ଅମୃତ ସରୋବରରେ ନୌକା ବିହାର ଉଦଘାଟନ୍‌ କଲେ ମନ୍ତ୍ରୀ

ଟିଟିଲାଗଡ଼,୨୬।୧(ଡି.ଏନ୍‌.ଏ.): ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଖୋଲାଣ ଅମୃତ ସରୋବରରେ ନୌକା ବିହାର ଯୋଜନାକୁ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରିଛନ୍ତ। ବ୍ଲକ ଅନ୍ତର୍ଗତ କୌଣସି ସରୋବରରେ ଏଭଳି ନୌକା ବିହାର ପ୍ରଥମ ଭାବରେ ଆରମ୍ଭ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଖେଳିଯାଇଛି । ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ଉଦ୍ୟମରେ ସରକାରୀ ଯୋଜନାରେ ବିଶାଳ ଅମୃତ ସରୋବର ସହ ଏହାର ପାଶ୍ୱର୍ର୍ରେ ସ୍ମାର୍ଟ ପାର୍କ, ଓପନ ଜିମ, ୱାକିଙ୍ଗ ଟ୍ରେକ, ସୁବ୍ୟବସ୍ଥିତ ଆଲୋକିକରଣ, ଆମର ଖୋଲାଣ ସେଲ୍ଫି ପଏଣ୍ଟ ଆଦି ବ୍ୟବସ୍ଥା ହେଉଛି। ପୂର୍ବରୁ କେନ୍ଦ୍ରୀୟ ଟିମ୍‌, ବଲାଙ୍ଗୀର ଜିଲାପାଳଙ୍କ ସହ ଏହି ପୋଖରୀ ଗସ୍ତ ସହ ଉଚ୍ଚମାନର କାର୍ଯ୍ୟ ନେଇ ସରପଞ୍ଚଙ୍କୁ ପ୍ରଂଶସା କରିଥିଲେ। ଜିଲାପାଳ ଚଞ୍ଚଳ ରାଣା ଖୋଦ ବଡିଓ ନବୀନ ଚନ୍ଦ୍ର ନାୟକଙ୍କ ଜରିଆରେ ଏହି ପୋଖରୀ କାର୍ଯ୍ୟ ତଦାରଖ ସହ ଜିଲାର ସରପଞ୍ଚ ମାନଙ୍କୁ ଏଠାକୁ ପରିଦର୍ଶନ ପାଇଁ ପ୍ରଶାସନ ବ୍ୟବସ୍ଥା କରିଥିଲା । ଆଜି ମନ୍ତ୍ରୀଙ୍କ ଦ୍ୱାରା ନୌକା ବିହାର ଯୋଜନା ଉଦ୍‌ଘାଟନ ଅବସରରେ ବିଡ଼ିଓ ଶ୍ରୀ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ରାଜ୍ୟସଭା ଏମ୍‌ପି ନିରଞ୍ଜନ ବିଶିଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ଜିଲା ସରପଞ୍ଚ ସଂଘ ସଭାପତି ବିରବର ସାହୁ, ବିଶିଷ୍ଟ ଶିକ୍ଷାବିତ ବିଶ୍ୱନାଥ ମିଶ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟ ସଞ୍ଜୀବ ସାହୁ, ସମାଜସେବୀ ଧ୍ରୁବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri