ଭେଣ୍ଡିଂ ଜୋନର ଅବ୍ୟବସ୍ଥା ଦେଖି ବିଧାୟକ କ୍ଷୁବ୍ଧ

ପାରଳାଖେମୁଣ୍ଡି, ୪।୩ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଅଚାନକ କାଶୀନଗର ବସ ଷ୍ଟାଣ୍ଡଠାରେ ପହଞ୍ଚି ସେଠାରେ ହେଉଥିବା ଦୈନିକ ପରିବା, ମାଛ ଓ ମାଂସ ବଜାର ପରିଦର୍ଶନ କରି ସେଠାକାର ପରିବେଶ ପରିଚ୍ଛନ୍ନ ସ୍ବଚ୍ଛତା ଦେଖି ଖୋଭ ପ୍ରକାଶ କରିଥିଲେ। ସେଠାରେ ଥିବା ଭେଣ୍ଡିଂ ଜୋନ ଗୃହ ସବୁ ପରିତ୍ୟକ୍ତ ଅବସ୍ଥାରେ ବ୍ୟବହୃତ ନ ହୋଇ ମଦୁଆ ମାନଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇ ମଦ ବୋତଲ ସବୁ ଏଣେ ତେଣେ ପଡ଼ିଥିବା ଦେଖି ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି।

ମୁଖ୍ୟତଃ ସେଠାରେ ଅସ୍ଥାୟୀ ବ୍ୟବସାୟୀ ମାନେ ବସ ଷ୍ଟାଣ୍ଡ କବ୍ଜା କରି ରାସ୍ତା ଉପରେ ଠେଲା ଗାଡି, ପରିବା ବିଛେଇ ବସ ଷ୍ଟାଣ୍ଡକୁ ଅବରୋଧ କରିଥାନ୍ତି। ମାଛ ଓ ମାଂସ ବ୍ୟବସାୟୀ ମାନଙ୍କୁ ସେଠାରେ ସ୍ବତନ୍ତ୍ର ଗୃହ ଯୋଗାଇ ଦିଆଥିଲେ ସୁଦ୍ଧା ସେମାନେ ସେଠାରେ ମାଛ ମାଂସ ବିକ୍ରି ନ କରିବା ହେତୁ ରାତ୍ରି ସମୟରେ କିଛି ଅସାଧୁ ବ୍ୟକ୍ତି ମଦ୍ୟ ପାନ କରି ଆଡ୍ଡା ଜମେଇ ଥାନ୍ତି। ସେହି ମାଛ ବଜାର ନିକଟରେ ଏକ ଫିଲଟର ପାଣି ଯୋଗେଇବା ପାଇଁ ଟ୍ୟାଙ୍କ ରହିଛି ତାହା କେକେ ବ୍ୟବହାରରେ ଆସିବ କେହି ଜାଣି ନାହାନ୍ତି। କାଶୀନଗର ବାସୀ ଏହି ପରିବା ବଜାର ସହ ମାଛ ଓ ମାଂସ ବ୍ୟବସାୟୀମାନେ ବସ ଷ୍ଟାଣ୍ଡ ଅବରୋଧ ନ କରି ସେମାନଙ୍କ ପାଇଁ ଉଦିଷ୍ଟ ଭେଣ୍ଡିଂ ଜୋନରେ ବିକ୍ରି କରିବା ପାଇଁ ଏବଂ କାଶୀନଗର ସହର ବିକାଶରେ ଉପୁଜୁ ଥିବା ସମସ୍ୟାର ଶୀଘ୍ର ସମାଧାନ ସହ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ମାରକ ପତ୍ର ବିଧାୟକଙ୍କୁ ଦେଇଥିଲେ। ଏହି ପରି କିଛି ମାସ ପୂର୍ବରୁ ଗଜପତି ଜିଲାପାଳ ପ୍ରତ୍ୟକ୍ଷ ଭାବେ ସମସ୍ୟା ସବୁ ଅନୁଧ୍ୟାନ କରି ଫେରିଥିଲେ ସୁଦ୍ଧା କୌଣସି ପରିବର୍ତ୍ତନ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri