ମହାତ୍ମାଙ୍କ ସ୍ମୃତି ସାଉଁଟୁଛି ମେରାମଣ୍ଡଳୀ

ଢେଙ୍କାନାଳ ଅଫିସ, ୨।୧୦ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ରେଳଷ୍ଟେଶନକୁ ପୂରିଲାଣି ୯୮ ବର୍ଷ। ୧୯୨୩ରେ ପ୍ରତିଷ୍ଠିତ ଏହି ରେଳଷ୍ଟେଶନ ପାଇଁ ୧୯୩୪ ଥିଲା ଐତିହାସିକ ବର୍ଷ। କାରଣ ସେହି ବର୍ଷ ମେ’ରେ ପଞ୍ଚମ ଥର ଓଡ଼ିଶା ପଦାର୍ପଣ କରିଥିଲେ ଗାନ୍ଧୀ। ସମ୍ବଲପୁରରୁ ଅନୁଗୋଳ ଆସିବା ସେଠାରୁୁ କାର୍‌ରେ ମହାତ୍ମା ଆସିଥିଲେ ମେରାମଣ୍ଡଳୀ। ଷ୍ଟେଶନରୁ ପାସେଞ୍ଜର ଟ୍ରେନ୍‌ରେ ଚଢ଼ି ଯାଇଥିଲେ କଟକ। ହିନ୍ଦୋଳ ରୋଡ୍‌, ସଦାଶିବପୁର, ଢେଙ୍କାନାଳ ରେଳଷ୍ଟେଶନ ଦେଇ କଟକ ଅଭିମୁଖେ ଯାତ୍ରା କରିବା ସମୟରେ ବିଭିନ୍ନ ସ୍ଥାନରେ ଗାନ୍ଧିଜୀଙ୍କୁ ଦେଖିବା ଲାଗି ଲୋକାରଣ୍ୟ ହୋଇ ଉଠିଥିଲା ଷ୍ଟେଶନ ଏବଂ ରେଲଓ୍ବେ ଟ୍ରାକ୍‌ ପରିସର। ସେହିଦିନଠାରୁ ସ୍ବାଧୀନତା ସଂଗ୍ରାମ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ନାମ ଲିପିବଦ୍ଧ କରିଛି ମେରାମଣ୍ଡଳୀ ରେଳ ଷ୍ଟେଶନ। ହେଲେ ବିଭାଗୀୟ ଅବହେଳାରୁ ଏଭଳି ଐତିହାସିକ ଷ୍ଟେଶନ ଏବେ ଅବହେଳିତ ହୋଇପଡ଼ିଛି।
ଢେଙ୍କାନାଳ-ଅନୁଗୋଳ ଶିଳ୍ପ କରିଡରରେ ଅନ୍ତର୍ଭୁକ୍ତ ମେରାମଣ୍ଡଳୀ ରେଳ ଷ୍ଟେଶନ ଶିଳ୍ପ ପ୍ରତିଷ୍ଠାନର ପ୍ରାଣକେନ୍ଦ୍ର। ରେଳପଥରେ ଯୋଗାଯୋଗ ସୁବିଧା ଲାଗି ଏହି ଅଞ୍ଚଳରେ ଗଢ଼ି ଉଠିଛି ଟାଟା ବିଏସ୍‌ଏଲ୍‌, ଜିଏମ୍‌ଆର୍‌, ରୁଙ୍ଗ୍‌ଟା, ଏମ୍‌ଜିଏମ୍‌ ଭଳି ବଡ଼ ଶିଳ୍ପାନୁଷ୍ଠାନ। ଏସବୁ ସତ୍ତ୍ୱେ ଆଜି ବି ପୂର୍ବତଟ ରେଲଓ୍ବେ ଡିଭିଜନର ଦୃଷ୍ଟି ଆଢୁଆଳରେ ରହିଛି ଏହି ଷ୍ଟେଶନ। ଆବଶ୍ୟକତା ଅନୁଯାୟୀ ଆଲୋକୀକରଣ, ପ୍ଲାଟଫର୍ମର ଉନ୍ନତୀକରଣ, ୫୫ନଂ. ଜାତୀୟ ରାଜପଥରୁ ଷ୍ଟେଶନକୁ ସଂଯୋଗୀକରଣ ରାସ୍ତା, ଫ୍ଲାଏଓଭର ବ୍ରିଜ୍‌ର ଆବଶ୍ୟକତା ରହିଥିବା ବେଳେ ଏସବୁକୁ ଅଣଦେଖା କରାଯାଇଛି।
ଅପରପକ୍ଷେ ଢେଙ୍କାନାଳ ଜିଲାର ପ୍ରମୁଖ ବାଣିଜି୍ୟକ କେନ୍ଦ୍ର ଭାବେ ପରିଚିତ ମେରାମଣ୍ଡଳୀ। ଏଠାରେ ଏକଦା ରହିଥିଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ଏକ ଡିପୋ। ସମ୍ବଲପୁରରୁ ଆସୁଥିବା ସରକାରୀ ବସ୍‌ ଏଠାରେ ଅଟକୁ ଥିଲା। ଯାତ୍ରୀମାନେ ମେରାମଣ୍ଡଳୀରେ ଓହ୍ଲାଇ ଗନ୍ତବ୍ୟ ସ୍ଥାନ ଲାଗି ଧରୁଥିଲେ ବସ୍‌। ଫଳରେ ସେଠାରେ ଦୈନିକ ହଜାର ହଜାର ସଂଖ୍ୟାରେ ଯାତ୍ରୀଙ୍କ ସମାଗମ ହେଉଥିଲା। ଗାନ୍ଧୀଙ୍କ ଆଗମନ ସମୟରେ କଟକ-ଢେଙ୍କାନାଳ-ମେରାମଣ୍ଡଳୀ ଦେଇ ତାଳଚେର ଯାଏ ରେଳପଥ ବିକାଶ ହୋଇସାରିଥିଲା। କଟକ ଓ ଭୁବନେଶ୍ୱରରୁ ତାଳଚେର, ଅନୁଗୋଳ ଦେଇ ସମ୍ବଲପୁର ଯାଏ ନୂତନ ରେଳପଥ ହେବା ପରେ ପୁରୀ, ଭୁବନେଶ୍ୱରରୁ ବହୁ ଦୂରଗାମୀ ଓ ଦ୍ରୁତଗାମୀ ଟ୍ରେନ୍‌ ଏହି ବାଟଦେଇ ଚଳପ୍ରଚଳ କରୁଛି। କିନ୍ତୁ ହାତଗଣତି ଟ୍ରେନ୍‌ ମେରାମଣ୍ଡଳୀରେ ରହଣି ଲାଗି ଅନୁମତି ରହିଛି। ବାହାର ରାଜ୍ୟକୁ ଯାଉଥିବା ଟ୍ରେନ୍‌ ଅଟକୁନାହିଁ। ଅଞ୍ଚଳବାସୀଙ୍କ ପକ୍ଷରୁ ବହୁବାର ଦାବି ସତ୍ତ୍ୱେ ଏହାର ଉନ୍ନତୀକରଣ ହେଉନାହିଁ। ନିକଟରେ ଏହାକୁ ଐତିହ୍ୟ ଷ୍ଟେଶନ ଭାବେ ଘୋଷଣା କରିବା ସହ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଛି।
୯୮ ବର୍ଷ ପରେ ବି ଅବହେଳିତ
ମେରାମଣ୍ଡଳୀ ରେଳଷ୍ଟେଶନକୁ ୯୮ ବର୍ଷ ପୂରିଲାଣି। ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ବାର୍ତ୍ତା ବହନ କରୁଥିବା ଏହି ଐତିହ୍ୟସମ୍ପନ୍ନ ଷ୍ଟେଶନକୁ ସବୁକ୍ଷେତ୍ରରେ ଅଣଦେଖା କରାଯାଉଛି। ଏଠାରେ କୌଣସି ଦ୍ରୁତଗାମୀ କିମ୍ବା ଦୂରଗାମୀ ଟ୍ରେନ୍‌ ରହଣି ହେଉନାହିଁ। ପ୍ଲାଟଫର୍ମର ଉନ୍ନତୀକରଣ କରାଯାଉନାହିଁ। ଆଲୋକୀକରଣ, ଫ୍ଲାଏଓଭର, ୫୫ନଂ. ଜାତୀୟ ରାଜପଥରୁ ସଂଯୋଗୀକରଣ ରାସ୍ତା ମଧ୍ୟ ହୋଇପାରୁନାହିଁ।
-ସୁଧୀର କୁମାର ସାମଲ, ବିଧାୟକ, ଢେଙ୍କାନାଳ

ସ୍ବାଧୀନତା ସଂଗ୍ରାମର ବାର୍ତ୍ତାବହ
୧୯୩୪ରେ ଗାନ୍ଧିଜୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସମ୍ବଲପୁରରୁ ଅନୁଗୋଳ ଆସିଥିଲେ। ସେଠାରୁ କାର୍‌ରେ ମେରାମଣ୍ଡଳି ଆସି ରେଳଷ୍ଟେଶନରୁ ପାସେଞ୍ଜର ଟ୍ରେନ୍‌ରେ କଟକ ଯାଇଥିଲେ। ସେତେବେଳେ ଗାନ୍ଧିଜୀ ବିଭିନ୍ନ ସ୍ଥାନରେ ପଦଯାତ୍ରା କରି ସ୍ବାଧୀନତା ଆନ୍ଦୋଳନରେ ଯୋଗଦେବାକୁ ଲୋକଙ୍କୁ ସଚେତନ କରାଉଥିଲେ। ସ୍ବାଧୀନତା ସଂଗ୍ରାମର ବାର୍ତ୍ତାବହ ସାଜିଥିବା ଏହି ଷ୍ଟେଶନର ନବକଳେବର ଜରୁରୀ।
-ପ୍ରଫେସର ନିତ୍ୟାନନ୍ଦ ମିଶ୍ର,
ଅବସରପ୍ରାପ୍ତ ଇତିହାସ ବିଭାଗ ପ୍ରାଧ୍ୟାପକ

ସ୍ମୃତିରକ୍ଷା ପାଇଁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଉ
ଗାନ୍ଧିଜୀଙ୍କ ଗସ୍ତ ମେରାମଣ୍ଡଳୀ ରେଳଷ୍ଟେଶନକୁ ଐତିହ୍ୟସମ୍ପନ୍ନ କରିଛି। ଅତୀତରେ ସେଠାରେ ଓଏସ୍‌ଆର୍‌ଟିସିର ଡିପୋ ଥିଲା। ସ୍ବାଧୀନତା ସଂଗ୍ରାମର ସ୍ବାକ୍ଷର ବହନ କରୁଥିବା ଏହି ରେଳ ଷ୍ଟେଶନ ପରିସର ଏବଂ ଏହା ନିକଟରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ଜିଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି। ସ୍ଥାନ ଚିହ୍ନଟ ପରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
-ପ୍ରଦ୍ୟୁମ୍ନ ରଥ, ଶିକ୍ଷାବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri