ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି

ଡାବୁଗାଁ,୧୪।୮ (ପ୍ରଜ୍ଞା ରଞ୍ଜନ ପରିଡା): ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହେଲା। ଏବେ ଧାନ ରୁଆ ବେଉଷଣ ପରେ ବର୍ଷା ଉଭାନ ହୋଇଯାଇଛି। ସେପଟେ ପାଣି ଅଭାବରୁ ଧାନ ଜମି ଫାଟି ଆଁ କଲାଣି। ଅନ୍ୟପକ୍ଷେ ଜିଲାରେ ଜଳସେଚନ ସୁବିଧା ନ ଥିବାବେଳେ ଉଠା ଜଳସେଚ ପଏଣ୍ଟ ଏକମାତ୍ର ଭରଷା। ତେବେ ଡାବୁଗାଁ ବ୍ଲକ ସନ୍ଧିଡଙ୍ଗରିଗୁଡାଠାରେ ଉଠାଜଳସେଚ ପ୍ରକଳ୍ପ ୭ ବର୍ଷ ହେବ କାମ କରୁ ନାହିଁ। ଏବେ ୧ ଶହ କର ଜମିରେ ହୋଇଥିବା ଚାଷ କିଭଳି ସୁରକ୍ଷିତ ରହିବ ସେ ନେଇ ଚିନ୍ତାରେ ପଡ଼ିଛି ଚାଷୀ।
ଡାବୁଗାଁ ବ୍ଲକ ସନ୍ଧିଡଙ୍ଗରିଗୁଡା ଅଙ୍ଗୀ ନଦୀ କୂଳରେ ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରି କରର୍ପୋରେସନ ଲିମିଟେଡ ପକ୍ଷରୁ ୨୦୧୫-୧୬ ଆର୍ଥତ୍କ ବର୍ଷରେ ଉଠାଜଳ ସେଚ ପ୍ରକଳ୍ପ ସ୍ଥାପନ କରାଯାଇଛି। ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ଶହେ ଏକର ଜମି ଜଳସେଚିତ ହେବ ବୋଲି ଳକ୍ଷ ଧାର୍ଯ୍ୟ ଥିଲା। ପ୍ରକଳ୍ପକୁ ନେଇ ଚାଷୀମାନେ ବହୁ ଆଶା ବାନ୍ଧିଥିଲେ। ହେଲେ ଗତ ୭ ବର୍ଷ ହେବ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ ା ଟ୍ରାନ୍ସଫର୍ମର ଲାଗିବା ସହ ପାଇପ ବିଛାଯାଇଛି।କେବଳ ପାଣି ଉଠାଇବା ପାଇଁ ୭ ବର୍ଷ ହେଲା ମଟର ଲାଗିପାରୁ ନାହିଁ। ଫଳରେ ଉଠାଜଳସେଚ ପଏଣ୍ଟରୁ ଆଜି ପର୍ଯ୍ୟନ୍ତ ଟୋପାଏ ପାଣି ଚାଷୀ ପାଇପାରୁ ନାହାନ୍ତି। ଚାଷୀ ନିଜ ଖର୍ଚ୍ଚରେ ପାଣି ମଟର କିଣି ଓ ଭଡାରେ ଆଣି ନଦୀରୁ ପାଣି ଉଠାଇ ଜମିରେ ମଡାଉଛନ୍ତି ବୋଲି ସଦା ମାଝୀ, ବଳିରାମ ଭତରା, କୃଷ୍ଣ ପୂଜାରୀ କହିଛନ୍ତି। ଏହି ସମସ୍ୟା ନେଇ ଡାବୁଗାଁ ବ୍ଲକ୍‌ସ୍ତରୀୟ ଅଭିଯୋଗ ଶିବିରରେ ଗତ ମେ ୮ ତାରିଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ତଥାପି ଏହିି ପ୍ରକଳ୍ପ କିଭଳି କାର୍ଯ୍ୟକାରୀ ହେବ ସେ ନେଇ କାହାର ନିଘା ନାହିଁ ବୋଲି ରଘୁନାଥ ଭତରା, ପିତାମ୍ବର ଭତରା, ଲେବ ପୂଜାରୀ, ଫୁଲସିଂ ମାଝ. ସମଦୁ ମାଝୀ, ତିଲୋ ଭତରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri