ପ୍ରସ୍ତୁତ ହେଉଛି ମଡର୍ନ ମାର୍କେଟ ରୂପରେଖ

ଅନୁଗୋଳ ଅଫିସ, ୧୦।୬ ଗୋଟିଏ ଛାତ ତଳେ ଉପଲବ୍ଧ ହେବ ସତେଜ ପରିବା ଓ ଆମିଷ ଦ୍ରବ୍ୟ। ଅନୁଗୋଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବ ‘ମଡର୍ନ ମାର୍କେଟ’। ଏଥିପାଇଁ ୨ ଏକର ଜାଗା ଖୋଜା ଆରମ୍ଭ ହୋଇଗଲାଣି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ତହସିଲଦାର ଜାଗା ଚିହ୍ନଟ କାର୍ଯ୍ୟ ଚଳାଇଥିବା ଜଣାପଡ଼ିଛି। ଚଳିତମାସ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ସମାପ୍ତ ସହ ମଡର୍ନ ମାକେର୍ଟର ରୂପରେଖ ପ୍ରସ୍ତୁତ ହୋଇଯିବ ବୋଲି ସୂଚନା ମିଳିଛି।
ଅନୁଗୋଳ ପୌରପାଳିକା ଅନ୍ତର୍ଗତ ଡେଲି ମାର୍କେଟ ଉଚ୍ଛେଦ କରାଯିବ। ଡେଲି ମାର୍କେଟ ସ୍ଥାନରେ ସିଟି ସେଣ୍ଟର କମର୍ସିଆଲ ହବ୍‌ ନିର୍ମାଣ ହେବ। ଏହା ସମୂର୍ଣ୍ଣ ଭାବେ ମଲ୍ଟି ଷ୍ଟୋରେଜ ଭଳି ଗଢ଼ାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସହର ମଝିରେ ଥିବା ମାଛ ମାର୍କେଟ ଓ ଡେଲି ମାର୍କେଟକୁ ଉଠାଯାଇ ମଡର୍ନ ମାର୍କେଟରେ ସ୍ଥାନ ଦିଆଯିବ। ୨ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ଏହି ମର୍ଡନ ମାର୍କେଟ ପାଇଁ ୩ଟି ସ୍ଥାନକୁ ପ୍ରାଥମିକ ସ୍ତରରେ ସଟ୍‌ଲିଷ୍ଟ କରାଯାଇଛି। ଏହି ତାଲିକା ମଧ୍ୟରୁ ଗୋଟିକରେ ମୋହର ଲଗାଯିବ ବୋଲି କୁହାଯାଇଛି। ଏହାପରେ ଏହି ମଡର୍ନ ମାର୍କେଟ ପାଇଁ ଆସନ୍ତା ମାସରେ ଭିତ୍ତିପ୍ରସ୍ତର ପଡ଼ିବ। ଏଠାରେ ଚାଷୀଙ୍କଠାରୁ ବ୍ୟବସାୟୀଙ୍କ ଯାଏ ସମସ୍ତୁଙ୍କୁ ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟରେ ବ୍ୟବସାୟ ସୁଯୋଗ ଯୋଗାଇ ଦିଆଯିବ। ଏହାକୁ ଜିରୋ ୱେଷ୍ଟ କନସେପ୍ଟରେ ନିର୍ମାଣ କରାଯିବ। ପଚାଶଢ଼ା ପନିପରିବା ଓ ପତ୍ର ସହ କାଗଜ ବାହାରକୁ ଯିବ ନାହିଁ। ଏହି ମାର୍କେଟରେ ହିଁ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇ ଆବର୍ଜନା ନଷ୍ଟ କରାଯିବ। ଏହି ମଡର୍ନ ମାର୍କେଟରେ ୫ଶହ ଘର ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଥିମଧ୍ୟରୁ ପରିବା ବ୍ୟବସାୟୀଙ୍କୁ ୩୫୦ ଘର ଓ ଅବଶିଷ୍ଟ ୧୫୦ ଘର ଆମିଷ ବଜାର ପାଇଁ ରଖାଯିବ ବୋଲି କୁହାଯାଇଛି। ଏହି ଅତ୍ୟାଧୁନିକ ମାର୍କେଟରେ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ବିଶ୍ରାମ ରୁମ୍‌, ପାର୍କିଂ ବ୍ୟବସ୍ଥା, ପାନୀୟଜଳ, ଶୌଚାଳୟ, ଶୀତଳଭଣ୍ଡାର, କ୍ୟାଣ୍ଟିନ୍‌, ମାର୍କେଟ ଆସୋସିଏଶନ ଗୃହ ଆଦି ରହିବ। ବହୁ ପୂର୍ବରୁ ଏଭଳି ଏକ ମାର୍କେଟ କମ୍ପ୍ଲେକ୍ସ ପାଇଁ ଜିଲା ପ୍ରଶାସନ ଯୋଜନା କରିଥିଲା। ତେବେ ପୌର ପରିଷଦର ଦ୍ୱିତୀୟ ବୈଠକରେ ପୌର ପ୍ରଶାସନ ନିଜର ଏପରି ଏକ ପରିକଳ୍ପନା ଉପସ୍ଥାପନ କରିବା ପରେ ସହମତି ପ୍ରକାଶ ପାଇଥିଲା। ଏପରି କି ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଅନୁରୋଧ ରକ୍ଷା କରି ଜିଲା ପ୍ରଶାସନ ଏଥିପାଇଁ ୩ କୋଟି ଟଙ୍କା ବ୍ୟବସ୍ଥା କରିଛି। ଏ ନେଇ ଖର୍ଚ୍ଚ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ)ରୁ କରାଯିବ ବୋଲି ସୂଚନା ମିଳିଛି। ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ଏଭଳି କାର୍ଯ୍ୟ ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ପୌରପରିଷଦ ବୈଠକରେ ସମସ୍ତେ ସହମତ ହୋଇଥିଲେ। ଜିଲାପଳଙ୍କୁ ଅବଗତ କରାଯିବା ପରେ ମଡର୍ନ ମାର୍କେଟ ନିର୍ମାଣ କରାଯିବାକୁ ଯୋଜନା ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆବଶ୍ୟକ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ସମାପ୍ତ କରାଯିବ। ଅନ୍ୟପକ୍ଷରେ ଡେଲି ମାର୍କେଟର କେତେଜଣ ବ୍ୟବସାୟୀ ମାର୍କେଟ ଉଚ୍ଛେଦକୁ ନାପସନ୍ଦ କରିଛନ୍ତି। ସେମାନେ କହିଛନ୍ତି, ଡେଲି ମାର୍କେଟ ସ୍ଥାନରେ ମଡର୍ନ ମାର୍କେଟ ନିର୍ମାଣ ହୋଇଥିଲେ ଭଲ ହୋଇଥାନ୍ତା। ନୂଆ ସ୍ଥାନକୁ ଗଲେ ବ୍ୟବସାୟ ହେବ କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱରେ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri