ଅଫିସ ପରେ କଲ୍‌ ଉଠାଇବା ନୁହେଁ ଜରୁରୀ, କେହି କଲ୍‌ କଲେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଆଣିବେ ନୂଆ ବିଲ୍‌

କାନବେରା,୮।୨: ଅଫିସରେ ହେଉ କି କିଛି ଜରୁରୀ କାମ କରୁଥିଲେ ଆପଣ ଫୋନ ଓ ଇମେଲକୁ ନଜରଅନ୍ଦାଜ କରନ୍ତି। କିନ୍ତୁ ଅଫିସ ସରିବା ପରେ ପୁଣି ଥରେ ସେମାନଙ୍କୁ କଲବ୍ୟାକ୍‌ କରିଥାନ୍ତି। କିନ୍ତୁ ସରକାର ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି ଯେଉଁଥିରେ ଆପଣ ଅଫିସ ବାଦ୍‌ ବି ଇଛା ନ ଥିଲେ ଫୋନ ଡିସକନେକ୍ଟ କରିପାରିବେ। ଆଉ ଯଦି କେହି ଅଫିସ ସମୟ ପରେ ଆପଣଙ୍କୁ କଲ୍‌ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଇଟ ଟୁ ଟିସକନେକ୍ଟ ଅଧିନରେ ଏହା ଆପଣଙ୍କ ଅଧିକାର ରହିବ।
ଆମେରିକାର ବାମ ଲେବର ସରକାର ଦେଶରେ ଏହି ବିଧେୟକ ପାସ୍‌ କରିବା ପାଇଁ ଆଲୋଚନା କରୁଛନ୍ତି। ଅଷ୍ଟ୍ରେଲୀୟ ଇଣ୍ଡିପେଣ୍ଡେଣ୍ଟ ସିନେଟରମାନେ, ଗ୍ରୀନ୍ସ ପାର୍ଟିର ସଦସ୍ୟଙ୍କ ସହ ଆଲୋଚନା ପରେ ଚଳିତ ସପ୍ତାହରେ ଏହି ବିଧେୟକ ପାରିତ କରିବାର ଆଲୋଚନା କରୁଛନ୍ତିି। ବିନା କାରଣ ନ ଥାଇ ମଧ୍ୟ ଘଣ୍ଟା ଘଣ୍ଟା ଧରି କଲ୍‌ ଡିକ୍ଲାଇନ କରିବା ସହ ଇମେଲର ବି ରିପ୍ଲାଏ ଦେବାକୁ ବାଧ୍ୟତା ନୁହେଁ ବୋଲି ଏହି ବିଲ୍‌ରେ ଉଲ୍ଲେଖ ରହିଛି। ଯଦି ଆପଣଙ୍କୁ କେହି ବାରମ୍ବାର କଲ୍‌ କରନ୍ତି ତେବେ ସେମାନେ ଦୋଷୀ ସାବ୍ୟସ୍ତ ହେବେ।

ସୂଚନାଥାଉ କି, କେବଳ ଅଷ୍ଟ୍ରେଲିଆ ନୁହେଁ ଫ୍ରାନ୍ସ, ସ୍ପେନ ଓ ବେଲଜିୟମ ପରି ଦେଶ ନିଜ କର୍ମଚାରୀଙ୍କୁ ରାଇଟ ଟୁ ଡିସକନେକ୍ଟର ଅଧିକାର ଦେଇଛନ୍ତି। ଏହାଦ୍ୱାରା ସେମାନେ ନିଜ କାମ ପରେ ଫୋନ ନ ଉଠାଇବାର ଅଧିକାର ରହିଛି। ଅନ୍ୟପକ୍ଷରେ ଦୁନିଆର ଅନ୍ୟ ଦେଶ ଏହି ନିୟମ ଉପରେ ବିଚାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri