ଦଧିବାମନ ମନ୍ଦିରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଅଗଷ୍ଟ ୨୮…

ଭବାନୀପାଟଣା,୯।୮ (ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗତ ସହର ସ୍ଥିତ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଶନିବାର ରାକ୍ଷୀ ପୂର୍ଣ୍ଣିମାରେ ଚଳିତ ବର୍ଷ ନୂଆଁଖାଇ ପାଇଁ ଏକ ପଣ୍ଡିତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆସନ୍ତା ଅଗଷ୍ଟ ୨୮ ତାରିଖ ଭାଦ୍ରବ ଶୁକ୍ଳ ପଞ୍ଚମୀ ଗୁରୁବାର ସକାଳ ୯ଟା ୪୮ ମିନିଟରୁ ୧୦ ଟା ୩ ମଧ୍ୟରେ ବିଶୁଦ୍ଧ ତୁଳା ଲଗ୍ନର ଧନୁ ନବାଂଶେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ଏହି ସଭାରେ ଜ୍ୟୋର୍ତିବିଦ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଫକୀର ମୋହନ ପଟ୍ଟଯୋଶୀ,ମଧୁସୁଦନ ପୁରୋହିତ, ଫକୀର ମୋହନ ପାତ୍ର, ନଳିନୀ ରଞ୍ଜନ ବଡ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share