Ayushman Card: ଆସିଲା ଲିଷ୍ଟ! ଏମାନଙ୍କୁ ମିଳିବନି ଆୟୁଷ୍ମାନ କାର୍ଡରେ ଲାଭ

ଭୁବନେଶ୍ୱର,୧୧।୪: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି। ଏହି କାର୍ଡ ମାଧ୍ୟମରେ ଆପଣ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ, ଯେଉଁଥିରେ କ୍ୟାନସର ଭଳି ଗୁରୁତର ରୋଗର ଚିକିତ୍ସା ମଧ୍ୟ ଅନ୍ତର୍ଭୁକ୍ତ। ଓଡ଼ିଶାରେ ଏହି ଯୋଜନା ଆଜିଠାରୁ ଆରମ୍ଭ ହୋଇଛି। ଏହା ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ ଏହା ସଂଯୋଜିତ ହୋଇଛି। ତେବେ ଏହି କାର୍ଡକୁ କିପରି ଅବେଦନ କରିବେ ଆସନ୍ତୁ ଜାଣିବା…

ଆୟୁଷ୍ମାନ କାର୍ଡ ପାଇଁ ଆବେଦନ ପ୍ରକ୍ରିୟା:
ଆୟୁଷ୍ମାନ ଭାରତ ଯୋଜନାରେ ସାମାଜିକ-ଆର୍ଥିକ ଜନଗଣନା (SECC 2011) ଆଧାରରେ ପରିବାରମାନଙ୍କୁ ଚିହ୍ନଟ କରାଯାଇଛି। ଆପଣଙ୍କ ପରିବାର ଏହି ତାଲିକାରେ ଅଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଆପଣ ଆୟୁଷ୍ମାନ ଭାରତର ଅଫିସିଆଲ ଓ୍ବେବସାଇଟ www.pmjay.gov.in କିମ୍ବା ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC) ଭିଜିଟ କରିପାରିବେ। ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ। ଏଥିରେ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟଗୁଡିକ ହେଲା ଆଧାର କାର୍ଡ, ରାଶନ କାର୍ଡ, ଆୟ ପ୍ରମାଣପତ୍ର (ଯଦି ଆବଶ୍ୟକ ହୁଏ), ମୋବାଇଲ ନମ୍ବର, ପରିବାରର ସଦସ୍ୟଙ୍କ ବିବରଣୀ,।

କେମିତି କରିବେ ଅନଲାଇନ ଆବେଦନ:
ଆୟୁଷ୍ମାନ ଆପ ଡାଉନଲୋଡ କରନ୍ତୁ କିମ୍ବା www.pmjay.gov.in ଓ୍ବେବସାଇଟ ଭିଜିଟ କରନ୍ତୁ। ମୋବାଇଲ ନମ୍ବର ବ୍ୟବହାର କରି ରେଜିଷ୍ଟର କରନ୍ତୁ ଏବଂ ଆଧାର ନମ୍ବର ଯୋଗ କରନ୍ତୁ। ଆବେଦନ ଫର୍ମରେ ପରିବାରର ବିବରଣୀ ପୂରଣ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ଆବେଦନ ଯାଞ୍ଚ ହେବା ପରେ, ଆପଣଙ୍କୁ ଇ-କାର୍ଡ ଡାଉନଲୋଡ କରିବାର ସୁବିଧା ମିଳିବ।

ଅଫଲାଇନ ଆବେଦନ:
ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC), ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର, କିମ୍ବା ସରକାରୀ ହସ୍ପିଟାଲରେ ଯାଇ ଆବେଦନ କରିପାରିବେ। ସେଠାରେ ଥିବା କର୍ମଚାରୀ ଆପଣଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ଯାଞ୍ଚ ପରେ ଆପଣଙ୍କୁ ଆୟୁଷ୍ମାନ କାର୍ଡ ମିଳିପାରିବ। ଆବେଦନ ଯାଞ୍ଚ ପରେ, ଯୋଗ୍ୟ ଆବେଦନକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯିବ।
ଏହି କାର୍ଡ ସହିତ ଆପଣ ଯୋଜନା ଅଧୀନରେ ଥିବା ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ।

ଓଡ଼ିଶାରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ୧.୦୩ କୋଟି ପରିବାରର ୩.୪୬ କୋଟି ଲୋକଙ୍କୁ ଉପକୃତ କରିବ। ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରଙ୍କୁ କାର୍ଡ ବଣ୍ଟନ କରିବାର ଲକ୍ଷ୍ୟ ରହିଛି। ପୁରୁଣା କାର୍ଡ କିମ୍ବା ଆଧାର କାର୍ଡ ବ୍ୟବହାର କରି ନୂଆ କାର୍ଡ ମିଳିବା ପର୍ଯ୍ୟନ୍ତ ସୁବିଧା ଉଠାଇ ପାରିବେ।

ଆୟୁଷ୍ମାନ କାର୍ଡ ମାଧ୍ୟମରେ ଆପଣ କ୍ୟାସଲେସ ଚିକିତ୍ସା ସୁବିଧା ପାଇପାରିବେ। ଏହା ଔଷଧ, ଡାଇଗ୍ନୋଷ୍ଟିକ, ଅସ୍ତ୍ରୋପଚାର ଏବଂ ହସ୍ପିଟାଲ ଖର୍ଚ୍ଚ ଆଦି ସମେତ ଅନେକ ସେବା ପ୍ରଦାନ କରୁଛି। ଓଡ଼ିଶାରେ ଏହି ଯୋଜନା ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଲଭ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯଦି ଆପଣ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ଯୋଗ୍ୟତା ଯାଞ୍ଚ କରି ଆବେଦନ କରନ୍ତୁ। ଅଧିକ ସୂଚନା ପାଇଁ ଆୟୁଷ୍ମାନ ଭାରତର ହେଲ୍ପଲାଇନ ନମ୍ବର ୧୪୫୫୫ କିମ୍ବା ୧୮୦୦-୧୮୦-୦୪୪୪ରେ ଯୋଗାଯୋଗ କରିପାରିବେ।

ଆୟୁଷ୍ମାନ ଭାରତ ଯୋଜନାରେ କେଉଁମାନେ ଲାଭ ପାଇବେ ନାହିଁ:
-ଯେଉଁ ପରିବାର ପକ୍କା ଘରେ ରହୁଛନ୍ତି ଏବଂ ମାସିକ ଆୟ ୧୦,୦୦୦ ଟଙ୍କାରୁ ଅଧିକ ଅଟେ।
-ଯେଉଁମାନେ ସରକାରୀ ଚାକିରି କରୁଛନ୍ତି କିମ୍ବା ଆୟକର ଦେଉଛନ୍ତି।
-ଯେଉଁ ପରିବାର ମୋଟର ଗାଡ଼ି, ରେଫ୍ରିଜରେଟର କିମ୍ବା କୃଷି ଯନ୍ତ୍ରପାତି ନିଜ ନାମରେ ରଖିଛନ୍ତି।
-ଗାଁରେ, ଯେଉଁମାନେ SECC 2011 ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ନାହାନ୍ତି। ସହରାଞ୍ଚଳରେ, ଯେଉଁମାନେ ପେଷାଗତ କାମ କରୁଛନ୍ତି ଯଥା ଡାକ୍ତର, ଓକିଲ କିମ୍ବା ବ୍ୟବସାୟୀ ସେମାନଙ୍କୁ ଏହି ଯୋଜନାରେ ଲାଭ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରଷ୍ଟ୍ରାଇକ ପରେ ତାଲିବାନର ବଡ଼ ଘୋଷଣା, ଆଉ ଆଲୋଚନା ନୁହେଁ-ପାକିସ୍ତାନ ଉପରେ ପ୍ରତିଶୋଧ….

ନୂଆଦିଲ୍ଲୀ,୧୭।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଘର୍ଷ ଏବେ ଏକ ମାସ ଅତିକ୍ରମ କରିବାକୁ ଯାଉଛି। ତଥାପି,…

ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଭାଜପା ନେତାଙ୍କୁ ଛୁରୀ ଭୁଷି ହତ୍ୟା

ଗୋରଖପୁର,୧୭।୩: ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶ ଗୋରଖପୁରର ଚିଲୁଆତାଲ ପୋଲିସ ଷ୍ଟେଶନ ଅଞ୍ଚଳର ସୀମା ମଧ୍ୟରେ ଥିବା ବରଗଡୱାରେ ଜଣେ ଭାଜପା ନେତାଙ୍କ ର୍ନିମମ ହତ୍ୟା ଘଟଣା…

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ଲଢୁ ଲଢୁ ବିତିଗଲାଣି ୧୭ ଦିନ, ହେଲେ କିଛି ବି କରିପାରିଲେ ନାହିଁ ଟ୍ରମ୍ପ, ବିଶେଷଜ୍ଞ କହିଲେ ଇରାନ ପାଖରେ ବି ରହିଛି ବାଜି….

ଓ୍ବାଶିଂଟନ,୧୭।୩: ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାର ୧୭ ଦିନ ବିତିଗଲାଣି, ତଥାପି ଏକ ନର୍ଣ୍ଣାୟକ ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏବେ…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri