ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ ପୂର୍ବରୁ ଆସିଥିଲେ ହୋଇଥାନ୍ତା। କେତେବେଳେ ଯାଏ ଏମିତି ଠିଆ ହେବାକୁ ପଡ଼ିବ କେଜାଣି। ତେଣିକି ଏଣ୍ଡୁଅ ଭଳି ଏପଟସେପଟ ଚାହୁଁଥିବେ। କୋଉଠି ଗଳାବାଟ ଗୋଟେ ମିଳିଯିବ। ଶୀଘ୍ର ଚାଲିଯିବେ। ଧାଡ଼ିରେ ଠିଆହେବାକୁ ଲୋକଙ୍କ ଆଗ୍ରହ ନାହିଁ କି ଧୈର୍ଯ୍ୟ ବି ନାହିଁ। ଲୋକେ ଭାବନ୍ତି ଧାଡ଼ିରେ ଠିଆ ହୋଇଥିବା ମଣିଷ ସବୁ ମାମୁଲି ଲୋକ। ଧାଡ଼ିରେ ଠିଆ ହେଲେ ସମ୍ମାନ ହାନି ହୋଇଯାଏ ବୋଲି ଥୋକେ ଲୋକଙ୍କ ଗୋଟେ ଜମାଣିଆ ବିଶ୍ୱାସ ରହିଛି। ସେଇଟା ବିଶ୍ୱାସ ବୋଲି କୁହାଯିବନି। ବରଂ କୁହାଯାଉ ଗୋଟେ ବିରାଟ ଅହଂଭାବର ବୋଝକୁ ବୋହିଚାଲିଛି ତଥାକଥିତ ମଣିଷ। ନିଜକୁ ଅନ୍ୟଠୁ ଅଲଗା ଭାବେ ସେ। ଫାଙ୍କ ଖୋଜେ। ଧାଡ଼ିର ପାଖ ଦେଇ ଆଗକୁ ଆସି ଜବରଦସ୍ତି ପଶିବାକୁ ଉଦ୍ୟମ କରିବେ। ଧାଡ଼ିରେ ଠିଆ ହୋଇଥିବା ମଣିଷ କିଛି କହିଲେ ତା’ ଉପରେ ରାଗିବେ। ବାକି ଲୋକ ରାହା ଧରି କହିଲେ ଲାଙ୍ଗୁଡ ଜାକି ପଛକୁ ଯିବେ। ସେତେବେଳେ ତଥାକଥିତ ଲୋକର ମୁହଁ ଦେଖିବା ଯୋଗୁ। ଆଉ କିଛି ଆଗୁଆ ବନ୍ଦୋବସ୍ତ କରି ଆସିଥିବେ। ଧାଡ଼ିରେ ଠିଆ ନ ହୋଇ ସଗର୍ବ ଏପଟସେପଟ ଟହଲ ମାରିବେ। କିଏ ପଚାରିଲେ ବାହାଦୁରି ମାରି ପଦେ ଦି ପଦେ କହିବେ – କିଏ ଏ ଲାଇନରେ ଠିଆ ହେବ। ଭିତରେ ଜଣେ ଚିହ୍ନା ଅଛି। ସେ ଫୁରୁସତ ଦେଖି ମୋ କାମ କରିଦେବ। ଆଉ କିଛି ଲୋକ ଆସିବେ। ସିଧା ଯିବେ କାମ ସାରି ତୁରନ୍ତ ଫେରିବେ। ଏଇ ଆଗ ଧାଡ଼ିର ମଣିଷମାନେ ଧାଡ଼ି ପଛର ଲୋକଙ୍କ ଉପରକୁ ଗୋଟେ କରୁଣ ଦୃଷ୍ଟି ଫିଙ୍ଗି ଚାଲିଯିବେ। ଧାଡ଼ି ଶେଷର ମଣିଷ ନିର୍ବାକ ହୋଇ ଚାହିଁଥିବ ସେମିତି। ଧାଡ଼ିରେ ଠିଆ ନ ହେବା ଲାଗି ଅବଶ୍ୟ ଏବେ ଅନେକ ପନ୍ଥା ବାହାରିଲାଣି। ନିଜ ବଦଳରେ ଗାମୁଛା, ଛତା, ବ୍ୟାଗ, ରୁମାଲ ଭଳି ଜିନିଷ ମଧ୍ୟ ପ୍ରତିନିଧିତ୍ୱ କରିପାରନ୍ତି। ସହମତି ଭିତ୍ତିରେ ଏହା କେତେକସ୍ଥଳରେ କାର୍ଯ୍ୟକାରୀ ହୁଏ। ଆଉ କିଛି ଲୋକ ଭଡାଟିଆଙ୍କୁ ଲଗାଇ କାମ ଆଦାୟ କରନ୍ତି। ଆଉ କେଉଁଠି ବ୍ରୋକରମାନେ ଭିତିରି ଭିତିରି କାମ କରେଇ ଦେଇ ପାରନ୍ତି। ଧାଡିର ଭିଡ କମେଇବା ପାଇଁ ଆଜିକାଲି ଅନଲାଇନ ବ୍ୟବସ୍ଥା ଅଛି। ଅଧିକା ଅର୍ଥ ଦେଇ ଧାଡ଼ିରେ ଠିଆ ହେବା ଝିନ୍‌ଝଟରୁ ମୁକ୍ତି ମିଳୁଛି। ପଇସା ଖର୍ଚ୍ଚ ହେଉ ପଛେ ଧାଡିରେ ଠିଆରୁ ମୁକ୍ତି ମିଳୁ। ଏଇ ମାନସିକତାରେ ଅନେକ ଲୋକ ଅନଲାଇନକୁ ପସନ୍ଦ କରନ୍ତି।
ଧାଡ଼ି ଶେଷର ମଣିଷମାନେ ଅସହାୟ ଓ ନିରୁପାୟ। କଳ ବଳ କୌଶଳ ନିକଟରେ ହାରିଥିବା ମଣିଷ। କେବଳ ସ୍ବାଭିମାନ ଟିକକ ନେଇ ବଞ୍ଚିଥାନ୍ତି ସମାଜରେ। ହୁଏତ ସେମାନଙ୍କ ନିକଟରେ ଅର୍ଥ ଓ ପ୍ରତିପତ୍ତି ନଥାଇ ପାରେ। କିନ୍ତୁ ମଣିଷ ପରି ମଣିଷ ତୁଲ୍ୟ ବଞ୍ଚତ୍ବାର ମନ ଓ ହୃଦୟ ଥିବ। ନିଜର ସରଳପଣ ଓ ସରଳ ବିଶ୍ୱାସ ନିକଟରେ ନିଜେ ଠକି ହୋଇଯାଆନ୍ତି ପ୍ରତିଥର। ଏମାନେ ମଣିଷରେ ଗଣା ହୁଅନ୍ତି ସତ। କିନ୍ତୁ ଆବଶ୍ୟକସ୍ଥଳେ ପୋକମାଛି ପଶୁ ଭଳି ବ୍ୟବହାର କରାଯାଏ। ସହିବାର ଅସୀମ ଶକ୍ତି ରହିଛି। ସଂଘର୍ଷ କରି ବଞ୍ଚିବାର ସାହସ ରହିଛି। ସମସ୍ୟାକୁ ବୋହିବାର ସାମର୍ଥ୍ୟ ଅଛି। ଅଳ୍ପରେ ଅନେକ ତତ୍ତ୍ୱରେ ଖୁବ ବିଶ୍ୱାସୀ। ସ୍ବପ୍ନ ଛୋଟ, ସଂସାର ବଡ଼। ଭୋକ ବହୁତ, ଖାଦ୍ୟ କମ୍‌। ଆବେଗ ଅଧିକ, ତୃପ୍ତି କମ୍‌। ସମସ୍ୟା ଜବର, ସମାଧାନ କଷ୍ଟକର। ତଥାପି ଧାଡ଼ି ଶେଷର ମଣିଷ ଭିତରେ ଗୋଟେ ଆତ୍ମପ୍ରତ୍ୟୟ ଥାଏ। ମୋ ବେଳ ବି ଆସିବ। ସବୁକିଛି ଠିକ ହେବ। ନୂଆ ସୂର୍ଯ୍ୟ ଉଇଁବ। ନୂତନ ଆଭାରେ ଆଲୋକିତ ହେବ ଜୀବନ।
ଧାଡ଼ି ଶେଷର ମଣିଷକୁ ନେଇ ସବୁବେଳେ ଅଧିକ ଚର୍ଚ୍ଚା ହୁଏ। ତାଙ୍କୁ ନେଇ କୁମ୍ଭୀର କାନ୍ଦଣା ଚାଲେ। ଯୋଜନା ପରେ ଯୋଜନା ହୁଏ। ବିକାଶର ଗଚ୍ଛପ ଗତିରେ ସାମିଲ ହୁଅନ୍ତି ଧାଡ଼ି ଶେଷର ମଣିଷ। ସମାଜର ଶେଷ ଧାଡ଼ିର ଲୋକଟି ଯେମିତି ନ୍ୟାୟ ଓ ସହାୟତା ପାଇବ ସେଥିପାଇଁ ବିଚାରବିମର୍ଶ ଚାଲେ। ରାଜନୀତି ହୁଏ। ସହଜରେ କ୍ଷମତା ହାସଲ କରିହୁଏ। ପୁଣି ଅକ୍ଳେଶରେ କ୍ଷମତାଚ୍ୟୁତ ମଧ୍ୟ ହୋଇପାରନ୍ତି। ଧାଡି ଶେଷର ମଣିଷମାନଙ୍କ କ୍ଷମତା ବି ନିରଙ୍କୁଶ ବେଳେବେଳେ। ସଭାସମିତିରେ ଭିଡ଼ ଜମେଇବାକୁ ହେଲେ, ଭୋଟ ରାଜନୀତିରେ କ୍ଷମତା ଦଖଲ କରିବାକୁ ହେଲେ ଏହି ମଣିଷମାନଙ୍କ ମନ ଜିଣିବାକୁ ହୁଏ। ବଡ଼ବଡ଼ିଆମାନେ ନିଚ୍ଛକ ଅଭିନୟ କରନ୍ତି। ଗାଁକୁ ଚାଲ ଯାତ୍ରା ଆରମ୍ଭ ହୁଏ। ପଦଯାତ୍ରାରେ ଆଗ ଧାଡ଼ିର ମଣିଷମାନେ ସାମିଲ ହୁଅନ୍ତି। ଧାଡ଼ି ଶେଷର ମଣିଷମାନଙ୍କୁ ଭେଟିବାକୁ ଆଗ ଧାଡ଼ିର ମଣିଷମାନେ ବ୍ୟାକୁଳ ହୋଇପଡନ୍ତି। ପୁଣି ଚାଲେ ସ୍ବପ୍ନ ବୁଣିବାର ପ୍ରୟାସ। ମାଗଣା ଦେବାର ପ୍ରତିଶ୍ରୁତି। ଅନେକ ସମୟରେ ଧାଡ଼ି ଶେଷର ମଣିଷଙ୍କ ବି ଗୁରୁତ୍ୱ ବଢ଼ିଯାଏ। ଯେତେବେଳେ ଧାଡ଼ିର ଦିଗ ପରିବର୍ତ୍ତନ ହୁଏ, ସେତେବେଳେ ଆଗୁଆମାନେ ପଛ ହୋଇଯାନ୍ତି॥ ପଛମାନେ ଆଗକୁ ବଢ଼ନ୍ତି। ଗଣତନ୍ତ୍ର ପ୍ରକ୍ରିୟାରେ ମତଦାନବେଳେ କିନ୍ତୁ ଆଗ ଧାଡ଼ିର ମଣିଷମାନେ ବି ସମାଜର ଶେଷ ଧାଡ଼ିର ଲୋକମାନଙ୍କ ପଛରେ ଠିଆ ହେବାକୁ ବାଧ୍ୟ ହୁଅନ୍ତି। ନିଜ ପାଳିକୁ ଅପେକ୍ଷା କରନ୍ତି। ସେତେବେଳେ ସର୍ବଦା ଧାଡ଼ି ପଛରେ ଥିବା ମଣିଷ ଭିତରେ କ୍ଷଣକ ପାଇଁ ହେଉପଛେ ନିଜ ଭିତରେ ପ୍ରଚୁର ଆନନ୍ଦ ଖେଳିଯାଏ। ମନେ ମନେ ଭାବନ୍ତି – ଯାହା ହେଉ କେଉଁଠି ନା କେଉଁଠି ତଥାକଥିତ ବଡ଼ବଡ଼ିଆମାନେ ପଛରେ ଠିଆ ହେବାକୁ ତ ବିବଶ ହୁଅନ୍ତି। ଅବଶ୍ୟ ସମୟ ଚାଲିଗଲା ପରେ ଆଗ ଧାଡ଼ିର ମଣିଷଙ୍କ ଆଉ ଦେଖା ମିଳେନି।
ସବା ଶେଷ ଧାଡ଼ିର ମଣିଷ ଅନ୍ୟର କରୁଣା, ସହାୟତା, ଦୟା, କୃପା ପାଇଁ କାକୁତିମିନତି ହୋଇ ଗୋଡ଼ ଭାଙ୍ଗି ଠିଆ ହେବାକୁ ବାଧ୍ୟ ହୁଅନ୍ତି। ଯେତେବେଳେ ଧାଡ଼ି ଶେଷର ମଣିଷ ନିଜର ଗୁରୁତ୍ୱକୁ ବୁଝିବ, ସେତେବେଳେ ଆଗ ଧାଡ଼ିର ମଣିଷମାନଙ୍କ ଭିତର ଆଣ୍ଟପଣ ଭାଙ୍ଗି ଚୂରମାର ହୋଇଯିବ। କାରଣ ଧାଡ଼ି ଶେଷର ମଣିଷମାନେ ବେଶ୍‌ କ୍ଷମତାଶାଳୀ।ା ଦେଶ, ସମାଜ ପରିବର୍ତ୍ତନ କରିବାର ମନ୍ତ୍ର ସେମାନଙ୍କୁ ଜଣା। ଗୋଟିଏ ଭୋଟ ବି ବେଳେବେଳେ ଗାଦିଚ୍ୟୁତ କରିପାରେ ଏଠି।
ଇନ୍ଦିରା ନଗର , ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?