ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ଡ଼ଙ୍ଗା, ୪୦ ପାକିସ୍ତାନୀ ମୃତ

ରାବତ,୧୭।୧: ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା। ଯେଉଁଥିରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। କୁହାଯାଉଛି ଯେ ଏହି ଡଙ୍ଗାରେ ୮୦ ଜଣ ପ୍ରବାସୀ ଥିଲେ। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତ ଲୋକ ପାକିସ୍ତାନୀ ନାଗରିକ ବୋଲି କୁହାଯାଉଛି। ଏହି ଡଙ୍ଗାରେ ଥିବା ସମସ୍ତ ପ୍ରବାସୀ ସ୍ପେନ ଯିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣା ଉପରେ ପ୍ରବାସୀ ଅଧିକାର ସଂଗଠନ ‘ୱାକିଙ୍ଗ ବର୍ଡର୍ସ’ କହିଛି ଯେ ୫୦ ରୁ ଅଧିକ ପ୍ରବାସୀ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁଯାୟୀ, ମରକ୍କୋ କର୍ତ୍ତୃପକ୍ଷ ଡଙ୍ଗାରୁ ୩୬ ଜଣଙ୍କୁ ଉଦ୍ଧାର କରିଛନ୍ତି। ଯାହା ଜାନୁଆରୀ ୨ରେ ପ୍ରବାସୀଙ୍କୁ ନେଇ ମୌରିଟାନିଆରୁ ବାହାରିଥିଲା। ଏହି ଡଙ୍ଗାରେ ୮୬ଜଣ ପ୍ରବାସୀ ଥିଲେ। ସେମାନଙ୍କ ମଧ୍ୟରେ ୬୬ଜଣ ପାକିସ୍ତାନୀ ନାଗରିକ ମଧ୍ୟ ଥିଲେ। ‘ୱାକିଙ୍ଗ ବର୍ଡର୍ସ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହେଲେନା ମାଲେନୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ପୋଷ୍ଟ କରି କହିଛନ୍ତି ଯେ ଦୁର୍ଘଟଣାରେ ବୁଡ଼ି ଯାଇଥିବା ୪୪ ଜଣ ଲୋକ ପାକିସ୍ତାନର ଥିଲେ।
ଏହି ଘଟଣା ପରେ, ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଥିଲା ଯେ, ‘ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ମରକ୍କୋରେ ଥିବା ସେମାନଙ୍କର ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି।’ ଏହା ସହିତ, ପାକିସ୍ତାନୀ ନାଗରିକମାନଙ୍କୁ ସାହାଯ୍ୟ କରିବା ଏବଂ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ମରକ୍କୋରେ ଥିବା ପାକିସ୍ତାନୀ ଦୂତାବାସର ଏକ ଦଳ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସମ୍ପ୍ରଦାୟଙ୍କୁ ବାଂଲାଦେଶରେ ଆକ୍ରମଣ, ୟୁନୁସଙ୍କ ମୁଖା ଖୋଲିଦେଲା ଜାତିସଂଘ

ନୂଆଦିଲ୍ଲୀ,୧୩।୨: ପଡୋଶୀ ବାଂଲାଦେଶରେ ସରକାର ଭାଙ୍ଗିବା ପରେ ସେଠାରେ ଦେଖା ଦେଇଥିବା ହିଂସାତ୍ମକ ବିଦ୍ରୋହ ସମୟରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅନେକ ଆକ୍ରମଣ ଖବର ଦେଖିବାକୁ...

ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିବେ ମୋଦି, ୨ ନେତାଙ୍କ ମଧ୍ୟରେ ଆଲୋଚନା ହେବ ଏହି ୧୭ ପ୍ରସଙ୍ଗ, ଜାଣନ୍ତୁ କ’ଣ…

ୱାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ଆଜି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ...

ୟୁକ୍ରେନ-ରୁଷିଆ ଯୁଦ୍ଧ ସମାପ୍ତ କରିବାର ମିଶନରେ ଆମେରିକା, ପୁଟିନ୍‌-ଜେଲେନସ୍କିଙ୍କ ସହ କଥା ଦେଲେ ଟ୍ରମ୍ପ

ୱାଶିଂଟନ,୧୩।୨: ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାର ମିଶନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ସେ ସାଉଦି ଆରବରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଭେଟିବାକୁ...

ଆମେରିକା-ଜେଲେନ୍ସି ବୈଠକ ପୂର୍ବରୁ ବଡ଼ ଦୁର୍ଘଟଣା, ଲୋକଙ୍କୁ ଦଳିଦେଲା କାର୍‌, ୨୦ଜଣ…

ମ୍ୟୁନିଚ,୧୩।୨: ଆମେରିକା-ୟୁକ୍ରେନ ବୈଠକ ପୂର୍ବରୁ ବଡ଼ ଅଘଟଣ। ହେଲା ବଡ଼ ଦୁର୍ଘଟଣା। ଜର୍ମାନୀର ମ୍ୟୁନିଚରେ ଫେବୃଆରୀ ୧୪ରେ ଏକ ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।...

ପାକିସ୍ତାନ ଆକାଶରେ ମୋଦିଙ୍କ ବିମାନ, ଜାଣନ୍ତୁ ଏହି ସମୟରେ କେଉଁମାନେ ଦିଅନ୍ତି ସୁରକ୍ଷା

ନୂଆଦିଲ୍ଲୀ,୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଗସ୍ତ ପରେ ଏବେ ଆମେରିକାରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ “india 1” ପ୍ୟାରିସ...

ଭାରତକୁ ସରପ୍ରାଇଜ୍‌ ଦେବେ ଟ୍ରମ୍ପ, ମୋଦିଙ୍କ ସହ ବୈଠକ ପୂର୍ବରୁ କରିବେ ବଡ଼ ଘୋଷଣା! ସାରା ବିଶ୍ୱରେ…

ଓ୍‌ବାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଇଛନ୍ତି। ଆମେରିକା ସମୟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏକ ବୈଠକ ଏବଂ ଏକ...

ମାର୍କ ଜୁକରବର୍ଗଙ୍କୁ ପାକିସ୍ତାନରେ କାହିଁକି ଶୁଣାଯାଇଥିଲା ମୃତ୍ୟୁଦଣ୍ଡ?

ନ୍ୟୁୟର୍କ,୧୩।୨: ମେଟା ସିଇଓ ମାର୍କ ଜୁକରବର୍ଗ ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଜୋ ରୋଗାନଙ୍କ ସହ ଏକ ସାକ୍ଷାତକାର ସମୟରେ ଜୁକରବର୍ଗ ତାଙ୍କର ଅଭିଜ୍ଞତା...

PNB ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସି କ୍ୟାନସରରେ ପୀଡିତ! ବେଲଜିୟମରେ ଚାଲିଛି ଚିକିତ୍ସା

ବ୍ରସେଲ୍ସ,୧୩।୨: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri