Posted inଜାତୀୟ

ଆସିଲା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟର ଫଳାଫଳ, ଜଣାପଡିଲାକି ସତ୍ୟତା

କୋଲକାତା,୨୬।୮: କୋଲକାତାର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କର ପଲିଗ୍ରାଫ ଟେଷ୍ଟ ସରିଛି। ସଞ୍ଜୟ ପଲିଗ୍ରାଫ ଟେଷ୍ଟରେ ସେହି ‘ଦୁର୍ଭାଗ୍ୟଜନକ’ ରାତିର ଅନ୍ଧକାର ସତ୍ୟକୁ ସ୍ବୀକାର କରିଛନ୍ତି। ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ପରୀକ୍ଷା ରବିବାର ସାରେ କୋଲକାତା ପ୍ରେସିଡେନ୍ସି ଜେଲରେ ଶେଷ ହୋଇଥିଲା। ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋର୍ଟରେ ବିଚାରପତିଙ୍କ ଆଗରେ କାନ୍ଦୁଥିବା ବେଳେ ସଞ୍ଜୟ ନିଜକୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ପଲିଗ୍ରାଫ ପରୀକ୍ଷଣରେ ମଧ୍ୟ ସମାନ ଫଳାଫଳ ଆସିଛି। ସୂଚନାନୁସାରେ, ସଞ୍ଜୟ ରୟ ତାଙ୍କ ଲାଇ ଡିଟେକ୍ଟର ଟେଷ୍ଟରେ ଦାବି କରିଛନ୍ତି ଯେ ସେ ସେମିନାର ହଲରେ ପହଞ୍ଚିବା ବେଳକୁ ପୀଡିତାଙ୍କ ମୃତ୍ୟୁ ହୋଇ ସାରିଥିଲା। ବଳାତ୍କାର ଓ ହତ୍ୟା ମାମଲାରେ ନିର୍ଦ୍ଦୋଷ ଦାବି କରିବାର କିଛି ଦିନ ପରେ ସଞ୍ଜୟ ରୟଙ୍କ ପଲିଗ୍ରାଫ ପରୀକ୍ଷା କରାଯାଇଥିଲା। ସିବିଆଇ ତାଙ୍କୁ ଅନେକ ପ୍ରମାଣ ସହିତ ସାମ୍ନା କରିଥିଲା ଏବଂ ସେ ଅନେକ ବାହାନା ଦେଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ସଞ୍ଜୟ ଦାବି କରିଛନ୍ତି ଯେ ଯେତେବେଳେ ସେ ହଲରେ ପହଞ୍ଚି ପୀଡ଼ିତାଙ୍କୁ ଦେଖିଲେ, ସେ ତା’ପୂର୍ବରୁ ମରସାରିଥିଲେ। ସେ ମଦ୍ୟପାନ କରିଥିଲେ ତେଣୁ ସେ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ଲାଇ ଡିଟେକ୍ଟର ଟେଷ୍ଟ କରାଯାଇଛି। ସିବିଆଇର ଉପସ୍ଥିତିରେ କରାଯାଇଥିବା ପରୀକ୍ଷାରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସଞ୍ଜୟଙ୍କ ପରୀକ୍ଷା ସମ୍ପର୍କରେ ସିବିଆଇରୁ କୌଣସି ଅଫିସିଆଲ ବିବୃତ୍ତି ଆସିନାହିଁ। ଜେଲରେ ଉପସ୍ଥିତ ଥିବା ସିବିଆଇ ଅଧିକାରୀମାନେ ପରୀକ୍ଷା ସମୟରେ ତାଙ୍କୁ ପ୍ରାୟ ୨୦ଟି ପ୍ରଶ୍ନ ପଚାରିଥିଲେ ବୋଲି ଜଣାପଡିଛି।
ଏହା ବ୍ୟତୀତ କୋଲକାତା ପୋଲିସର ସୂଚନାନୁସାରେ, ଅପରାଧ ପରେ ସଞ୍ଜୟ ରୟ ବଳାତ୍କାର ଓ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ପ୍ରକାଶ ଥାଉକି, ନିକଟରେ ସେ ତାଙ୍କ ବିବୃତ୍ତିରୁ ଏକ ୟୁ-ଟର୍ନ ନେଇଥିଲେ ଏବଂ ଦାବି କରିଥିଲେ ଯେ ସେ ଏକ ଗଭୀର ଷଡ଼ଯନ୍ତ୍ରରେ ଫସି ଯାଇଛନ୍ତି ଏବଂ ସେ ନିର୍ଦ୍ଦୋଷ। ସଞ୍ଜୟ ରୟ ଜେଲର ଗାର୍ଡଙ୍କୁ କହିଥିଲେ ଯେ ସେ ବଳାତ୍କାର ଓ ହତ୍ୟା ବିଷୟରେ କିଛି ଜାଣି ନାହାଁନ୍ତି। ସେ ଗତ ଶୁକ୍ରବାର ସିୟଲଦାର ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସିଜେଏମ) ଙ୍କ କୋର୍ଟରେ ଦେଇଥିବା ସମାନ ବିବୃତ୍ତିରେ ନିଜକୁ ନିର୍ଦ୍ଦୋଷ କହିବା ସହ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ କୌଣସି ଡାକ୍ତରୀ ପରୀକ୍ଷା ପାଇଁ ସମ୍ମତି ପ୍ରଦାନ କରିଥିଲେ।
ସଞ୍ଜୟ ରୟ ୨୦୧୯ରୁ ଆରଜି କର ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ସେ ସିଭଲ ଡିଫେନ୍ସ ଭଲେଣ୍ଟିୟର ଭାବରେ କୋଲକାତା ପୋଲିସ ସହିତ ସକ୍ରିୟ ଥିଲେ। ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଘୋଷଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ଅନୁସନ୍ଧାନ ମଧ୍ୟରେ ଯେତେବେଳେ ଠୋସ ପ୍ରମାଣ ବିଷୟରେ ପଚରାଗଲା, ସିବିଆଇ ଅଧିକାରୀ ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି – ଏହି ମାମଲାରେ ବହୁତ କିଛି ଅଛି …।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?