କେନ୍ଦ୍ରର ବଜାର ଋଣ ୭.୦୬ ଲକ୍ଷ କୋଟି

ନୂଆଦିଲ୍ଲୀ : ଚଳିତ ଆର୍ଥତ୍କ ବର୍ଷର ଅଦ୍ୟାବଧି କେନ୍ଦ୍ର ସରକାରଙ୍କ ବଜାର ଋଣ ୭.୦୬ ଲକ୍ଷ କୋଟି ଟଙ୍କା ଛୁଇଁଛି। ସରକାର ବର୍ତ୍ତମାନ ସୁଦ୍ଧା ୮୪,୦୨୩ କୋଟି ଟଙ୍କାର ଅଣ ଟିକସ ରାଜସ୍ବ ସଂଗ୍ରହ କରିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକ ସଭାକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ଆର୍ଥତ୍କ ବର୍ଷରେ ବର୍ତ୍ତମାନ ସୁଦ୍ଧା ୯୫,୫୩୩ କୋଟି ଟଙ୍କାର କର୍ପୋରେଟ ଟିକସ ସଂଗ୍ରହ ହୋଇଛି। ସେହିଭଳି ୩.୫୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ସମ୍ପର୍କରେ ସେ ସ୍ପଷ୍ଟ କରିଛନ୍ତି। ଜୁଲାଇ ୩୧ ସୁଦ୍ଧା କେନ୍ଦ୍ର ସରକାରଙ୍କ ମୋଟ ଖର୍ଚ୍ଚ ୧୦.୫୪ ଲକ୍ଷ କୋଟି ଟଙ୍କା ରହିଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ କୋଭିଡ ମହାମାରୀ ବିରୋଧରେ ଲଢେଇ ଲାଗି ୮,୫୭୫ କୋଟି ଟଙ୍କା ଦିଆଯାଇଛି। ଏହି ଖର୍ଚ୍ଚ ମଧ୍ୟରେ ଆୟୁଷ ମନ୍ତ୍ରଣାଳୟର ୨୦.୮୧ କୋଟି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ୧୦୨.୦୮ କୋଟି ଟଙ୍କା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ୧୯.୩୪ କୋଟି ଟଙ୍କା ସାମିଲ ରହିଛି।
ଠାକୁର ପୁଣି କହିଛନ୍ତି ଯେ, ସ୍ବାସ୍ଥ୍ୟକର୍ମୀଙ୍କ ଲାଗି ମାସ୍କ ଏବଂ ପିପିଇ କିଟ୍‌ କିଣାରେ ୨୪୫୪ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିଭଳି ଆୟୁଷ ମନ୍ତ୍ରଣାଳୟ ଏଥିଲାଗି ୧.୩୫ କୋଟି ଖର୍ଚ୍ଚ କରିଛି। ଏହି ବର୍ଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଖର୍ଚ୍ଚ ୫୮.୦୫ କୋଟି ଟଙ୍କା ରହିଛି। କୋଭିଡ ଯୋଗୁ ସମସ୍ୟାରେ ରହିଥିବା ବ୍ୟକ୍ତି ବିଶେଷ ଏବଂ ସାରା ଦେଶ ଲାଗି ୨ଟି ପ୍ୟାକେଜ ସରକାର ଘୋଷଣା କରିଛନ୍ତି। ଏହା ମଧ୍ୟରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମ ନିର୍ଭର ଭାରତ ଯୋଜନା ରହିଥିଲା। ୨୦୨୦-୨୧ ଆର୍ଥତ୍କ ବର୍ଷର ଜୁଲାଇ ଶେଷ ସୁଦ୍ଧା ସରକାରଙ୍କ ମୋଟ ପୁଞ୍ଜି ଖର୍ଚ୍ଚ ୧.୧୧ ଲକ୍ଷ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri