Students in exam hall at a college in Andheri as HSC examination started on Tuesday. Express Photo by Santosh Parab. 28.02.2017. Mumbai.
ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟ ସରକାର ଯୁକ୍ତ ୨ର ବାକି ପରୀକ୍ଷାଗୁଡିକ ବାତିଲ କରିଦେବା ନେଇ ସମ୍ଭାବନା ଅଧିକ ମାତ୍ରାରେ ଦେଖାଦେଇଛି। ସିବିଏସଇ ଓ ଆଇସିଏସଇ ପକ୍ଷରୁ ଯୁକ୍ତ ୨ ପରୀକ୍ଷା ବାତିଲ କରି ଦିଆଯାଇଥିବାରୁ ରାଜ୍ୟ ସରକାର ସମାନ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡୁଛି। ବିଶେଷ ସୂତ୍ରରୁ ମଧ୍ୟ ଏହି ନିଷ୍ପତ୍ତି ନିଆଯିବ ବୋଲି ଶୁଣିବାକୁ ମିଳୁଛି। ହେଲେ ଏନେଇ ସୋମବାର ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ସଚିବ ଏବଂ ସିଏଚଏସଇ ଅଧ୍ୟକ୍ଷଙ୍କ ମିଳିତ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟକୁ ଅନୁମୋଦନ ସକାଶେ ପଠାଇ ଦିଆଯିବ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ନିଷ୍ପତ୍ତି ହେବାପରେ ସବୁକିଛି ସ୍ପଷ୍ଟ କରିଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଯେଉଁସବୁ ବିଷୟର ପରୀକ୍ଷା ଯୁକ୍ତ୨ର ଶେଷ ହୋଇଯାଇଛି ସେଗୁଡିକର ମାର୍କିଂ କେଉଁ ଆଧାରରେ ହେବ ତାହା ମଧ୍ୟ ଚୁଡାନ୍ତ ହେବ। ରାଜ୍ୟର ପ୍ରାୟ ସାଢେ ୫ଲକ୍ଷ ଛାତ୍ରୀଛାତ୍ର ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ଶେଷ ହୋଇଥିବା ବିଷୟଗୁଡିକର ମୂଲ୍ୟାୟନ ଆରମ୍ଭ ହୋଇସାରିଛି। ଜୁଲାଇ ୨୫ ଭିତରେ ବିଜ୍ଞାନ ଏବଂ ଅଗଷ୍ଟ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି।