ଗିଜର ସଜାଡ଼ିବାକୁ ଯାଇ ମିସ୍ତ୍ରୀଙ୍କ ଜୀବନ ଗଲା

ବାଲେଶ୍ୱର,୨୩ା୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହରରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିକଟ ହରିପୁର ଗ୍ରାମକୁ ଗିଜର ସଜା ଯାଇ ବିଦ୍ୟୁତ୍‌ ଆଘାତର ଶିକାର ହୋଇ ଜଣେ ମିସ୍ତ୍ରୀଙ୍କର ଜୀବନ ଯାଇଛି। ମୃତ ମିସ୍ତ୍ରୀ ହେଲେ ସିଂଲା ଥାନା ସାର୍ଥା ଅଞ୍ଚଳର ଅଚ୍ୟୁତ ବେହେରା(୩୯)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ତେବେ ତାଙ୍କ ମୃତ୍ୟୁ ଖବର ଶୁଣି ସବୁଠି ଶୋକର ବାତାବରଣ ଦେଖାଦେଇଛି।

Share
Tags: gijar