ନାଗପଡ଼ାରେ ଦୁର୍ବୃତ୍ତ ଜାଳି ଦେଲେ ଘର, ବୋଲେରୋ

ଆଳି,୫ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଗପଡା ଗଁାର ଗୋଟିଏ ବୋଲେରୋ ସମେତ ୨ ଜଣଙ୍କ ଘରକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏପରି କି ଏହି ଘଟଣାକୁ ନେଇ ନାଗପଡ଼ା, ବାଳକାଟୀ ଓ ରାଣୀପୋଖରୀ ଗଁାରେ ଆତଙ୍କ ଖେଳି ଯାଇଛି।
ସୂଚନା ମୁତାବକ, ଗୁରୁବାର ରାତି ୧ଟାରେ ଗଁାରେ ସୁଧାକର ନାୟକଙ୍କ ବୋଲେରୋରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେବା ପରେ ଗ୍ରାମବାସୀ ଓ ଦମକଳ ବାହିନୀ ଆୟତ୍ତ କରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଗଁାରେ ଦିବାକର ବାରିକ ଓ ବିଦ୍ୟାଧର ବାରିକଙ୍କ ଚାଳଛପର ଘରେ ନିଆଁ ଲଗାଇ ଦେଇଥିଲେ। ଗ୍ରାମବାସୀ ଆଳି ଦମକଳ ସହାୟତାରେ ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡରେ ଦିବାକର ଓ ବିଦ୍ୟାଧରଙ୍କ ଘରେ ଥିବା ଆସବାବପତ୍ର ସମେତ ସମସ୍ତ ସାମଗ୍ରୀ ଜଳିପୋଡ଼ି ଛାର୍‌ଖାର ହୋଇଯାଇଛି। ପିନ୍ଧା ବସ୍ତ୍ର ବ୍ୟତୀତ ସେମାନଙ୍କ ନିକଟରେ ଆଉ କିଛି ନାହିଁ। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅପରପକ୍ଷରେ ଗତ ବର୍ଷେ ମଧ୍ୟରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାଗପଡା, ବାଳକାଟୀ ଓ ରାଣୀପୋଖରୀ ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧ ନଭେମ୍ବର ୪ ରାତିରେ ଦୁର୍ବୃତ୍ତମାନେ ସୁଧାକରଙ୍କ ଗାଡ଼ି ଜାଳିଥିବା ବେଳେ ଚଳିତବର୍ଷ ସମାନ ସମୟରେ ସେହି ଗାଡ଼ିକୁ ପୁନର୍ବାର ଜାଳି ଦେଇଛନ୍ତି। ଅପରପକ୍ଷରେ ଜାନୁୟାରୀରେ ବାଳକାଟୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିବାକର ନାୟକଙ୍କ ଘରକୁ ଦୁର୍ବୃତ୍ତମାନେ ଜାଳି ଦେଇଥିଲେ। ବାରମ୍ବାର ଏପରି ଘଟଣା ଘଟୁଥିବାରୁ ମୁକ୍ତିକାନ୍ତ ଦାସ, ଦିବାକର ନାୟକ, ନବକିଶୋର ପରିଡା, ସନାତନ ବେହେରା, ବ୍ରହ୍ମାନନ୍ଦ ବେହେରା, ବବ୍ରୁବାହନ ସାହୁ, ଭୀମସେନ ବାରିକଙ୍କ ସମେତ ଗ୍ରାମବାସୀ ଆତଙ୍କିତ ହୋଇ ପୋଲିସ ପ୍ରଶାସନ ନିକଟରେ ଏହି ଘଟଣା ଘଟାଉଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri