ନେଇଥିବା ସୁଧ ଏବଂ ସୁଧ ଉପରେ ଲାଗୁ ହେଉଥିବା ସୁଧ ମାମଲାର ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଶୁଣାଣି କରିବେ। ଋଣ ଗ୍ରହୀତାଙ୍କୁ କୋଭିଡ୍‌ ଚାପରୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଗଷ୍ଟ ୩୧ ଯାଏ ମୋରାଟୋରିୟମ ସୁବିଧା ଦେଇଥିଲେ। ଏହା ବର୍ତ୍ତମାନ ଶେଷ ହୋଇଛି। ମୋରାଟୋରିୟମ ଅବଧିରେ ଋଣ କିସ୍ତି ପ୍ରଦାନ ନ କରିଲେ ମଧ୍ୟ କୌଣସି କଟକଣା ଲାଗିବ ନାହିଁ ବୋଲି କୁହାଯାଇଥିଲା। ହେଲେ ବ୍ୟାଙ୍କଗୁଡିକ ସୁଧ ଉପରେ ସୁଧ ନେଉଥିବାରୁ ଏହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିଶନ ଫାଇଲ କରାଯାଇଛି। ଏହି ପ୍ରସଙ୍ଗ ଉପରେ ତର୍ଜମା କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ମୋରାଟୋରିୟମ ଅବଧିରେ କିସ୍ତି ବିଳମ୍ବରେ ପ୍ରଦାନ କରିଲେ ସୁଧ ଉପରେ ସୁଧ ଲାଗୁ କରାଯାଇ ପାରିବ ନାହିଁ ବୋଲି ନ୍ୟାୟାଳୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧ ଜୁଲାଇରୁ ବନ୍ଦ ହୋଇଯିବ ୧୦, ୨୦, ୫୦ ଓ ୧୦୦ ଟଙ୍କିଆ ନୋଟ୍‌? ଜାଣନ୍ତୁ କଣ କହିଲେ ସରକାର

ନୂଆଦିଲ୍ଲୀ,୨୯।୬: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୋଷ୍ଟର ସେୟାର କରାଯାଇଛି। ଏହି ପୋଷ୍ଟରରେ ‘ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର’ର ଲୋଗୋ…

୧୦ବର୍ଷ ପରେ ଭରିଏ ସୁନା ନେବ କେତେ ଟଙ୍କା? ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୯।୬: ଆଜି ସୁନା ଦରରେ ପୁଣି ଥରେ ହ୍ରାସ ଦେଖିବାକୁ ମିଳିଛି। ଗ୍ଲୋବାଲ୍ COMEX ମାର୍କେଟରେ ସୁନା ମୂଲ୍ୟ ୦.୩୬% କମିଯାଇଛି। ସ୍ୱଳ୍ପ ଅବଧିର ଏହି ହ୍ରାସ ସତ୍ତ୍ୱେ…

୧ ଜୁଲାଇରୁ ଝଟ୍‌କା! ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ; ଆଧାର, ଆଇଟିଆର୍ ଏବଂ ବ୍ୟାଙ୍କରେ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇ ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହାର ପ୍ରଭାବ ଟ୍ୟାକ୍ସପେୟର (କରଦାତା), ବ୍ୟାଙ୍କ ଗ୍ରାହକ, କ୍ରେଡିଟ୍ କାର୍ଡ ବ୍ୟବହାରକାରୀ,…

RBIର ନୂଆ ପ୍ଲାନ! ଅନଲାଇନରେ ଟଙ୍କା ପଠାଇବା ନିୟମରେ ହେବ ପରିବର୍ତ୍ତନ, ଲାଗିବ….

ନୂଆଦିଲ୍ଲୀ,୨୯।୬: ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। RBI…

ଏଲପିଜି ଗ୍ରାହକ ସାବଧାନ! ଆଉ ମାତ୍ର ୪୮ ଘଣ୍ଟା, ବନ୍ଦ ହୋଇଯିବ ଏହି ଜରୁରୀ ସେବା…

ନୂଆଦିଲ୍ଲୀ,୨୯।୬: ଯଦି ଆପଣଙ୍କ ଘରେ ମଧ୍ୟ ଇଣ୍ଡେନ୍ (Indane), ଏଚପି (HP) କିମ୍ବା ଭାରତ ଗ୍ୟାସ୍ (Bharat Gas) ର ଏଲପିଜି କନେକ୍ସନ ଅଛି, ତେବେ ଏହି…

ତିରୁମାଲା ମନ୍ଦିର ସୁପ୍ରଭାତ ସେବାରେ ଯୋଗଦେଲେ ଅନନ୍ତ ଅମ୍ବାନୀ, କଲେ ମୁଣ୍ଡନ

ତିରୁମାଲା,୨୮।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ରବିବାର ତିରୁମାଲାର ପାହାଡ଼ରେ ଅବସ୍ଥିତ ପବିତ୍ର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଅନନ୍ତ ତିରୁମାଲାରେ…

‘ତତ୍କାଳ’ ଏବଂ ‘କରେଣ୍ଟ’ ଟିକେଟ୍ ବୁକିଂ ମଧ୍ୟରେ ଥିବା ତଫାତ କ’ଣ? ଜାଣିଥିଲେ ସହଜ ହେବ ଯାତ୍ରା

ନୂଆଦିଲ୍ଲୀ,୨୮।୬: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଟିକେଟ୍ ବୁକିଂର ଅନେକ ବିକଳ୍ପ ରହିଛି। ଏହା ମଧ୍ୟରେ ତତ୍କାଳ ବୁକିଂ (Tatkal Booking) ଏବଂ କରେଣ୍ଟ…

୧୦୦-୨୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ଖବର; ଘରେ ଜମା କରିବା ଆରମ୍ଭ କଲେଣି ଲୋକେ, ଜାଣନ୍ତୁ କଣ ରହିଛି କାରଣ…

ନୂଆଦିଲ୍ଲୀ, ୨୮।୬: ନିକଟ ଦିନଗୁଡ଼ିକରେ ୧୦୦ ଏବଂ ୨୦୦ ଟଙ୍କିଆ ନୋଟକୁ ନେଇ ଏକ ନୂଆ ଧାରା ଦେଖିବାକୁ ମିଳୁଛି। ଲୋକମାନେ ପୂର୍ବ ଅପେକ୍ଷା ନିଜ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri