ଏନ୍‍ଟିଏ’ରେ ସଂସ୍କାର ପାଇଁ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ଠାରୁ ମତାମତ ଲୋଡ଼ିଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୮।୬: ଜାତୀୟ ପରୀକ୍ଷଣ ସଂସ୍ଥା-ଏନ୍‍ଟିଏରେ ସଂସ୍କାର ଆଣିବା ପାଇଁ ସୁପାରିଶ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଠାରୁ ପ୍ରସ୍ତାବ ଲୋଡ଼ିଛନ୍ତି । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ.ରାଧାକ୍ରିଷ୍ଣନ୍‍ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ମାଇଁ ଗଭ୍‍ ୱେବ୍‍ସାଇଟ୍‍ ଜରିଆରେ ପ୍ରସ୍ତାବ ଏବଂ ମତାମତ ଗ୍ରହଣ କରିବେ ।

ଆସନ୍ତା ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସେମାନେ ମତାମତ ପଠାଇ ପାରିବେ । ଆସନ୍ତା ୨ମାସ ମଧ୍ୟରେ କମିଟି’ ଶିକ୍ଷା ମନ୍ତ୍ରଣାଳୟକୁ ଏନ୍‍ଟିଏରେ ସଂସ୍କାର ସମେତ ପରୀକ୍ଷା ପରିଚାଳନା ପ୍ରକ୍ରିୟା ଓ ଡାଟା ସୁରକ୍ଷା ସଂପର୍କିତ ରିପୋର୍ଟ ପ୍ରଦାନ କରିବ ।

ସୂଚନାଯୋଗ୍ୟ ଏନ୍‌ଟିଏ ପରୀକ୍ଷା ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ପରୀକ୍ଷାଗୁଡ଼ିକର ସ୍ବଚ୍ଛ, ସରଳ ଏବଂ ନିରପେକ୍ଷ ଆଚରଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଉକ୍ତ କମିଟି ଗଠନ କରିଛି। କାରଣ ନିଟ୍‌, ୟୁଜି, ୟୁଜିସି ଏବଂ ନେଟ୍‌ ସମେତ ଅନେକ ପରୀକ୍ଷାର ପେପର ଲିକ୍‌ ବିବାଦ ହେବାରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

୭ ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ପୂର୍ବତନ ଇସ୍ରୋ ଅଧ୍ୟକ୍ଷ କେ.ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିବା ଶିକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଏହି କମିଟିରେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ପ୍ରଫେସର ବି.ଜେ ରାଓ, ରାମମୂର୍ତ୍ତି. କେ, ପଙ୍କଜ ବଂଶଲ ମଧ୍ୟ ରହିଛନ୍ତି।

କମିଟି ନିମ୍ନ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବ:

ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର

(କ) ଆମୂଳଚୁଳ ଭାବେ ପରୀକ୍ଷା ପ୍ରକ୍ରିୟାର ବିଶ୍ଳେଷଣ କରିବା ଏବଂ ବ୍ୟବସ୍ଥାର ଦକ୍ଷତାରେ ଉନ୍ନତି ଆଣିବା ଏବଂ କୌଣସି ସମ୍ଭାବ୍ୟ ଉଲ୍ଲଂଘନକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେବା ।

(ଖ) ଏନଟିଏର ମାନକ ପରିଚାଳନା ପଦ୍ଧତି ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି)/ପ୍ରୋଟୋକଲର ସମ୍ପୂର୍ଣ୍ଣ ସମୀକ୍ଷା କରିବା ଏବଂ ପ୍ରତ୍ୟେକ ସ୍ତରରେ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଅନୁଧ୍ୟାନ ବ୍ୟବସ୍ଥା ସହିତ ଏହି ପ୍ରକ୍ରିୟା/ ପ୍ରୋଟୋକଲଗୁଡ଼ିକୁ ସୁଦୃଢ଼ କରିବା ନିମନ୍ତେ ପଦକ୍ଷେପ ନେବା ଲାଗି ଆବଶ୍ୟକ ପରାମର୍ଶ ଦେବା ।

(ii) ଡାଟା ସୁରକ୍ଷା ପ୍ରୋଟୋକଲରେ ଉନ୍ନତି

(କ) ବର୍ତ୍ତମାନର ଡାଟା ସୁରକ୍ଷା ପ୍ରକ୍ରିୟା ଏବଂ ଏନଟିଏର ପ୍ରୋଟୋକଲଗୁଡିକର ମୂଲ୍ୟାଙ୍କନ କରିବା ତଥା ଏଥିରେ ସୁଧାର ପାଇଁ ପଦକ୍ଷେପ ସୁପାରିସ କରିବା ।

(ଖ) ବିଭିନ୍ନ ପରୀକ୍ଷା ପାଇଁ ପେପର ସେଟିଂ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ବନ୍ଧୀୟ ବର୍ତ୍ତମାନର ସୁରକ୍ଷା ପ୍ରୋଟୋକଲ ଯାଞ୍ଚ କରିବା ତଥା ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ପାଇଁ ସୁପାରିସ କରିବା ।

(iii) ଏନଟିଏର ଢାଞ୍ଚା ଓ ପରିଚାଳନାରେ ଉନ୍ନତି

(କ) ପଏଣ୍ଟ (୧) ଓ (୨) ଅଧୀନରେ ଦିଆଯାଇଥିବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ର ସାଂଗଠନିକ ଢାଞ୍ଚା ଏବଂ ପରିଚାଳନା ପ୍ରକ୍ରିୟାରେ ସୁଧାର ଆବଶ୍ୟକ ସୁପାରିସ କରିବା ଏବଂ ପ୍ରତ୍ୟେକ ସ୍ତରରେ କର୍ମକର୍ତ୍ତାଙ୍କ ଭୂମିକା ଏବଂ ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା ।

(ଖ) ଏନଟିଏର ସାମ୍ପ୍ରତିକ ଅଭିଯୋଗ ସମାଧାନ ବ୍ୟବସ୍ଥାର ଆକଳନ କରିବା, ଉନ୍ନତିର କ୍ଷେତ୍ରଗୁଡିକ ଚିହ୍ନଟ କରିବା ଏବଂ ଏହାର ଦକ୍ଷତା ବୃଦ୍ଧି ପାଇଁ ସୁପାରିସ କରିବା।

ଏହି ଆଦେଶ ଜାରି ହେବାର ଦୁଇ ମାସ ମଧ୍ୟରେ କମିଟି ଏହାର ରିପୋର୍ଟ ଶିକ୍ଷା ମନ୍ତ୍ରଣାଳୟକୁ ପ୍ରଦାନ କରିବ। ନିଜର ସହାୟତା କରିବା ପାଇଁ କମିଟି ଯେକୌଣସି ବିଷୟ ବିଶେଷଜ୍ଞଙ୍କ ସହଯୋଗ ନେଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri