Posted inଜାତୀୟ

ଦେଶର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍‌

ମୁମ୍ବାଇ,୧୩ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍‌ (ଏମ୍‌ଟିଏଚ୍‌ଏଲ୍‌)ର ଉଦ୍‌ଘାଟନ କରିଛନ୍ତି। ଦେଶର ଭିତ୍ତିଭୂମି କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ କୁହାଯାଉଥିବା ଏହି ବ୍ରିଜ୍‌ର ନାମକରଣ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ‘ଅଟଳ ସେତୁ’ କରାଯାଇଛି। ଏହା ହେଉଛି ଭାରତର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍‌। ମୁମ୍ବାଇରୁ ନଭି ମୁମ୍ବାଇକୁ ଯିବା ପାଇଁ ପୂର୍ବରୁ ଦେଢ଼ଘଣ୍ଟା ଲାଗୁଥିବାବେଳେ ବର୍ତ୍ତମାନ ଏହି ଲିଙ୍କ୍‌ ଯୋଗୁ ମାତ୍ର ୨୦ ମିନିଟ୍‌ରେ ଅତିକ୍ରମ କରିହେବ। ୧୭,୮୪୦ କୋଟି ଟଙ୍କାରେ ନିର୍ମିତ ତଥା ୬ ଲେନ୍‌ ବିଶିଷ୍ଟ ଏମ୍‌ଟିଏଚ୍‌ଏଲ୍‌ର ଲମ୍ବ ୨୧.୮ କି.ମି. ରହିଛି। ସମୁଦ୍ର ଉପରେ ବ୍ରିଜ୍‌ର ଲମ୍ବ ୧୬.୫ କି.ମି.।
ସେତୁ ମୁମ୍ବାଇ ଓ ନଭି ମୁମ୍ବାଇକୁ ନିକଟତର କରିବା ସହ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପରିବହନକୁ ତ୍ୱରାନ୍ବିତ କରିବାରେ ସହାୟକ ହେବ। ମହାରାଷ୍ଟ୍ରର ଆର୍ଥିକ ବିକାଶକୁ ମଧ୍ୟ ଏହା ଗତିଶୀଳ କରିବ ବୋଲି କୁହାଯାଉଛି। ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଓ ନଭି ମୁମ୍ବାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଧ୍ୟରେ ଦ୍ରୁତ ଯୋଗସୂତ୍ରର ସେତୁ ପାଲଟିଥିବା ଏମ୍‌ଟିଏଚ୍‌ଏଲ୍‌ ଯୋଗୁ ମୁମ୍ବାଇରୁ ପୁଣେ, ଗୋଆ ଓ ଦକ୍ଷିଣ ଭାରତକୁ ଯାତ୍ରା ପାଇଁ ସମୟ ହ୍ରାସ ହେବ। ମୁମ୍ବାଇ ବନ୍ଦର ଓ ଜବାହରଲାଲ ନେହେରୁ ପୋର୍ଟ ମଧ୍ୟରେ ଯୋଗାଯୋଗକୁ ମଧ୍ୟ ତ୍ୱରାନ୍ବିତ କରିବ। ଏହି ସେତୁ ଦେଇ ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ଯାନବାହନଗୁଡ଼ିକ ଯାତାୟାତ କରିପାରିବ। ଆଇଆଇଟି ବମ୍ବେକୁ ୨୦୧୮ରେ ଏହାର ନିର୍ମାଣ ବେଳେ ଭୂକମ୍ପ ନିରୋଧୀ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳିକେଶଙ୍କ ହାତରେ ଦିଆଯାଉ ବିଜେଡି ନେତୃତ୍ୱ: ଜୋର୍‌ ଧରିଲା ଦାବି

ଭୁବନେଶ୍ୱର,୨୯।୧: ବିଜୁ ଜନତା ଦଳ(ବିଜେଡି) ୨୦୦୦ ମସିହାରୁ ଲଗାତାର ୨୦୨୪ ମସିହା ପର୍ଯ୍ୟନ୍ତ ସରକାରରେ ରହି ଆସିଥିଲା। ହେଲେ ୨୪ ବର୍ଷର ସରକାର ଗତ ସାଧାରଣ ନିର୍ବାଚନରେ…

ଗୋଟିଏ ଓଭର, ୨୯ ରନ୍‌: ବିସ୍ଫୋରକ ବ୍ୟାଟିଂ କରି ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଦେଲେ ଶିବମ

ବିଶାଖାପାଟଣା,୨୯।୧: ଯଦିଓ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପରାସ୍ତ ହୋଇଥିଲା, କିନ୍ତୁ ଶିବମ ଦୁବେ ବିସ୍ଫୋରକ ଇନିଂସ ସମସ୍ତଙ୍କ ଦୃଷ୍ଟି…

ଭାରତର ଡବଲ୍‌ ବିଜୟ! EU ପରେ ଆମେରିକା ସହ…

ନୂଆଦିଲ୍ଲୀ,୨୯।୧: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ଏବଂ ଖୁବ ଶୀଘ୍ର ଏକ ଚୁକ୍ତି ହୋଇପାରେ। ଭାରତ-ୟୁରୋପୀୟ ସଂଘ (EU)…

ଟିଭି ଦେଖୁଥିଲେ ମା’, ଆସିଲା ପୁଅ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଖବର: ଆଉ ତା’ପରେ ପରିବାର ଲୋକେ ନେଲେ ଏମିତି ପଦକ୍ଷେପ

ପୁଣେ,୨୯।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପୂର୍ବରୁ, ତାଙ୍କ ମାଆ ଆଶାତାଇ ଏକ ମରାଠୀ ନ୍ୟୁଜ ଚ୍ୟାନେଲରେ ଖବର ଦେଖୁଥିଲେ। ଯେତେବେଳେ ଅଜିତ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri