ବିଜୁବାବୁଙ୍କ ନିର୍ଭୀକ ନେତୃତ୍ୱକୁ ନେଇ ନେତା କହିଲେ…

ପାଟଣା,୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ୧୧୦ତମ ବିଜୁ ଜୟନ୍ତୀ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ସନ୍ନିକଟ କଲ୍ୟାଣମଣ୍ଡପଠାରେ ବିଜେଡି ତରଫରୁ ଗୁରୁବାର ଅନୁଷ୍ଠିତ ହୋଇଛି। ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା, ସାହାରପଡ଼ା, ଚମ୍ପୁଆ ଓ ଝୁମ୍ପୁରା ବ୍ଲକର ଶତାଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ। ଆୟୋଜିତ ସଭା ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ନାଏକ ତାଙ୍କ ବକ୍ତବ୍ୟରେ ବିଜୟାନନ୍ଦ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା, ନିର୍ଭୀକ ନେତୃତ୍ୱ ଉପରେ ଆଲୋକପାତ କରିଥିଲେ।

ବୈଠକରେ ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡ଼ା ବ୍ଲକ ସଭାପତି ଦିଲ୍ଲୀପ କୁମାର ସାହୁ, ଜିଲା ବିଜେଡି ଉପସଭାପତି ରାହାସ ବିହାରୀ ପୃଷ୍ଟି, ଜିଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ନିରଞ୍ଜନ ତ୍ରିପାଠୀ, ଜିଲା ସମ୍ପାଦକ ଶତ୍ରୁଘ୍ନ ସିଂ,ବରିଷ୍ଠ ନେତା ଅଜୟ ପଟ୍ଟନାୟକ, ବସନ୍ତ ମିଶ୍ର, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଜିଲାପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ରାଧାକାନ୍ତ ନାଏକ, ରୁନୁ ମହାନ୍ତ, ସୌଭାଗ୍ୟ ମଞ୍ଜରୀ ନାୟକ, ବଡ଼ପାଟଣା ସରପଞ୍ଚ ବିନତି ବାନାରା, ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ମହିଳା ନେତ୍ରୀ କନକଲତା ନାଏକ, ବିଜେଡି ନେତା ବିଜୟ ପଇଦା, ରାଜବଲ୍ଲଭ ଦେହୁରୀ ପ୍ରମୁଖ ସାମିଲ ହୋଇଥିଲ। କାର୍ଯ୍ୟକ୍ରମକୁ ସନ୍ତୋଷ ତ୍ରିପାଠୀ, ପ୍ରୀତମ କୁମାର ପଣ୍ଡା, ସନ୍ତୋଷ କର, ସୁଦାମ ଦାଶ, ଲିପୁ ତ୍ରିପାଠୀ ପ୍ରମୁଖ ପରିଚଳନା କରିଥିଲେ।

Dharitri –Odisha’s No.1 Trusted Odia Daily

Share