୫ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଆଦିବାସୀ ଝିଅ

କେନ୍ଦୁଝର,୨୫ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର ଗୁରୁବା ମୁଣ୍ଡାଙ୍କ ଝିଅ ୨୦୧୯ରୁ ନିଖୋଜ ଥିବା ବେଳେ ସୋମବାର ଶିଶୁମଙ୍ଗଳ ସମିତିର ହସ୍ତକ୍ଷେପ ପରେ ପରିବାର ନିକଟକୁ ଫେରିଛନ୍ତି। ଫଳରେ ପରିବାରରେ ଖୁସିର ଲହରି ଖେଳିଯାଇଛି।

ପ୍ରକାଶ ଯେ, ଗୁରୁବା ଜଣେ ଗରିବ ଆଦବାସୀ। ତାଙ୍କର ୫ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ୨୦୧୯ରେ ତାଙ୍କର ଦ୍ୱିତୀୟ କନ୍ୟା ଶିବାନୀ (ଏବେ ୧୨ ବର୍ଷ) ତାଙ୍କ ପିଉସା ରାଜୁ ମୁଣ୍ଡା ସହିତ ଭଦ୍ରକ ବୁଲି ଯାଇଥିଲେ। ସେଠାକୁ ଯାଇ ଆଉ ସେ ଘରକୁ ଫେରି ନ ଥିଲେ। ଅନିଶ୍ଚିତତା ମଧ୍ୟରେ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିଲେ। ପିଉସାଙ୍କୁ ପଚାରିବାରୁ ସେ ବାଲେଶ୍ୱର ଯାଇଥିବା ବେଳେ ଝିଅ କେଉଁଆଡ଼େ ପଳାଇଲା ବୋଲି କହିଥିଲେ। ଏନେଇ ଗୁରୁବାଙ୍କ ସ୍ତ୍ରୀ ବୈଶାଖୀ ଥାନାରେ ଅଭିଯୋଗ କରିଥିଲେ। ପିଉସା ନେଇ ତାଙ୍କ ବଡ଼ଭାଇଙ୍କ ଘରେ ଛାଡ଼ିଥିଲେ। ତାଙ୍କ ପିଲାଙ୍କ ଦେଖାଶୁଣା କରିବା ପାଇଁ। ଛୁଆ କାନ୍ଦିଲେ ମୋତେ ମାଡ ମାରନ୍ତି। ଏଣୁ ଦିନେ ଘରୁ ବାହାରି ପଳାଇ ଯାଇଥିଲେ ବୋଲି କୁନି ଝିଅଟି କହିଛନ୍ତି। ତାପରେ ପୋଲିସ ଉଦ୍ଧାର କରି ଏକ ସଂସ୍ଥାରେ ରଖିଥିଲା। ସେଠାରେ ପଢୁଥିଲି। ଘର କଥା ବହୁତ ମନେ ପଡ଼ିଲା ଏବଂ କାନ୍ଦୁଥିଲି। ଏବେ ବାପା ଓ ମା’ ପାଖକୁ ଆସି ବହୁତ ଖୁସି ଲାଗୁଛି। ଘରେ ରହିବି ଓ ପଢ଼ାପଢ଼ି ଜାରି ରଖିବି ବୋଲି କହିଛନ୍ତି ଶିବାନୀ।

କେନ୍ଦୁଝର ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବିଭୂତି ଦାଶ କହିଛନ୍ତି, ଆଜି ଶିଶୁଟିକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତା’ର ପଢିବା ପାଇଁ ପାଖ ବିଦ୍ୟାଳୟରେ ବ୍ୟବସ୍ଥା କରାଯିବା ସହ ସୁବିଧା ଯୋଗାଇ ଦିଆଯିବ। ଏହି ହସ୍ତାନ୍ତର ବେଳେ କେନ୍ଦୁଝର ଶିଶୁ ମଙ୍ଗଳ ସମିତିର ସଦସ୍ୟା ସୋନାଲି ଦାଶ, ରାଜଶ୍ରୀ ଉପାଧ୍ୟାୟ ଓ ସଦସ୍ୟ କୃଷ୍ଣଚନ୍ଦ୍ର ବାରିକ ଏବଂ ବାଲେଶ୍ୱର ଚାଇଲ୍ଡ ଲାଇନ୍‌ର ଜଣେ ସଦସ୍ୟା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଢାଞ୍ଚା ପ୍ରକାଶିତ, କୃଷକ, ମତ୍ସ୍ୟଜୀବୀଙ୍କ ପାଇଁ…

ନୂଆଦିଲ୍ଲୀ,୭।୨: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏବେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯାଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ…

ନାବାଳିକାଙ୍କୁ କୁରକୁରି, ଚକଲେଟ ଦେଖାଇ ଏକ ନିଛାଟିଆ ସ୍ଥାନକୁ ଡାକିନେଲେ ବୃଦ୍ଧ, ତା’ପରେ…

ଖୁଣ୍ଟୁଣୀ,୭l୨(ସଚ୍ଚିଦାନନ୍ଦ ପଣ୍ଡା): ଜଣେ ନାବାଳିକା ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୋଲିସ ଶୁକ୍ରବାର ରାଧାଦାମୋଦରପୁର (କଣ୍ଟାବନ୍ଧ) ଗ୍ରାମର ଗଗନ ବିହାରୀ…

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri