ମୁଖାପିନ୍ଧା ଚୋର ଆତଙ୍କ: ଗୋଟିଏ ରାତିରେ ୨ ଘରେ ବୁଲାଇଲେ କଳାକନା

କେନ୍ଦୁଝର,୨୬ା୩(ସ୍ବ.ପ୍ର.): କେନ୍ଦୁଝର ସହରର ବଳଦେବଜୀଉ କଲୋନୀ ଲେନ୍‌ ୬ ଏବଂ ଲେନ୍‌ ୭ରେ ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଲୋକଙ୍କ ଘରୁ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ବନ ବିଭାଗ ପକ୍ଷରୁ ଟାଉନ ଥାନାରେ ରବିବାର ଲିଖିତ ଅଭିଯୋଗ କରିଛନ୍ତି। ସେମାନେ ହେଲେ ଉପତ୍ଳ କୁମାର ରାୟ ଏବଂ ଶୁଭମ କାହାଳି। ଚୋର ମାନେ ପରିବାର ଲୋକଙ୍କୁ ଶୋଇଥିବା ରୁମ୍‌ ବାହାରୁ ତାଲା ପକାଇ ଲୁଟ୍‌ କରିଥିଲେ। ଏଣୁ ଶୋଇବା ଘରେ ଥିବା ମୂଲ୍ୟବାନ ସାମଗ୍ରୀ ଲୁଟି ପାରିନାହାନ୍ତି।

ପ୍ରକାଶ ଯେ, ୪ ଜଣ ସଶସ୍ତ୍ର ମୁଖାପିନ୍ଧା ଡକାୟତ ଶନିବାର ରାତିରେ ଲେନ୍‌-୭ରେ ରହୁଥିବା ଶୁଭମ୍‌ କାହାଳିଙ୍କ ଘରକୁ ପାଚେରି ଡେଇଁ ପଶିଥିଲେ। ଝରକା ତାଡ଼ି ୫ ହଜାର ଟଙ୍କା ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଏହା ପରେ ସେମାନେ ଏହି ଘରର ପଛ ପଟ ଲେନ୍‌-୬ରେ ରହୁଥିବା ଉତ୍ପତ୍ଳ ରାୟଙ୍କ ପାଚେରିରେ ଲାଗିଥିବା ଲୁହା ତାର ଜାଲି କାଟିବା ପରେ ଘର ପରିସରକୁ ଯାଇଥିଲେ। ସେଠାରେ ଗୋଟିଏ ରୁମ୍‌ର ଝରକା ଗ୍ରିଲ୍‌ ତାଡି ଘର ଭିତରକୁ ପ୍ରବେଶ କରିଥିଲେ। ଏହା ପରେ ଉକ୍ତ ଘର କବାଟ ଭିତର ପଟୁ ବନ୍ଦ କରି ସୁନା ଏବଂ ଅନ୍ୟ ସାମଗ୍ରୀ ଖୋଜି ଖୋଜ ନ ପାଇ ପର୍ସରେ ଥିବା ୧୦ ହଜାର ଟଙ୍କା ନେଇ ପଳାଇଥିଲେ। ତାଙ୍କ ଘରେ ମଧ୍ୟ ଅନ୍ୟ ରୁମ୍‌ରେ ପରିବାର ଲୋକ ଥିବାରୁ କେବଳ ଗୋଟିଏ ରୁମରୁ ଚୋରି କରିଥିଲେ। ଦୁଇଟି ଅଭିଯୋଗ ଆଧାରରେ ଟାଉନ ପୋଲିସ ୨୬/୨୩ରେ ଦୁଇଟି ମାମଲା ରୁଜୁ କରି ଡକାୟତମାନଙ୍କୁ ଠାବ କରିବାକୁ ତନାଘନା ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ ଆଧାରରେ ଟାଉନ ପୋଲିସ ଚୋରଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି। ମାରଣାସ୍ତ୍ର ଧରି ମୁଖା ପିନ୍ଧା ଚୋରଙ୍କ ଆତଙ୍କ ପରେ କେନ୍ଦୁଝର ସହରରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଏହି ଘଟଣାରେ ସଂପୃକ୍ତ ଚୋରଙ୍କୁ ତୁରନ୍ତ ଧରିବାକୁ ସ୍ଥାନୀୟ ଲୋକେ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri