Posted inଜାତୀୟ

ଲଦାଖ ଘଟଣା ସରକାରଙ୍କ ବିଫଳତା ନୁହେଁ: ପାଓ୍ବାର

ସତାରା,୨୮ା୬: ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଜାତୀୟ ସୁରକ୍ଷାକୁ ନେଇ ରାଜନୀତି କରା ନ ଯିବା ଉଚିତ ବୋଲି ପ୍ରକାଶ କରିଛନ୍ତି। ୧୯୬୨ ଯୁଦ୍ଧ ପରେ ଚାଇନା ଭାରତୀୟ ଭୂଖଣ୍ଡର ୪୫ ହଜାର ସ୍କୋୟାର କି.ମି. ମାଡ଼ିବସିଥିବା କଥାକୁ କେହି ଭୁଲିଯିବା ଅନୁଚିତ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ଗଲଓ୍ବାନ ଉପତ୍ୟକାରେ ଦେଖାଦେଇଥିବା ଘଟଣାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିଫଳତା ବୋଲି କହିବା ଠିକ୍‌ ନୁହେଁ। କାରଣ ଭାରତୀୟ ସେନା ପାଟ୍ରୋଲିଂ ସହ ସତର୍କ ରହିଥିଲେ। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଯୋଗାଯୋଗ ଲାଗି ଭାରତ ଗଲଓ୍ବାନରେ ନିର୍ମାଣ କରିଥିବା ରାସ୍ତାକୁ ଚାଇନା ଜବରଦଖଲ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ ଯବାନ ସେମାନଙ୍କୁ ଧକ୍କାମାରି ପଛକୁ ପେଲି ଦେଇଥିଲେ। ଏହାକୁ ବିଫଳତା କହିବା ଠିକ୍‌ ନୁହେଁ ବୋଲି ଶରଦ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ-ହାତୀ କଲେନି ସହଯୋଗ: ଅମେଠିରେ ପଦ୍ମଠାରୁ ପରାଜିତ ହେଲା ହାତ

ନୂଆଦିଲ୍ଲୀ,୨।୬: ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜ ପୁରୁଣା ଗଡ଼ ବୋଲାଉଥିବା ଅମେଠିରେ ପରାଜିତ ହୋଇଛି। ଏଠାରେ ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସ...

ହେଲ୍‌ମେଟ୍‌ ପିନ୍ଧି ନ ଥିବା ୩୦ ପୋଲିସ ବାବୁଙ୍କୁ ଜରିମାନା

ଭୋପାଳ,୨୯।୬: ଆଇନ ଆଗରେ ସଭିଏଁ ସମାନ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ। ଲୋକଙ୍କୁ ହେଲ୍‌ମେଟ୍‌ ପିନ୍ଧିବାକୁ ସଚେତନ କରୁଥିବା ପୋଲିସ...

କର୍ନାଟକ ବିଧାୟକ ଅଯୋଗ୍ୟ ଘୋଷଣା ମାମଲା: ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍‌କୁ ରେକର୍ଡ ଭାବେ ନେବାକୁ କଂଗ୍ରେସର ଅନୁରୋଧ

ନୂଆଦିଲ୍ଲୀ,୫ା୧୧(ପି.ଟି.): କର୍ନାଟକର ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିଲାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍‌କୁ ରେକର୍ଡ ଭାବେ ଗ୍ରହଣ...

କଶ୍ମୀରକୁ ନେଇ ମୂଲ୍ୟହୀନ କଥା କହୁଛି ପାକିସ୍ତାନ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୮: ପାକିସ୍ତାନ ଭାରତ ପ୍ରତି ଯେଉଁ ମନୋଭାବ ପୋଷଣ କରୁଛି ତାକୁ ନେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା।...

ବିଧାନସଭାରେ ହଟ୍ଟଗୋଳ: ଭାଜପା ବିଧାୟକ ସଦନରୁ ନିଲମ୍ବିତ

ନୂଆଦିଲ୍ଲୀ,୨୯।୭: ଦିଲ୍ଲୀ ବିଧାନସଭା ମୌସୁମୀ ଅଧିବେଶନରେ ଗୁରୁବାର ଜୋରଦାର ହଟ୍ଟଗୋଳ ହୋଇଛି। ବିରୋଧୀ ଦଳ ସଦସ୍ୟମାନେ ବାଚସ୍ପତିଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଛନ୍ତି। ଗୃହରେ ପ୍ରବଳ...

ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡକୁ ନେଇ ଥରି ଉଠିଲା ମେରଠ

ମେରଠ,୨୩ ।୮: ଉତ୍ତର ପ୍ରଦେଶର ମେରଠ ଗାଟିଏ ପରେ ଗୋଟିଏ ହତ୍ୟାକାଣ୍ଡକୁ ନେଇ ଏକ ପ୍ରକାର ଥରି ଉଠିଛି । ପ୍ରାୟ ୧୦ ଘଣ୍ଟା ମଧ୍ୟରେ...

କଏଦୀ ପେଟ୍ରୋଲ ପମ୍ପ୍‌ରେ କରିବେ କାମ

ପଟିଆଲା,୪।୬: ପଞ୍ଜାବରେ କଏଦୀଙ୍କୁ ପେଟ୍ରୋଲ ପମ୍ପ୍‌ରେ କାମ କରିବାର ସୁଯୋଗ ଦିଆଯିବ। ସ୍ଥାନୀୟ କେନ୍ଦ୍ରୀୟ ଜେଲ୍‌ରଟ୍ରେନିଂ ସ୍କୁଲ ସମ୍ମୁଖରେ ଥିବା ଥାପ୍ପର ବିଶ୍ୱବିଦ୍ୟାଳୟ ନିକଟରେ ଏହି...

ନାଗରିକତା ଆଇନ ନେଇ କଂଗ୍ରେସର ଦୋମୁହାଁ ନୀତି : ମନମୋହନଙ୍କ ୧୬ ବର୍ଷ ତଳର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୧୨: ନାଗରିକତା ଆଇନ ନେଇ କଂଗ୍ରେସର ଦୋମୁହାଁ ନୀତିକୁ ଭାଜପା ପକ୍ଷରୁ ପର୍ଦ୍ଦାଫାଶ୍‌ କରାଯାଇଛି। ଏନେଇ ରାଜ୍ୟସଭାର ୧୬ ବର୍ଷ ତଳର ଏକ ଭିଡ଼ିଓକୁ ଭାଜପା...

Advertisement
Archives

Model This Week