କାମରେ ଲାଗୁନି ମାର୍କେଟ କମ୍ପ୍ଲେକ୍ସ

ଯାଜପୁର,୧୨ା୨(ହର୍ଷବର୍ଦ୍ଧନ ବେହେରା):ସର୍ବଧର୍ମ ସମନ୍ବୟର ପ୍ରତୀକ ବରାହ-ବିରଜା କ୍ଷେତ୍ରରେ ସାଧାରଣ ଲୋକଙ୍କ ଅର୍ଥନୈତିକ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅବହେଳା କାରଣରୁ କେତେକ ଯୋଜନା ବାସ୍ତବ ରୂପ ନେଇ ପାରିନାହିଁ। ସେହି ଯୋଜନା ଶୀତଳ ଭଣ୍ଡାରରେ ପଡି ରହିଛି। ଏହାର ଏକ ଉଦାହରଣ ସାଜିଛି ଜିଲା ଦଶରଥପୁର ବ୍ଲକ ଅଧୀନ ଝୁମ୍ପୁରୀ ବଜାରରେ ନିର୍ମିତ ଏକ ମାର୍କେଟ କମ୍ପ୍ଲେକ୍ସ ଓ ମିଶନ ଶକ୍ତି ଭବନ। ଏହି ଦୁଇ କୋଠା ନିର୍ମାଣ ସରିବାର ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ତାହା ଏଯାଏ କାମରେ ଲାଗି ପାରିନାହିଁ।
ରାଜ୍ୟ ସରକାର ମହିଳାଙ୍କ ବିକାଶ ନିମନ୍ତେ ମିଶନ ଶକ୍ତି ଗୋଷ୍ଠୀ ଗଠନ କରିବା ସହିତ ସେମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ରଖି ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି। ଏହାର ପରିଚାଳନା ପାଇଁ ମହାସଂଘ ଗଠନ, ଏମ୍‌ବିକେ ନିଯୁକ୍ତି କରାଯାଉଛି। ଏହାବାଦ ମିଶନ ଶକ୍ତି ଭବନ ନିର୍ମାଣ ନିମନ୍ତେ ୮ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦିଆଯାଉଛି। ସେହିପରି ଗ୍ରାମ ପଞ୍ଚାୟତର ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ନିଜସ୍ବ ଆୟ ବୃଦ୍ଧି କରିବା ଏବଂ ସ୍ଥାନୀୟ ଯୁବକଙ୍କୁ ବ୍ୟବସାୟ ନିମନ୍ତେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ୨୦୧୩/୧୪ରେ ସ୍ବର୍ଣ୍ଣ ଜୟନ୍ତୀ ସ୍ବରୋଜଗାର ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଝୁମ୍ପୁରୀ ବଜାରଠାରେ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ ହୋଇଛି। ଏହାକୁ ହସ୍ତାନ୍ତର କରିବାର ୫ ବର୍ଷ ବିତିଯାଇଥିଲେ ସୁଦ୍ଧା କମ୍ପ୍ଲେକ୍ସକୁ ଅଦ୍ୟାବଧି କାର୍ଯ୍ୟକାରୀ କରା ନ ଯିବା ଦୁଃଖ ଓ ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି। ସେହିପରି ମାର୍କେଟ କମ୍ପ୍ଲେକ୍ସ ଛାତ ଉପରେ ମିଶନ ଶକ୍ତି ଭବନ ନିର୍ମାଣ ସରିବାର ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରି ଥିଲେ ସୁଦ୍ଧା ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ମିଶନ ଶକ୍ତି ମା’ମାନେ ବାରଦୁଆର ହେବା ସାର ହେଉଛି। ଏ ସମ୍ପର୍କରେ ବିଡିଓ ଆକାଶ ପଟ୍ଟନାୟକଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଉଭୟ କମ୍ପ୍ଲେକ୍ସ ଓ ମିଶନ ଶକ୍ତି ଭବନକୁ ପଞ୍ଚାୟତବାସୀଙ୍କ କାର୍ଯ୍ୟରେ ଲଗାଯିବ ବୋଲି କହିଛନ୍ତି। ସେହିପରି ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନିର୍ମଳଚନ୍ଦ୍ର କ୍ୟାପଙ୍କୁ ପଚାରିବାରୁ ମାର୍କେଟ କମ୍ପ୍ଲେକ୍ସ ପଞ୍ଚାୟତକୁ ହସ୍ତାନ୍ତର ହୋଇଛି। ବାକି ମିଶନ ଶକ୍ତି ଭବନରେ ବିଦ୍ୟୁତ୍‌ ଓ ପାନୀୟ ଜଳ ସଂଯୋଗ କରାଯାଇ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri