ଗୋପାଳପୁର,୧।୯(ନବୀନ ରାଜ ଆଚାରୀ): ସୋମବାର ଅପରାହ୍ନରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋପାଳପୁର ଥାନାକୁ ଅଭିଯୋଗ ପାଇଁ ଆସି ନାବାଳିକା ଜଣଙ୍କ ପର୍ସରେ ଆଣିଥିବା ଏକ କାଚ ସିଶାରୁ ଔଷଧ କାଢି ଖାଇ ଦେଇଥିଲେ। ଫଳରେ ବାନ୍ତି କରି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ପୋଲିସ ନାବାଳିକାକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତିି କରି ଚିକିତ୍ସା ଚାଲିଥିବା ଜଣାପଡିଛି।
ଖବର ଅନୁସାରେ, ଯୋଗିଆପୁଲ୍ଲୀ ଗ୍ରାମର କେଦାର ଦାସ ତାଙ୍କର ନାବାଳିକା ବନ୍ଧୁ ସହିତ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିଲେ। କିଛି ସମୟ ପରେ କଥା ହେବା ପରେ ସେଠାରେ ୭୦୦ ଟଙ୍କା ଦେଇ ଲଜ୍ ରୁମ୍ ବୁକ୍ କରିଥିଲେ। କୌଣସି ଘଟଣାକୁ ନେଇ ଦୁହିିଁଙ୍କ ଭିତରେ ଝଗଡା ହୋଇଥିଲା। ଯାହା ଫଳରେ ରୁମ୍ ମାଲିକ ଉଭୟଙ୍କୁ ରୁମ୍ରୁ ବାହାରିଯିବାକୁ କହିଥିଲେ। ଉଭୟ ଗୋପାଳପୁର ଥାନାକୁ ଯାଇଥିଲେ ଘଟଣା ସମ୍ପର୍କ କହିଥିଲେ ପୋଲିସ ନାବାଳିକା ବାପା ଓ ମାଙ୍କୁ ଫୋନ କରି ଡାକିଥିଲେ । ପରିବାର ଲୋକ ଆସିବା ପରେ ନାବାଳିକା ଜଣଙ୍କ ପର୍ସରେ ଆଣିଥିବା ଏକ ସିସାରେ ମେଡ଼ିସିନକୁ ଖାଇ ଦେଇଥିଲେ। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଅନ୍ୟ ପଟେ ପୋଲିସ କେଦାରକୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି । ଖବର ଲେଖା ହେବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ବ୍ରହ୍ମପୁର ଏସପି କୁ ଡା. ସର୍ବଣା ବିବେକ ଏମ କୁ ଯୋଗାଯୋଗ କରିବାରୁ କୋଣସି ମାମଲା ରୁଜୁ ହୋଇନାହିଁ । ନାବାଳିକା ଅବସ୍ଥା ଠିକ୍ ରହିଛି ତଦନ୍ତ ଚାଲିଛି ବୋଲି ସୂଚନା ଦେଇଥିଲେ।